ତେନ୍ତୁଳୀ ଖାଇବାକୁ ପସନ୍ଦ କି ? ଜାଣନ୍ତୁ ଶରୀରକୁ କ’ଣ ମିଳିଥାଏ ଫାଇଦା…
ନୂଆଦିଲ୍ଲୀ ୦୮।୦୪: ତେନ୍ତୁଳୀ ଖାଇବାକୁ ପସନ୍ଦ କରନ୍ତି କି ? ବୋଧହୁଏ ଜାଣିନଥିବେ ଏହାକୁ ଖାଇବା ଦ୍ବାରା ଶରୀରକୁ କଣ ମିଳିଥାଏ ଫାଇଦା…ଆସନ୍ତୁ ଜାଣିବା... ତେନ୍ତୁଳୀ ହୃଦଘାତ କିମ୍ବା ରକ୍ତରେ ଶର୍କରା କମ୍ ଏବଂ କୋଲେଷ୍ଟ୍ରଲ ପାଇଁ ରାମବାଣ ସଦୃଶ । ଯେଉଁମାନଙ୍କର ଦୀର୍ଘ ଦିନ ଧରି କୋଲେଷ୍ଟ୍ରଲ ରହିଛି ସେମାନଙ୍କ ପାଇଁ ତେନ୍ତୁଳି ବେଶ୍ ଉପକାରୀ । ନିୟମିତ ତେନ୍ତୁଳୀ ଖାଇବା ଦ୍ୱାରା ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ । ଏଥିରେ ଥିବା ଫେନୋଲିକ୍ ହୃଦ୍ରୋଗ ପାଇଁ ଲାଭଦାୟକ । ତେନ୍ତୁଳୀ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହା ଯକୃତ ଏବଂ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ତେନ୍ତୁଳୀରେ ଫାଇବର ଭରପୂର ରହିଥାଏ । ଏଥିରେ ଫ୍ୟାଟ ନଥାଏ । ଅଧ୍ୟୟନ ଅନୁଯାୟୀ, ପ୍ରତିଦିନ ତେନ୍ତୁଳୀ ଖାଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ । କାରଣ ଏଥିରେ ଫ୍ଲାଭୋନାଏଡ୍ ଏବଂ ପଲିଫେନୋଲ୍ ଥାଏ । ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୧୦-୨୦ ଗ୍ରାମ ତେନ୍ତୁଳୀ ଖାଇ ପାରିବେ। ତେବେ ଅତ୍ୟଧିକ ତେନ୍ତୁଳୀ ଖାଇବା ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ । ଏହା ଶରୀରରେ ଫ୍ଲୋରାଇଡ୍ ଅଂଶ ବୃଦ୍ଧିକରେ । ବିଶେଷ କରି ପିଲାମାନଙ୍କଠାରେ ଏହା ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ।
ନୂଆଦିଲ୍ଲୀ ୦୮।୦୪: ତେନ୍ତୁଳୀ ଖାଇବାକୁ ପସନ୍ଦ କରନ୍ତି କି ? ବୋଧହୁଏ ଜାଣିନଥିବେ ଏହାକୁ ଖାଇବା ଦ୍ବାରା ଶରୀରକୁ କଣ ମିଳିଥାଏ ଫାଇଦା…ଆସନ୍ତୁ ଜାଣିବା...

ତେନ୍ତୁଳୀ ହୃଦଘାତ କିମ୍ବା ରକ୍ତରେ ଶର୍କରା କମ୍ ଏବଂ କୋଲେଷ୍ଟ୍ରଲ ପାଇଁ ରାମବାଣ ସଦୃଶ । ଯେଉଁମାନଙ୍କର ଦୀର୍ଘ ଦିନ ଧରି କୋଲେଷ୍ଟ୍ରଲ ରହିଛି ସେମାନଙ୍କ ପାଇଁ ତେନ୍ତୁଳି ବେଶ୍ ଉପକାରୀ । ନିୟମିତ ତେନ୍ତୁଳୀ ଖାଇବା ଦ୍ୱାରା ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ ।

ଏଥିରେ ଥିବା ଫେନୋଲିକ୍ ହୃଦ୍ରୋଗ ପାଇଁ ଲାଭଦାୟକ । ତେନ୍ତୁଳୀ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହା ଯକୃତ ଏବଂ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ତେନ୍ତୁଳୀରେ ଫାଇବର ଭରପୂର ରହିଥାଏ । ଏଥିରେ ଫ୍ୟାଟ ନଥାଏ ।

ଅଧ୍ୟୟନ ଅନୁଯାୟୀ, ପ୍ରତିଦିନ ତେନ୍ତୁଳୀ ଖାଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ । କାରଣ ଏଥିରେ ଫ୍ଲାଭୋନାଏଡ୍ ଏବଂ ପଲିଫେନୋଲ୍ ଥାଏ । ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୧୦-୨୦ ଗ୍ରାମ ତେନ୍ତୁଳୀ ଖାଇ ପାରିବେ।

ତେବେ ଅତ୍ୟଧିକ ତେନ୍ତୁଳୀ ଖାଇବା ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ । ଏହା ଶରୀରରେ ଫ୍ଲୋରାଇଡ୍ ଅଂଶ ବୃଦ୍ଧିକରେ । ବିଶେଷ କରି ପିଲାମାନଙ୍କଠାରେ ଏହା ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ।