ସୂର୍ଯ୍ୟାସ୍ତ ସୁଦ୍ଧା ଶେଷ ହେବ ସ୍ଥାନାନ୍ତର କାର୍ଯ୍ୟ: ରାଜସ୍ୱମନ୍ତ୍ରୀ

ଭୁବନେଶ୍ୱର ୨୩/୧୦: ବାତ୍ୟା ଦାନାକୁ ନେଇ ଆଲର୍ଟରେ ସରକାର । ବିଶେଷ କରି ପ୍ରଶାସନ ତରଫରୁ ବଢିଛି ତପ୍ତରତା । ସରକାର ଜିରୋ କାଜୁାଲିଟିକୁ ଦେଇଛନ୍ତି ଗୁରୁତ୍ୱ । ଘନ ଘନ ବସୁଛି ବୈଠକ । ମନ୍ତ୍ରୀ ସ୍ତରୀୟ ବୈଠକ ଚାଲିଛି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି Evacuation process ସୂର୍ଯ୍ୟାସ୍ତ ସୁଦ୍ଧା ଶେଷ ହେବ । ଏଥିପାଇଁ ସାଢେ ୫ ହଜାରର ରିଲିଫ୍ ସେଣ୍ଟର କରାଯାଇଛି। ଲୋକମାନଙ୍କୁ ଅନୁରୋଧ ସେମାନେ ପ୍ରଶାସନକୁ ସହଯୋଗ କରନ୍ତୁ । ଯେଉଁ ଗାଁର ଲୋକ ରିଲିଫ୍ ସେଣ୍ଟରକୁ ଆସିବେ, ସେ ଗାଁକୁ ପୋଲିସ ଜଗିବ । ଧନ ସମ୍ପଦ୍ ଚୋରି ରୋକିବାକୁ ବି ଯୋଜନା ହୋଇଛି । ଏଥିଲାଗି ଲୋକେ ନିର୍ଭୟ ରୁହନ୍ତୁ।ଭଦ୍ରକ ଓ ବାଲେଶ୍ଵର ଅଧିକ ପ୍ରଭାବିତ ହେବ । କ୍ୟାବିନେଟ୍ ରେ ସମ୍ଭାବ୍ୟ ବାତ୍ୟା ନେଇ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ src ଙ୍କ କାର୍ଯ୍ୟାଳୟକୁ ଯାଇ ସମୀକ୍ଷା କରିବେ। Chances ନିଅନ୍ତୁ ନାହିଁ। ହୁଏତ ବାତ୍ୟା ର ପ୍ରଭାବ ନ ପଡି ପାରେ। କିନ୍ତୁ ସହଯୋଗ କରନ୍ତୁ। 

ସୂର୍ଯ୍ୟାସ୍ତ ସୁଦ୍ଧା ଶେଷ ହେବ ସ୍ଥାନାନ୍ତର କାର୍ଯ୍ୟ: ରାଜସ୍ୱମନ୍ତ୍ରୀ

ଭୁବନେଶ୍ୱର ୨୩/୧୦: ବାତ୍ୟା ଦାନାକୁ ନେଇ ଆଲର୍ଟରେ ସରକାର । ବିଶେଷ କରି ପ୍ରଶାସନ ତରଫରୁ ବଢିଛି ତପ୍ତରତା । ସରକାର ଜିରୋ କାଜୁାଲିଟିକୁ ଦେଇଛନ୍ତି ଗୁରୁତ୍ୱ । ଘନ ଘନ ବସୁଛି ବୈଠକ । ମନ୍ତ୍ରୀ ସ୍ତରୀୟ ବୈଠକ ଚାଲିଛି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । 


ମନ୍ତ୍ରୀ କହିଛନ୍ତି Evacuation process ସୂର୍ଯ୍ୟାସ୍ତ ସୁଦ୍ଧା ଶେଷ ହେବ । ଏଥିପାଇଁ ସାଢେ ୫ ହଜାରର ରିଲିଫ୍ ସେଣ୍ଟର କରାଯାଇଛି। ଲୋକମାନଙ୍କୁ ଅନୁରୋଧ ସେମାନେ ପ୍ରଶାସନକୁ ସହଯୋଗ କରନ୍ତୁ । ଯେଉଁ ଗାଁର ଲୋକ ରିଲିଫ୍ ସେଣ୍ଟରକୁ ଆସିବେ, ସେ ଗାଁକୁ ପୋଲିସ ଜଗିବ । ଧନ ସମ୍ପଦ୍ ଚୋରି ରୋକିବାକୁ ବି ଯୋଜନା ହୋଇଛି । ଏଥିଲାଗି ଲୋକେ ନିର୍ଭୟ ରୁହନ୍ତୁ।

ଭଦ୍ରକ ଓ ବାଲେଶ୍ଵର ଅଧିକ ପ୍ରଭାବିତ ହେବ । କ୍ୟାବିନେଟ୍ ରେ ସମ୍ଭାବ୍ୟ ବାତ୍ୟା ନେଇ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ src ଙ୍କ କାର୍ଯ୍ୟାଳୟକୁ ଯାଇ ସମୀକ୍ଷା କରିବେ। Chances ନିଅନ୍ତୁ ନାହିଁ। ହୁଏତ ବାତ୍ୟା ର ପ୍ରଭାବ ନ ପଡି ପାରେ। କିନ୍ତୁ ସହଯୋଗ କରନ୍ତୁ।