ଦିଲ୍ଲୀର ପୁରୁଣା ଗୋବିନ୍ଦପୁରାର ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ; ଚାଲିଗଲା ଦୁଇ ଜୀବନ, ୪ ଜଣ ଆହତ
ନୂଆଦିଲ୍ଲୀ ୧୬।୦୭; ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ପୁରୁଣା ଗୋବିନ୍ଦପୁରା ଅଞ୍ଚଳର ଏକ ଘରେ ନିଆଁ ଲାଗି ଯାଇଛି । ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାମ ତନବୀର (୨୮) ଏବଂ ନୁସରତ ବୋଲି ପୋଲିସ ଚିହ୍ନଟ କରିଛି। ଡେପୁଟି କମିଶନର କହିଛନ୍ତି ଯେ ଜଗତପୁରୀ ପୋଲିସ ଷ୍ଟେସନକୁ ରାତି ୮.୪୬ ରେ ପୁରୁଣା ଗୋବିନ୍ଦପୁରାର ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା।ସେ କହିଛନ୍ତି ଯେ ଯେତେବେଳେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା, ସେତେବେଳେ ଜାଣିବାକୁ ପାଇଲା ଯେ ଅଗ୍ନିକାଣ୍ଡ ଘଟିଥିବା ଆବାସିକ କୋଠାରେ ୧୦ ଜଣ ଫସି ରହିଛନ୍ତି। ପୋଲିସ ଏବଂ ଅଗ୍ନିଶମ ବିଭାଗର ସହାୟତାରେ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଚାରି ଜଣଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୪ ଜଣ ଆହତଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ପୋଲିସ କହିଛି ଯେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ଏବଂ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଅଛି।୬ଟି ଦମକଳ ବାହିନୀ ଗାଡ଼ି ନିଆଁକୁ ଆୟତ୍ତ କରିଛିପୋଲିସ ଅନୁଯାୟୀ, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଘଟଣାର ତଦନ୍ତ କରାଯାଉଛି। ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଗୋଟିଏ
ନୂଆଦିଲ୍ଲୀ ୧୬।୦୭; ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ପୁରୁଣା ଗୋବିନ୍ଦପୁରା ଅଞ୍ଚଳର ଏକ ଘରେ ନିଆଁ ଲାଗି ଯାଇଛି । ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାମ ତନବୀର (୨୮) ଏବଂ ନୁସରତ ବୋଲି ପୋଲିସ ଚିହ୍ନଟ କରିଛି। ଡେପୁଟି କମିଶନର କହିଛନ୍ତି ଯେ ଜଗତପୁରୀ ପୋଲିସ ଷ୍ଟେସନକୁ ରାତି ୮.୪୬ ରେ ପୁରୁଣା ଗୋବିନ୍ଦପୁରାର ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା।
ସେ କହିଛନ୍ତି ଯେ ଯେତେବେଳେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା, ସେତେବେଳେ ଜାଣିବାକୁ ପାଇଲା ଯେ ଅଗ୍ନିକାଣ୍ଡ ଘଟିଥିବା ଆବାସିକ କୋଠାରେ ୧୦ ଜଣ ଫସି ରହିଛନ୍ତି। ପୋଲିସ ଏବଂ ଅଗ୍ନିଶମ ବିଭାଗର ସହାୟତାରେ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଚାରି ଜଣଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୪ ଜଣ ଆହତଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ପୋଲିସ କହିଛି ଯେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ଏବଂ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଅଛି।
୬ଟି ଦମକଳ ବାହିନୀ ଗାଡ଼ି ନିଆଁକୁ ଆୟତ୍ତ କରିଛି
ପୋଲିସ ଅନୁଯାୟୀ, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଘଟଣାର ତଦନ୍ତ କରାଯାଉଛି। ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଗୋଟିଏ ଘଣ୍ଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।