ଆଜି ଖଣ୍ଡପଡ଼ା ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ
ଖଣ୍ଡପଡ଼ା,୧୭।୯(ଅଜୟ କୁମାର ମହାରଣା): ନିର୍ଦ୍ଧାରିତ ସୂଚନାକ୍ରମେ ଦୀର୍ଘ ୪୫ ଦିନ ପରେ ବିରୋଧୀ ବିଜେଡି କାଉନ୍ସିଲରଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଖଣ୍ଡପଡ଼ା ଏନ୍ଏସି ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ବିରୋଧରେ ଭୋଟ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥି ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୟାଗଡ଼ ଏସ୍ପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ପରିପ୍ରେକ୍ଷୀରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସୋମବାର ସନ୍ଧ୍ୟାରେ […] The post ଆଜି ଖଣ୍ଡପଡ଼ା ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ appeared first on Dharitri Odia News.
ଖଣ୍ଡପଡ଼ା,୧୭।୯(ଅଜୟ କୁମାର ମହାରଣା): ନିର୍ଦ୍ଧାରିତ ସୂଚନାକ୍ରମେ ଦୀର୍ଘ ୪୫ ଦିନ ପରେ ବିରୋଧୀ ବିଜେଡି କାଉନ୍ସିଲରଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଖଣ୍ଡପଡ଼ା ଏନ୍ଏସି ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ବିରୋଧରେ ଭୋଟ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥି ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୟାଗଡ଼ ଏସ୍ପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ପରିପ୍ରେକ୍ଷୀରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସୋମବାର ସନ୍ଧ୍ୟାରେ ପୋଲିସ ପକ୍ଷରୁ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଏଡିଏମ୍ ରୋଜିନା ଦାସ, ଏସ୍ଡିପିଓ ବିମଳ କୁମାର ବାରିକ, ଖଣ୍ଡପଡ଼ା ଥାନାଧିକାରୀ ନୀହାର ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିବା ଜଣାଯାଇଛି। ସେହିପରି ଖଣ୍ଡପଡ଼ା ଏନ୍ଏସି ପରିଷଦ କାର୍ଯ୍ୟାାଳୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସେଠାରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଏସ୍ଡିପିଓ ବାରିକ ସୂଚନା ଦେଇଛନ୍ତି।
The post ଆଜି ଖଣ୍ଡପଡ଼ା ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ appeared first on Dharitri Odia News.