କୌଣସି ମଧ୍ୟସ୍ଥତା ଆମକୁ ଦରକାର ନାହିଁ, ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ଭାରତର ରୋକ୍‌ଠୋକ୍‌ ଜବାବ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପାଇବା ପରେ ରବିବାର ସକାଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ, ଶାନ୍ତି ସ୍ଥାପନ ପରେ ମୁଁ ଭାରତ ଓ ପାକିସ୍ତାନ ସହ ବସି କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଆଲୋଚାନ କରିବାକୁ ପ୍ରସ୍ତୁତ। ଆଉ ଭାରତ ସ୍ପଷ୍ଟ ଭାବେ ଜଣାଇ ଦେଇଛି ଯେ, କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ। ଅନ୍ୟପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କାଶ୍ମୀର ପ୍ରସଙ୍ଗରେ ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ସ୍ଵାଗତ କରିଛନ୍ତି। କିନ୍ତୁ ଭାରତ ସ୍ପଷ୍ଟ କରି ଦେଇଛି ଭାରତକୁ ପାକ୍ ଅଧିକୃତ କାଶ୍ମୀର(ପିଓକେ) ଦରକାର। ସରକାରୀ ସୂତ୍ରରୁ କୁହାଯାଇଛି ଯେ, ଭାରତର ସନ୍ଦେଶ ସ୍ପଷ୍ଟ। କେବଳ ଗୋଟିଏ ପ୍ରସଙ୍ଗ ପିଓକେକୁ ଭାରତରେ ସାମିଲ କରିବା ରହିଛି। ତା ବାଦ୍ ଅନ୍ୟ କୌଣସି ପ୍ରସଙ୍ଗରେ ଭାରତ ଆଲୋଚନା କରିବ ନାହିଁ। ଯଦି ଆତଙ୍କବାଦୀ ହସ୍ତାନ୍ତର କରିବା ପ୍ରସଙ୍ଗରେ ଆଲୋଚନା କରାଯାଏ ତେବେ ଭାରତ ଆଲୋଚନା କରିବାକୁ ପ୍ରସ୍ତୁତ। ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବାର ଆମର କୌଣସି  ଆଗ୍ରହ ନାହିଁ। ଆମେ ମଧ୍ୟସ୍ଥତା ଚାହୁଁନୁ। ଆମକୁ ମଧ୍ୟସ୍ଥତାରର ଆବଶ୍ୟକତା ବି ନାହିଁ। Also read: ପାକିସ୍ତାନ ପୁଣି ଦୁଃସାହସ କଲେ, ଜବାବ ଆହୁରି ଜୋରଦାର ଦିଆଯିବ, ଭେନ୍ସଙ୍କୁ ବୁଝାଇ ଦେଲେ ମୋଦୀଆଜି କାଶ୍ମୀର ପ୍ରସଙ

କୌଣସି ମଧ୍ୟସ୍ଥତା ଆମକୁ ଦରକାର ନାହିଁ, ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ଭାରତର ରୋକ୍‌ଠୋକ୍‌ ଜବାବ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପାଇବା ପରେ ରବିବାର ସକାଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ, ଶାନ୍ତି ସ୍ଥାପନ ପରେ ମୁଁ ଭାରତ ଓ ପାକିସ୍ତାନ ସହ ବସି କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଆଲୋଚାନ କରିବାକୁ ପ୍ରସ୍ତୁତ। ଆଉ ଭାରତ ସ୍ପଷ୍ଟ ଭାବେ ଜଣାଇ ଦେଇଛି ଯେ, କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ। 

