ଧର୍ମେନ୍ଦ୍ରଙ୍କ ବଡ ବୟାନ-‘ଲୋକେ ମୋଦିଙ୍କୁ ଭରସା କରିଛନ୍ତି, ଏଥର ପରିବର୍ତ୍ତନ ନିଶ୍ଚିତ’

ଭୁବନେଶ୍ବର ୩/୬: ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ହୀରାପୁର ସ୍ଥିତ ଚଉଷଠୀ ଯୋଗିନୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଙ୍ଗରେ ଥିଲେ ପତ୍ନୀ ମୃଦୁଳା ପ୍ରଧାନ । ସୋମବାର ସକାଳ ୧୦ଟା ସମୟରେ ଚଉଷଠୀ ଯୋଗିନୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ମାଆଙ୍କ ଆଶୀର୍ବାଦ ଲୋଡିଛନ୍ତି ଧର୍ମେନ୍ଦ୍ର । ସେଠାରେ ଉପସ୍ଥିତ ଥିବା ଗାଁ ଲୋକଙ୍କ ସହ ଆଲୋଚନା କରିବା ପରେ ନିକଟ ଗାଁ ଯଶୁଆପୁରର ନୃସିଂହ ନାଥ ମନ୍ଦିର ଦର୍ଶନ କରିଛନ୍ତି । ଏହି ଅବସରରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ଏଥର ପରିବର୍ତ୍ତନ ନିଶ୍ଚିତ । ଜନସାଧାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭରସା କରିଥିବାରୁ ଏଥର ଗଠନ ହେବ ବିଜେପି ସରକାର । ଲୋକଙ୍କ ଉନ୍ନତି ପାଇଁ ପରିବର୍ତ୍ତନ ହେଉଛି। ବିଜେପି ସରକାର ହେଲେ ଓଡ଼ିଶା ଏକ ବିକଶିତ ରାଜ୍ୟ ହେବାର ଆଶା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

ଧର୍ମେନ୍ଦ୍ରଙ୍କ ବଡ ବୟାନ-‘ଲୋକେ ମୋଦିଙ୍କୁ ଭରସା କରିଛନ୍ତି, ଏଥର ପରିବର୍ତ୍ତନ ନିଶ୍ଚିତ’

ଭୁବନେଶ୍ବର ୩/୬: ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ହୀରାପୁର ସ୍ଥିତ ଚଉଷଠୀ ଯୋଗିନୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଙ୍ଗରେ ଥିଲେ ପତ୍ନୀ ମୃଦୁଳା ପ୍ରଧାନ । ସୋମବାର ସକାଳ ୧୦ଟା ସମୟରେ ଚଉଷଠୀ ଯୋଗିନୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ମାଆଙ୍କ ଆଶୀର୍ବାଦ ଲୋଡିଛନ୍ତି ଧର୍ମେନ୍ଦ୍ର । 

ସେଠାରେ ଉପସ୍ଥିତ ଥିବା ଗାଁ ଲୋକଙ୍କ ସହ ଆଲୋଚନା କରିବା ପରେ ନିକଟ ଗାଁ ଯଶୁଆପୁରର ନୃସିଂହ ନାଥ ମନ୍ଦିର ଦର୍ଶନ କରିଛନ୍ତି । ଏହି ଅବସରରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ଏଥର ପରିବର୍ତ୍ତନ ନିଶ୍ଚିତ । ଜନସାଧାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭରସା କରିଥିବାରୁ ଏଥର ଗଠନ ହେବ ବିଜେପି ସରକାର । ଲୋକଙ୍କ ଉନ୍ନତି ପାଇଁ ପରିବର୍ତ୍ତନ ହେଉଛି। ବିଜେପି ସରକାର ହେଲେ ଓଡ଼ିଶା ଏକ ବିକଶିତ ରାଜ୍ୟ ହେବାର ଆଶା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।