ଜଳିଗଲା ସ୍କୁଲ ବସ୍: ୨୫ ଛାତ୍ରୀଛାତ୍ର ଜୀବନ୍ତ ଦଗ୍ଧ
ବ୍ୟାଙ୍କକ,୧।୧୦: ଥାଇଲାଣ୍ଡର ବ୍ୟାଙ୍କକ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଏଠାରେ ଛାତ୍ର ଓ ଶିକ୍ଷକଙ୍କୁ ନେଇ ଯାଉଥିବା ଏକ ବସ୍ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୨୫ ଜଣ ଛାତ୍ରୀଛାତ୍ର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବସ୍ରେ ମୋଟ ୪୪ ଜଣ ଲୋକ ଯାତ୍ରା କରୁଥିଲେ। ଗୃହମନ୍ତ୍ରୀ ଅନୁଟିନ ଚରଣଭୀରାକୁଲ କହିଛନ୍ତି, ଘଟଣାସ୍ଥଳର ତଦନ୍ତ ଶେଷ ହୋଇ ନ ଥିବାରୁ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ନିଶ୍ଚିତ କରିପାରି ନାହିଁ। କିନ୍ତୁ ବଞ୍ଚିଥିବା ଲୋକଙ୍କ ସଂଖ୍ୟାକୁ ଆଧାର […] The post ଜଳିଗଲା ସ୍କୁଲ ବସ୍: ୨୫ ଛାତ୍ରୀଛାତ୍ର ଜୀବନ୍ତ ଦଗ୍ଧ appeared first on Dharitri Odia News.
ବ୍ୟାଙ୍କକ,୧।୧୦: ଥାଇଲାଣ୍ଡର ବ୍ୟାଙ୍କକ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଏଠାରେ ଛାତ୍ର ଓ ଶିକ୍ଷକଙ୍କୁ ନେଇ ଯାଉଥିବା ଏକ ବସ୍ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୨୫ ଜଣ ଛାତ୍ରୀଛାତ୍ର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବସ୍ରେ ମୋଟ ୪୪ ଜଣ ଲୋକ ଯାତ୍ରା କରୁଥିଲେ।
ଗୃହମନ୍ତ୍ରୀ ଅନୁଟିନ ଚରଣଭୀରାକୁଲ କହିଛନ୍ତି, ଘଟଣାସ୍ଥଳର ତଦନ୍ତ ଶେଷ ହୋଇ ନ ଥିବାରୁ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ନିଶ୍ଚିତ କରିପାରି ନାହିଁ। କିନ୍ତୁ ବଞ୍ଚିଥିବା ଲୋକଙ୍କ ସଂଖ୍ୟାକୁ ଆଧାର କରି ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ପୁରା ବସ ନିଆଁରେ ପୋଡି ହୋଇଥିବାର ଦେଖାଯାଇଛି। ରାସ୍ତାରେ ଅଟକି ରହିଥିବା ବସ ବାହାରେ କଳା ଧୂଆଁ ଉଠୁଥିବାର ଦେଖାଯାଇଛି।
The post ଜଳିଗଲା ସ୍କୁଲ ବସ୍: ୨୫ ଛାତ୍ରୀଛାତ୍ର ଜୀବନ୍ତ ଦଗ୍ଧ appeared first on Dharitri Odia News.