ପ୍ଲେୟର ଅଫ ଦ ମନ୍ଥ ପାଇଁ ଏହି ୩ ଖେଳାଳିଙ୍କୁ ମନୋନୀତ କଲା ଆଇସିସି
ନୂଆଦିଲ୍ଲୀ,୬।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଫେବୃଆରୀ ୬ ମଙ୍ଗଳବାର ପୁରୁଷ େଖେଳାଳିଙ୍କ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡ ପାଇଁ ମନୋନୀତ ଖେଳାଳିଙ୍କ ନାମ ପ୍ରକାଶ କରିଛି। ଜାନୁଆରୀ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହାଜଲେଉଡ, ୱେଷ୍ଟଇଣ୍ଡିଜ ଯୁବ ଫାଷ୍ଟ ବୋଲର ଶାମର ଜୋସେଫ ଏବଂ ଇଂଲଣ୍ଡର ବ୍ୟାଟର ଓଲି ପୋପ ଅଛନ୍ତି। ୱେଷ୍ଟଇଣ୍ଡିଜ୍ର ଯୁବ ଦ୍ରୁତ ବୋଲର ଶାମର ଜୋସେଫ […] The post ପ୍ଲେୟର ଅଫ ଦ ମନ୍ଥ ପାଇଁ ଏହି ୩ ଖେଳାଳିଙ୍କୁ ମନୋନୀତ କଲା ଆଇସିସି appeared first on Dharitri Odia News.
ନୂଆଦିଲ୍ଲୀ,୬।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଫେବୃଆରୀ ୬ ମଙ୍ଗଳବାର ପୁରୁଷ େଖେଳାଳିଙ୍କ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡ ପାଇଁ ମନୋନୀତ ଖେଳାଳିଙ୍କ ନାମ ପ୍ରକାଶ କରିଛି। ଜାନୁଆରୀ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହାଜଲେଉଡ, ୱେଷ୍ଟଇଣ୍ଡିଜ ଯୁବ ଫାଷ୍ଟ ବୋଲର ଶାମର ଜୋସେଫ ଏବଂ ଇଂଲଣ୍ଡର ବ୍ୟାଟର ଓଲି ପୋପ ଅଛନ୍ତି।
ୱେଷ୍ଟଇଣ୍ଡିଜ୍ର ଯୁବ ଦ୍ରୁତ ବୋଲର ଶାମର ଜୋସେଫ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଡେବ୍ୟୁ କରିଛନ୍ତି। ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ଶାମର ହଇଚଇ ସୃଷ୍ଟି କରିଥିଲେ। ବ୍ୟାଟିଂ ବେଳେ ଗୋଡରେ ଆଘାତ ଲାଗିଥିବା ସତ୍ତ୍ୱେ ଶାମର ବୋଲିଂ କରିବାକୁ ପଡ଼ିଆକୁ ଆସିଥିଲେ ଏବଂ ଅଷ୍ଟ୍ରେଲୀୟ ବ୍ୟାଟର୍ଙ୍କ ନିଜ ହଜାଇ ୮ ରନରେ ବ୍ରିସବେନ୍ର ଗାବାରେ ୱେଷ୍ଟଇଣ୍ଡିଜକୁ ବିଜୟୀ କରିଥିଲେ। ସେ ନିଜର ଚମତ୍କାର ବୋଲିଂ ସହ ଗାବାରେ ଅଷ୍ଟ୍ରେଲିଆର ଗର୍ବ ଭାଙ୍ଗିଥିଲେ। ଏ୨ ମ୍ୟାଚ ଟେଷ୍ଟ ସିରିଜରେ ଶାମର ମୋଟ ୧୩ ଉଇକେଟ୍ ନେଇଥିଲେ। ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ଦ ସିରିଜ ପୁରସ୍କାର ମଧ୍ୟ ଦିଆଯାଇଥିଲା । ଜାନୁଆରୀ ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ଜୋଶ ହାଜଲେଉଡଙ୍କ ପାଇଁ ମଧ୍ୟ ବହୁତ ଭଲ ଥିଲା। ଚଳିତ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦୁଇଟି ମ୍ୟାଚ ଟେଷ୍ଟ ସିରିଜରେ ସେ ୧୪ ଉଇକେଟ୍ ଶିକାର କରିଥିଲେ। ପ୍ଲେୟାର ଅଫ ଦ ମନ୍ଥ ପାଇଁ ଇଂଲଣ୍ଡ ବ୍ୟାଟର୍ ଓଲି ପୋପ ମଧ୍ୟ ମନୋନୀତ ହୋଇଛନ୍ତି। ଭାରତ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ହାଇଦ୍ରାବାଦରେ ଖେଳୁଥିବାବେଳେ ସେ ଦ୍ୱିତୀୟ ଇନିଂସରେ ୧୯୬ ରନ ସଂଗ୍ରହ କରିଥିଲେ। ତାଙ୍କ ଇନିଂସର ଶକ୍ତିରେ ଇଂଲଣ୍ଡ ଇତିହାସ ସୃଷ୍ଟି କରିଥିଲା ଏବଂ ପ୍ରଥମ ମ୍ୟାଚରେ ଭାରତକୁ ୨୮ ରନରେ ପରାସ୍ତ କରିଥିଲା।
The post ପ୍ଲେୟର ଅଫ ଦ ମନ୍ଥ ପାଇଁ ଏହି ୩ ଖେଳାଳିଙ୍କୁ ମନୋନୀତ କଲା ଆଇସିସି appeared first on Dharitri Odia News.