ଯକ୍ଷ୍ମା ସଂକ୍ରମଣ ପାଇଁ ଆରମ୍ଭ ହେଲା ୧୦୦ ଦିନିଆ ଅଭିଯାନ

ଡେସ୍କ: ଦେଶରେ ଯକ୍ଷ୍ମା ନିରାକରଣ ପ୍ରୟାସ ସ୍ୱରୂପ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ହରିୟାଣାର ପଞ୍ଚକୁଲାଠାରେ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ଏବଂ ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଆରତି ସିଂ ରାଓଙ୍କ ଉପସ୍ଥିତିରେ ୧୦୦ ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ପ୍ରତାପରାଓ ଯାଦବ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। […]

ଯକ୍ଷ୍ମା ସଂକ୍ରମଣ ପାଇଁ ଆରମ୍ଭ ହେଲା ୧୦୦ ଦିନିଆ ଅଭିଯାନ

ଡେସ୍କ: ଦେଶରେ ଯକ୍ଷ୍ମା ନିରାକରଣ ପ୍ରୟାସ ସ୍ୱରୂପ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ହରିୟାଣାର ପଞ୍ଚକୁଲାଠାରେ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ଏବଂ ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଆରତି ସିଂ ରାଓଙ୍କ ଉପସ୍ଥିତିରେ ୧୦୦ ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ପ୍ରତାପରାଓ ଯାଦବ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେଶର ୩୪୭ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅଭିଯାନର ଲକ୍ଷ୍ୟ ହେଉଛି ନିଖୋଜ ଯକ୍ଷ୍ମା ରୋଗୀଙ୍କୁ ଖୋଜିବା ଓ ଚିକିତ୍ସା କରିବା, ବିଶେଷକରି ଉଚ୍ଚ ବିପଦଗ୍ରସ୍ତ ଗୋଷ୍ଠୀରେ ଏବଂ ଯକ୍ଷ୍ମା ମୃତ୍ୟୁକୁ ଯଥେଷ୍ଟ ହ୍ରାସ କରିବା।

ସଭାକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଯକ୍ଷ୍ମା ନିରାକରଣ ପାଇଁ ସରକାରଙ୍କ ଅତୁଟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିବା ସହ ଯକ୍ଷ୍ମା ମୁକ୍ତ ଭାରତର ଲକ୍ଷ୍ୟକୁ ଏକ ନୂତନ ଗତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଥିବା କହିଛନ୍ତି। ଏହି ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ଅଭିଯାନ ସମୟରେ ସର୍ବାଧିକ ପ୍ରଭାବିତ ୩୪୭ଟି ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରି ଚିକିତ୍ସା କରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି।