ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ କାର୍ତ୍ତିକ ପାଣ୍ଡିଆନ ବୌଦ୍ଧ ନିର୍ବାଚନ ମଣ୍ଡଳିର ପୁରୁଣାକଟକ ଠାରେ ଦଳ ପାଇଁ ପ୍ରଚାର କରିଛନ୍ତି। ପୁରୁଣାକଟକର ମିନି ଷ୍ଟାଡିୟମ ଠାରେ ଦିନ ୧୧ ଟା ବେଳେ ପାଣ୍ଡିଆନ ପହଞ୍ଚିବା ପରେ ସଭାରେ ଉଦବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଯାହା କାମ କରନ୍ତି ତାହର ହିସାବ ଦିଅନ୍ତି ବୋଲି କହିବା ସହ ମୁଁ […] The post ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’ appeared first on Dharitri Odia News.

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ କାର୍ତ୍ତିକ ପାଣ୍ଡିଆନ ବୌଦ୍ଧ ନିର୍ବାଚନ ମଣ୍ଡଳିର ପୁରୁଣାକଟକ ଠାରେ ଦଳ ପାଇଁ ପ୍ରଚାର କରିଛନ୍ତି। ପୁରୁଣାକଟକର ମିନି ଷ୍ଟାଡିୟମ ଠାରେ ଦିନ ୧୧ ଟା ବେଳେ ପାଣ୍ଡିଆନ ପହଞ୍ଚିବା ପରେ ସଭାରେ ଉଦବୋଧନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଯାହା କାମ କରନ୍ତି ତାହର ହିସାବ ଦିଅନ୍ତି ବୋଲି କହିବା ସହ ମୁଁ ଗତ ଜୁନ ମାସରେ ଆସିଥିଲି ଆପଣଙ୍କ ଠାରୁ ଅଭିଯୋଗ ନେଇଥିଲି, ସେହି ଅଭିଯୋଗର ପୁରଣ ହୋଇଥିବା ସହ ଆଜି ହିସାବ ହେଉଛି। ମାଭୈରବୀ ପିଠକୁ ୪ କୋଟି ଅନୁଦାନ ଦେବା ସହ ଜିଲାର ସମସ୍ତ ମଠ, ମନ୍ଦିର, ମସଜିଦକୁ ଅନୂଦାନ ଦିଆଯାଇଛି। ନିର୍ବାଚନ ଆସିଲେ ଅନ୍ୟ ମାନେ ଟୁରିଷ୍ଟ ଭଳି ଆସିବେ ବୋଲି ୫ଟି ଅଧକ୍ଷ୍ୟ କହିଥିଲେ । ଆପାଣ ମାନେ ଶଙ୍ଖ ଚିହ୍ନକୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇ ମୁଖ୍ୟମନ୍ତ୍ରୀ କରିବାକୁ ଆହ୍ୱାନ କରିବା ସହ ବୌଦ୍ଦରୁ ୪୦ ହଜାରରୁ ଅଧିକ ଭୋଟର ମାର୍ଜିନ କରିବାକୁ କହିଥିଲେ । ସଭାରେ ବୌଦ୍ଦ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଜିଲାର ବିକାଶ ନେଇ କହିବା ସହ ରାଜ୍ୟ ସରକାରଙ୍କ ଯୋଜନା ଉପରେ କହିଥିଲେ।

ସଭାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମାନ୍ତ କହିଥିଲେ ମୋର ଧର୍ମ ମାନବ ସେବା ହିଁ ମାଧବ ସେବା କହିଥିଲେ । ଏହା ସହ ବିକାଶ ପୁରୁଷ ନବୀନ ପଟ୍ଟନାୟକ ବୋଲି କହିଥିଲେ । ସାଂସଦ ସମାନ୍ତ ସଭାରେ ୫ଟି ଅଧକ୍ଷ୍ୟଙ୍କ ଗୁଣଗାନ କରିବାକୁ ମଧ୍ୟ ଭୁଲି ନଥିଲେ। ସଭାରେ ପୁରୁଷଙ୍କ ଅପେକ୍ଷା ଅଧିକା ମହିଳାଙ୍କୁ ଦେଖିବାକୁ ମିଳିଥିଲା । ସଭାରେ ୫ ହଜାର ଲୋକଙ୍କ ସମାଗମ ହୋଇଥିଲା । ଅପରାହ୍ନରେ କଂଟାମାଳ ନିର୍ବାଚନ ମଣ୍ଡଳିରେ ୫ଟି ଅଧକ୍ଷ୍ୟଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକମ ରହିଛି ।

The post ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’ appeared first on Dharitri Odia News.