ବାଲେଶ୍ୱରରେ ଭୋଲ୍ଟାସ୍‌ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ, ରାଜ୍ୟରେ ୧୯ତମ ଏବଂ ଦେଶରେ ୩୦୦ରୁ ଅଧିକ

ଭୁବନେଶ୍ୱର,୨୬।୧: ଦେଶର ୧ ନମ୍ବର ଏୟାର କଣ୍ଡିସନର (ଏସି) କମ୍ପାନୀ ତଥା ଟାଟା ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଭୋଲ୍ଟାସ୍‌ ଲିମିଟେଡ୍‌ର ପ୍ରିମିୟମ ଆଉଟ୍‌ଲେଟ୍‌ ‘ଭୋଲ୍ଟାସ୍‌ ବ୍ରାଣ୍ଡ୍‌ ଶପ୍‌’ ଗୁରୁବାର ବାଲେଶ୍ୱରର ବି.ସି.ସେନ୍‌ ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଭାରତ ସେଲ୍ସ ଏମ୍ପୋରିୟମ ଆନୁକୂଲ୍ୟରେ ଉକ୍ତ ଶପ୍‌ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୋଲ୍ଟାସ୍‌ର ଆଞ୍ଚଳିକ ମୁଖ୍ୟ (ରିଜିଓନାଲ ହେଡ୍‌ ଇଷ୍ଟ-୨) ମାନସ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର […] The post ବାଲେଶ୍ୱରରେ ଭୋଲ୍ଟାସ୍‌ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ, ରାଜ୍ୟରେ ୧୯ତମ ଏବଂ ଦେଶରେ ୩୦୦ରୁ ଅଧିକ appeared first on Dharitri Odia News.

ବାଲେଶ୍ୱରରେ ଭୋଲ୍ଟାସ୍‌ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ, ରାଜ୍ୟରେ ୧୯ତମ ଏବଂ ଦେଶରେ ୩୦୦ରୁ ଅଧିକ

ଭୁବନେଶ୍ୱର,୨୬।୧: ଦେଶର ୧ ନମ୍ବର ଏୟାର କଣ୍ଡିସନର (ଏସି) କମ୍ପାନୀ ତଥା ଟାଟା ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଭୋଲ୍ଟାସ୍‌ ଲିମିଟେଡ୍‌ର ପ୍ରିମିୟମ ଆଉଟ୍‌ଲେଟ୍‌ ‘ଭୋଲ୍ଟାସ୍‌ ବ୍ରାଣ୍ଡ୍‌ ଶପ୍‌’ ଗୁରୁବାର ବାଲେଶ୍ୱରର ବି.ସି.ସେନ୍‌ ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଭାରତ ସେଲ୍ସ ଏମ୍ପୋରିୟମ ଆନୁକୂଲ୍ୟରେ ଉକ୍ତ ଶପ୍‌ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଭୋଲ୍ଟାସ୍‌ର ଆଞ୍ଚଳିକ ମୁଖ୍ୟ (ରିଜିଓନାଲ ହେଡ୍‌ ଇଷ୍ଟ-୨) ମାନସ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଉଭୟ ଭୋଲ୍ଟାସ୍‌ ଲିମିଟେଡ୍‌ ଓ ଭାରତ ସେଲ୍ସ ଏମ୍ପୋରିୟମର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଭୋଲ୍ଟାସ୍‌ ଲିମିଟେଡ୍‌ର ଏମ୍‌ଡି ତଥା ସିଇଓ ପ୍ରଦୀପ ବକ୍ସି କହିଥିଲେ, ବାଲେଶ୍ୱରଠାରେ ଆମେ ଆମର ୧୯ ତମ ବ୍ରାଣ୍ଡ୍‌ ଶପ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନକରି ବେଶ୍‌ ଉତ୍ସାହିତ ଅଛୁ।

ଏଠାରେ ଉଭୟ ଭୋଲ୍ଟାସ ଏବଂ ଭୋଲ୍ଟାସ୍‌ ବେକର ସମସ୍ତ ଉତ୍ପାଦ ଗୁଣାତ୍ମକ ଓ ଉଚିତ ମୂଲ୍ୟରେ ପାଇପାରିବେ। ଏପରିକି ଏଠାରେ ଏସି, ଓ୍ବାଟର ହିଟର,ଏୟାର କୁଲର୍ସ,କମର୍ସିଆଲ ରେଫ୍ରିଜେଟର ଭଳି ଅନେକ ଭୋଲ୍ଟାସ୍‌ ଉତ୍ପାଦ ଉପଲବ୍ଧ। ବିଶେଷକରି ଗ୍ରାହକଙ୍କୁ ଗୁଣାତ୍ମକ ଉତ୍ପାଦ ଯୋଗାଇବା ସହ ବିକ୍ରି ପରବର୍ତ୍ତୀ ସେବା ଯୋଗାଇଦେବାକୁ ଆମେ ବେଶ୍‌ ଗୁରୁତ୍ୱ ପ୍ରଦାନ କରିଥାଉ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

The post ବାଲେଶ୍ୱରରେ ଭୋଲ୍ଟାସ୍‌ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ, ରାଜ୍ୟରେ ୧୯ତମ ଏବଂ ଦେଶରେ ୩୦୦ରୁ ଅଧିକ appeared first on Dharitri Odia News.