ଆଳୁ ପିଆଜ ପକଡି
ସାମଗ୍ରୀ – ଦୁଇଟି ବଡ ଆଳୁ, ପିଆଜ, କଞ୍ଚାଲଙ୍କା, ଧନିଆ ପତ୍ର, ରସୁଣ, ବେସନ, ହଳଦୀ, ଧନିଆ ଗୁଣ୍ଡ, ଚିନି, ଲୁଣ । ପ୍ରଣାଳୀ – ପ୍ରଥମେ ଆଳୁର ଚୋପା ଛଡାଇ ନେଇ ଗ୍ରେଟ କରିନିଅନ୍ତୁ । ଏହାକୁ ହଳଦୀ ଓ ଲୁଣ ଦେଇ ଅଳ୍ପ ସମୟ ପାଇଁ ପାଣିରେ ବତୁରାଇ ନିଅନ୍ତୁ । ଆଉ ଏକ ପାତ୍ରରେ କଟା ପିଆଜ ଓ କଞ୍ଚା ଲଙ୍କାକୁ ଭଲକରି ଗୋଳାଇ ନିଅନ୍ତୁ । ଏହାପରେ ଆଳୁକୁ ପାଣିରୁ ଛାଣି […]

ସାମଗ୍ରୀ – ଦୁଇଟି ବଡ ଆଳୁ, ପିଆଜ, କଞ୍ଚାଲଙ୍କା, ଧନିଆ ପତ୍ର, ରସୁଣ, ବେସନ, ହଳଦୀ, ଧନିଆ ଗୁଣ୍ଡ, ଚିନି, ଲୁଣ ।
ପ୍ରଣାଳୀ – ପ୍ରଥମେ ଆଳୁର ଚୋପା ଛଡାଇ ନେଇ ଗ୍ରେଟ କରିନିଅନ୍ତୁ । ଏହାକୁ ହଳଦୀ ଓ ଲୁଣ ଦେଇ ଅଳ୍ପ ସମୟ ପାଇଁ ପାଣିରେ ବତୁରାଇ ନିଅନ୍ତୁ । ଆଉ ଏକ ପାତ୍ରରେ କଟା ପିଆଜ ଓ କଞ୍ଚା ଲଙ୍କାକୁ ଭଲକରି ଗୋଳାଇ ନିଅନ୍ତୁ । ଏହାପରେ ଆଳୁକୁ ପାଣିରୁ ଛାଣି ନିଅନ୍ତୁ । ସେହି ଆଳୁକୁ ପିଆଜ ସହିତ ମିଶାନ୍ତୁ । ଏହାପରେ ବର୍ତ୍ତମାନ ଏହି ଆଳୁ ପିଆଜ ମିଶ୍ରଣରେ ସମସ୍ତ ଗୁଣ୍ଡ ମସଲା ଓ ଚାଉଳ ଗୁଣ୍ଡ ମିଶାନ୍ତୁ । ଏହାପରେ ଏଥିରେ ବେସନ ମିଶାଇ ଗୋଳାନ୍ତୁ, ଆବଶ୍ୟକ ଅନୁଯାଇ ପାଣି ଦିଅନ୍ତୁ । ଏଥିରେ ଅଳ୍ପ ତେଲ ମିଶାଇ ଗୋଳାନ୍ତୁ । ପରେ ଏହାକୁ ତେଲରେ ପକଡି ଭଳି ଛାଣି ନିଅନ୍ତୁ, ପ୍ରସ୍ତୁତ ହୋଇଯିବ ଆଳୁ ପିଆଜ ପକଡି ।