ଅନ୍ୟପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କାଶ୍ମୀର ପ୍ରସଙ୍ଗରେ ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ସ୍ଵାଗତ କରିଛନ୍ତି। କିନ୍ତୁ ଭାରତ ସ୍ପଷ୍ଟ କରି ଦେଇଛି ଭାରତକୁ ପାକ୍ ଅଧିକୃତ କାଶ୍ମୀର(ପିଓକେ) ଦରକାର। ସରକାରୀ ସୂତ୍ରରୁ କୁହାଯାଇଛି ଯେ, ଭାରତର ସନ୍ଦେଶ ସ୍ପଷ୍ଟ। କେବଳ ଗୋଟିଏ ପ୍ରସଙ୍ଗ ପିଓକେକୁ ଭାରତରେ ସାମିଲ କରିବା ରହିଛି। ତା ବାଦ୍ ଅନ୍ୟ କୌଣସି ପ୍ରସଙ୍ଗରେ ଭାରତ ଆଲୋଚନା କରିବ ନାହିଁ। ଯଦି ଆତଙ୍କବାଦୀ ହସ୍ତାନ୍ତର କରିବା ପ୍ରସଙ୍ଗରେ ଆଲୋଚନା କରାଯାଏ ତେବେ ଭାରତ ଆଲୋଚନା କରିବାକୁ ପ୍ରସ୍ତୁତ। ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବାର ଆମର କୌଣସି  ଆଗ୍ରହ ନାହିଁ। ଆମେ ମଧ୍ୟସ୍ଥତା ଚାହୁଁନୁ। ଆମକୁ ମଧ୍ୟସ୍ଥତାରର ଆବଶ୍ୟକତା ବି ନାହିଁ। 

Also read: ପାକିସ୍ତାନ ପୁଣି ଦୁଃସାହସ କଲେ, ଜବାବ ଆହୁରି ଜୋରଦାର ଦିଆଯିବ, ଭେନ୍ସଙ୍କୁ ବୁଝାଇ ଦେଲେ ମୋଦୀ

ଆଜି କାଶ୍ମୀର ପ୍ରସଙ୍ଗରେ ଦୁଇ ଦେଶର ନେତାଙ୍କୁ ସମ୍ବୋଧିତ କରି ଟ୍ରମ୍ପ ଲେଖିଥିଲେ ଯେ, ମୁଁ ଆପଣ ଦୁହିଁଙ୍କ ସହ ମିଶି କାଶ୍ମୀର ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବାକୁ ପ୍ରସ୍ତୁତ । ଆମେ ଏହା ମିଶି ଦେଖି ପାରିବା ଯେ, କଣ ହଜାର ବର୍ଷ ପରେ ବି କାଶ୍ମୀର ସମ୍ବନ୍ଧରେ କୌଣସି ସମାଧାନର ରାସ୍ତା ବାହାରି ପାରିବ । ଭଗବାନ ଭାରତ ଓ ପାକିସ୍ତାନର ନେତୃତ୍ୱକୁ ଭଲ କାମ କରିବାକୁ ଆଶୀର୍ବଦା ଦିଅନ୍ତୁ ।

ସ୍ଵାଗତ କଲା ପାକିସ୍ତାନ

ଅନ୍ୟପଟେ ପାକିସ୍ତାନ ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସ୍ତାବକୁ ସ୍ଵାଗତ କରିଛିି। ଇସଲାମାବାଦ କାଶ୍ମୀର ପ୍ରସଙ୍ଗକୁ ଦୀର୍ଘକାଳୀନ ବିବାଦ ଦର୍ଶାଇଛି। ଏହା ଦକ୍ଷିଣ ଏସିଆରେ ଶାନ୍ତି ଓ ସୁରକ୍ଷା ଦିଗରେ ଆଗାମୀ ଦିନରେ ଗମ୍ଭୀର ପ୍ରଭାବ ପକାଇପାର ବୋଲି କହିଛି।  ଅସ୍ତ୍ରବିରତି ବାର୍ତ୍ତାରେ ଆମେରିକା ନିଭାଇଥିବା ରଚନାତ୍ମକ ଭୂମିକାର ପ୍ରଶଂସା କରିଛି ପାକିସ୍ତାନ। ବୟାନରେ ପାକିସ୍ତାନ କହିଛି, ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ଵାରା ଜମ୍ମୁ-କାଶ୍ମୀର ବିବାଦର ସମାଧାନ ପାଇଁ କରାଯାଉଥିବା ପ୍ରୟାସର ସମର୍ଥନ କରୁଛୁ।