ଭିଆରଏସ୍ ନେଲେ ପୂର୍ବତନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ
ଭୁବନେଶ୍ୱର: ପୂର୍ବତନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଭିଆରଏସ ନେଇଛନ୍ତି । ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଫିସର ଶ୍ରୀ ଷଡ଼ଙ୍ଗୀ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ଶନିବାର ଅନୁମତି ଦେଇଛନ୍ତି। ଆସନ୍ତା ସୋମବାର ସେ ଓପିଏସସି ଅଧ୍ୟକ୍ଷ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ତାଙ୍କୁ OPSCର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।ବିଜ୍ଞପ୍ତି ଅନୁସାରେ ଶ୍ରୀ ଷଡ଼ଙ୍ଗୀ ନିଜର ନୂଆ ଦାୟିତ୍ୱ ସମ୍ଭାଳିବା ପାଇଁ ସେପ୍ଟେମ୍ବର ୩୦ତାରିଖରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନିମନ୍ତେ ଆବେଦନ କରିଥିଲେ। ରାଜ୍ୟ ସରକାର ସର୍ବଭାରତୀୟ ସେବା ରୁଲସ-୧୯୫୮ର ଉପଧାରା-୨ରେ ଥିବା ସର୍ତ୍ତାବଳୀକୁ କୋହଳ କରି ତାଙ୍କୁ ଚାକିରିରୁ ଅବସର ନେବାକୁ ଅନୁମତି ଦେଇଛନ୍ତି ।ଶ୍ରୀ ଷଡ଼ଙ୍ଗୀଙ୍କର ଚାକିରି ୨୦୨୫ ଜୁଲାଇ ପର୍ଯ୍ୟନ୍ତ ଥିଲା । ତାଙ୍କୁ ପୂର୍ବ ସରକାର ୨୦୨୩ ଡିସେମ୍ବର ୩୧ତାରିଖରେ ରାଜ୍ୟର ଅସ୍ଥାୟୀ ପୁଲିସ ଡିଜି ଭାବେ ନିଯୁକ୍ତି ଦେଇଥିଲେ।
ଭୁବନେଶ୍ୱର: ପୂର୍ବତନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଭିଆରଏସ ନେଇଛନ୍ତି । ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଫିସର ଶ୍ରୀ ଷଡ଼ଙ୍ଗୀ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ଶନିବାର ଅନୁମତି ଦେଇଛନ୍ତି। ଆସନ୍ତା ସୋମବାର ସେ ଓପିଏସସି ଅଧ୍ୟକ୍ଷ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ତାଙ୍କୁ OPSCର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।
ବିଜ୍ଞପ୍ତି ଅନୁସାରେ ଶ୍ରୀ ଷଡ଼ଙ୍ଗୀ ନିଜର ନୂଆ ଦାୟିତ୍ୱ ସମ୍ଭାଳିବା ପାଇଁ ସେପ୍ଟେମ୍ବର ୩୦ତାରିଖରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନିମନ୍ତେ ଆବେଦନ କରିଥିଲେ। ରାଜ୍ୟ ସରକାର ସର୍ବଭାରତୀୟ ସେବା ରୁଲସ-୧୯୫୮ର ଉପଧାରା-୨ରେ ଥିବା ସର୍ତ୍ତାବଳୀକୁ କୋହଳ କରି ତାଙ୍କୁ ଚାକିରିରୁ ଅବସର ନେବାକୁ ଅନୁମତି ଦେଇଛନ୍ତି ।
ଶ୍ରୀ ଷଡ଼ଙ୍ଗୀଙ୍କର ଚାକିରି ୨୦୨୫ ଜୁଲାଇ ପର୍ଯ୍ୟନ୍ତ ଥିଲା । ତାଙ୍କୁ ପୂର୍ବ ସରକାର ୨୦୨୩ ଡିସେମ୍ବର ୩୧ତାରିଖରେ ରାଜ୍ୟର ଅସ୍ଥାୟୀ ପୁଲିସ ଡିଜି ଭାବେ ନିଯୁକ୍ତି ଦେଇଥିଲେ।