Mahabharat: ନଳ-ଦମୟନ୍ତୀଙ୍କ ବିବାହର ଐତିହାସିକ କାହାଣୀ, ସ୍ୱୟଂବରରେ ଚାରି ଦେବତା ଓ କଳିଙ୍କର କୋପ କଥା
ଅନେକ ଦେଶର ରାଜା ଓ ରାଜକୁମାରମାନେ ଆସି ପହଞ୍ଚିଲେ । ଚାରି ଦେବତା ଓ ରାଜା ନଳ ବି ଆସିଲେ । କିନ୍ତୁ ଦେବତାମାନେ ରାଜା ନଳଙ୍କ ବେଶ ଧରି ଆସିଥାନ୍ତି । ଦମୟନ୍ତୀ ସ୍ୱୟଂବର ସଭାରେ ଆସି ଦେଖନ୍ତି ଅନ୍ୟ ରାଜାମାନଙ୍କ ସହ ପାଞ୍ଚଜଣ ନଳ ବସିଛନ୍ତି । ସେ ବୁଝିଗଲେ ପାଞ୍ଚ ଜଣରେ ଜଣେ ପ୍ରକୃତ ନଳ ଓ ଅନ୍ୟ ଚାରିଜଣ ଦେବତା ନଳଙ୍କ ରୂପ ଧାରଣ କରି ବସିଛନ୍ତି । ସେ ଏବେ ପ୍ରକୃତ ନଳଙ୍କୁ ବାଛିବେ କେମିତି? ବିଦୂଷୀ ଦମୟନ୍ତୀ କିଛି କ୍ଷଣ ଚିନ୍ତା କଲେ ଓ ଆଉଥରେ ନିରୀକ୍ଷଣ କଲେ । ସେ ଜାଣିଥିଲେ, ଦେବତାମାନଙ୍କର କୌଣସି ମାନବୀୟ ବିକାର ନଥାଏ । ସେ ଜାଣିଥିଲେ, ଦେବତାମାନଙ୍କର ଛାଇ ପଡେନି । ଆଖିର ପଲକ ସ୍ଥିର ରୁହେ । ଦେହରୁ ଝାଳ ବୁହେନି ।