କାନାଡାରେ ଆଉ ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ

ଓଟାଓ୍ବା,୨।୨: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ସହଯୋଗୀଙ୍କ ଘରକୁ ଟାର୍ଗେଟ କରାଯାଇଛି। ନିଜାର ସହଯୋଗୀଙ୍କ ଘରେ ଗୁଳି ବିନିମୟ ହୋଇଛି। ଏହି ଆକ୍ରମଣ ଏକ ସମୟରେ ଘଟିଥିଲା ଯେତେବେଳେ ନିଜାରର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ମତଭେଦ ଦେଖାଦେଇଥିଲା। ଗତ ବର୍ଷ ଜୁନ ୧୮ରେ ବ୍ରିଟିଶ କଲମ୍ବିଆ ପ୍ରଦେଶର ସୁରେ ସହରର ଗୁରୁଦ୍ୱାର ବାହାରେ ଖାଲିସ୍ତାନୀ ଆତଙ୍କବାଦୀ ନିଜାରଙ୍କୁ ହତ୍ୟା କରାଯାଇଥିଲା। କାନାଡିଆନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେଉଁ ଘରେ ଗୁଳି […] The post କାନାଡାରେ ଆଉ ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ appeared first on Dharitri Odia News.

କାନାଡାରେ ଆଉ ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ

ଓଟାଓ୍ବା,୨।୨: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ସହଯୋଗୀଙ୍କ ଘରକୁ ଟାର୍ଗେଟ କରାଯାଇଛି। ନିଜାର ସହଯୋଗୀଙ୍କ ଘରେ ଗୁଳି ବିନିମୟ ହୋଇଛି। ଏହି ଆକ୍ରମଣ ଏକ ସମୟରେ ଘଟିଥିଲା ଯେତେବେଳେ ନିଜାରର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ମତଭେଦ ଦେଖାଦେଇଥିଲା। ଗତ ବର୍ଷ ଜୁନ ୧୮ରେ ବ୍ରିଟିଶ କଲମ୍ବିଆ ପ୍ରଦେଶର ସୁରେ ସହରର ଗୁରୁଦ୍ୱାର ବାହାରେ ଖାଲିସ୍ତାନୀ ଆତଙ୍କବାଦୀ ନିଜାରଙ୍କୁ ହତ୍ୟା କରାଯାଇଥିଲା।
କାନାଡିଆନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେଉଁ ଘରେ ଗୁଳି ଚାଳନା କରାଯାଇଥିଲା, ତାହା ସିମରନଜିତ ସିଂଙ୍କର ଅଟେ। କାନାଡିଆନ ସମୟ ଅନୁଯାୟୀ ଗୁରୁବାର ସକାଳେ ଏହି ଆକ୍ରମଣ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଘର ବାହାରେ ପାର୍କିଂ ହୋଇଥିବା କାରଟି ବୁଲେଟ ମାର୍କରେ ଭରି ରହିଥିଲା। ରୟାଲ କାନାଡିୟ ମାଉଣ୍ଟେଡ ପୋଲିସ (ଆରସିଏମପି) ର ସୁରେ ସିଟି ପୋଲିସ କହିଛି ଯେ ସହରର ଦକ୍ଷିଣ ଅଞ୍ଚଳରେ ଥିବା ଏକ ଘରେ ଗୁଳି ବିନିମୟ ହୋଇଛି। ଏହି ଘଟଣାରେ କେହି ଆହତ ହୋଇଥିବା ସୂଚନା ନାହିଁ।

The post କାନାଡାରେ ଆଉ ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ appeared first on Dharitri Odia News.