ମୋ ସ୍କୁଲ ଯୋଜନାରେ ଟଙ୍କା ଆତ୍ମସାତ: ପ୍ରଧାନଶିକ୍ଷକ ନିଲମ୍ବିତ
ହରଭଙ୍ଗା,୨୫।୨(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଯୋଜନାରେ ହୋଇଥିବା କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ନିର୍ମଳ ରଣାଙ୍କୁ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଚାକିରିରୁ ନିଲମ୍ବନ କରିଛନ୍ତି। ଏହାସହିତ ନିଲମ୍ବନ ସମୟରେ ବାମଣ୍ଡା ୟୁଜିଏଚ୍ଏସ୍କୁ ତାଙ୍କର ହେଡ୍କ୍ୱାର୍ଟର ଫିକ୍ସ କରାଯାଇଛି ଏବଂ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ପତ୍ରରେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ […] The post ମୋ ସ୍କୁଲ ଯୋଜନାରେ ଟଙ୍କା ଆତ୍ମସାତ: ପ୍ରଧାନଶିକ୍ଷକ ନିଲମ୍ବିତ appeared first on Dharitri Odia News.
ହରଭଙ୍ଗା,୨୫।୨(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଯୋଜନାରେ ହୋଇଥିବା କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ନିର୍ମଳ ରଣାଙ୍କୁ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଚାକିରିରୁ ନିଲମ୍ବନ କରିଛନ୍ତି। ଏହାସହିତ ନିଲମ୍ବନ ସମୟରେ ବାମଣ୍ଡା ୟୁଜିଏଚ୍ଏସ୍କୁ ତାଙ୍କର ହେଡ୍କ୍ୱାର୍ଟର ଫିକ୍ସ କରାଯାଇଛି ଏବଂ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ପତ୍ରରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଣା ମୋ ସ୍କୁଲ ଯୋଜନାରେ ବ୍ୟାଙ୍କ ସ୍ଲିପକୁ ଚଞ୍ଚକତା କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଧରାପଡିଥିଲା। ଏହି ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗତ ୧୨ ତାରିଖରେ ହରଭଙ୍ଗା ଏବିଇଓ ଜ୍ୟୋତ୍ସ୍ନାରାଣୀ ମହାପାତ୍ର ଏବଂ ସରସରା ସିଆରସିସି ଶ୍ରୀବନ୍ତ ନାଏକ ପ୍ରମୁଖ ଉକ୍ତ ସ୍କୁଲରେ ପହଞ୍ଚି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିବା ସହିତ କାଗଜପତ୍ର ଯାଞ୍ଚ କରିଥିଲେ।
ପୁନର୍ବାର ବୌଦ୍ଧ ସହକାରୀ ଜିଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର ଏବଂ ହରଭଙ୍ଗା ବିଇଓ ଅଜୟ କୁମାର ଲୁହାଙ୍କ ପକ୍ଷରୁ ମିଳିତ ତଦନ୍ତ କରାଯାଇଥିଲା। ତଦନ୍ତ ପରେ ୫ହଜାର ଟଙ୍କା ବ୍ୟାଙ୍କ ସ୍ଲିପ୍କୁ ଚଞ୍ଚକତା ସ୍ପଷ୍ଟ ହେବା ସହିତ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ନିଜ ଭୁଲ ସ୍ବୀକାର କରିଥିଲେ। ଏହି ସମ୍ପର୍କିତ ତଦନ୍ତ ରିପୋର୍ଟ ବୌଦ୍ଧ ଜିଲା ଶିକ୍ଷାଧିକାରୀଙ୍କୁ ଦାଖଲ ପରେ ଜିଲା ଶିକ୍ଷା ଅଧିକାରୀ ପ୍ରଧାନଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଇଓଙ୍କୁ ନିଦ୍ଦେର୍ର୍ଶ ଦେଇଥିଲେ।
The post ମୋ ସ୍କୁଲ ଯୋଜନାରେ ଟଙ୍କା ଆତ୍ମସାତ: ପ୍ରଧାନଶିକ୍ଷକ ନିଲମ୍ବିତ appeared first on Dharitri Odia News.