ଆର୍ଥିକ ମାନ୍ଦାବସ୍ଥା ଭିତରକୁ ଗତି କରୁଛି କଟକ: ସାଂସଦ ଭର୍ତ୍ତୃହରି ମହତାବ
କଟକ: ରାଜ୍ୟର ଅର୍ଥନୈତିକ ପ୍ରଗତିରେ ବ୍ୟାଙ୍କ ଗୁଡ଼ିକର ସବୁଠୁ ବଡ଼ ଭୂମିକା ଥିବାବେଳେ, ଅଧିକାଂଶ ସମୟରେ ବ୍ୟାଙ୍କ ଗୁଡ଼ିକର ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ଋଣ ପ୍ରଦାନ ଯୋଗୁ ନୂଆ କରି ବ୍ୟବସାୟ ବା ଉଦ୍ୟୋଗଟିଏ କରିବାକୁ ଚାହୁଁଥିବା ବ୍ୟକ୍ତି ବଞ୍ଚିତ ହେଉଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକରେ।ଜିଲ୍ଲାରେ ବ୍ୟାଙ୍କ ଗୁଡ଼ିକର ଋଣ ପ୍ରଦାନ ହାର ଉପରେ ସମୀକ୍ଷା ସମୟରେ ଯେଉଁ ତଥ୍ୟ ପଦାକୁ ଆସିଛି, ତାହା ବେଶ୍ ଚିନ୍ତାଜନକ ବୋଲି ମତ ଦେଇଛନ୍ତି ଖୋଦ୍ କଟକ ସାଂସଦ ଭର୍ତ୍ତୃହରି ମହତାବ। କୋଭିଡ ପୂର୍ବ ସମୟ ଓ କୋଭିଡ ପରେ ପରେ ବ୍ୟାଙ୍କ ଗୁଡ଼ିକ ନିଜ ଜମା ରାଶିର ୬୦ରୁ ୭୦ପ୍ରତିଶତ ଋଣ ଆକାରରେ ଦେଇଥିବାବେଳେ ଚଳିତ ବର୍ଷ ତାହା ୪୦ପ୍ରତିଶତକୁ ଖସି ଆସିଛି। ସାଂସଦ ଆହୁରି କହିଛନ୍ତି ଗ୍ରାମୀଣ ଅର୍ଥନୀତି କେତେ କ୍ରିୟାଶୀଳ ଅଛି ଓ କିଭଳି ଆଗକୁ ଗତି କରୁଛି ତାର ଏକ ମାପକାଠି ହେଉଛି ବ୍ୟାଙ୍କର ଋଣ ପ୍ରଦାନ ହାର। ବିଭିନ୍ନ ବ୍ୟବସାୟ ପାଇଁ ଲୋକମାନେ ଯଦି ବ୍ୟାଙ୍କରୁ ଅଧିକରୁ ଅଧିକ ପରିମାଣରେ ଋଣ ନେଉଛନ୍ତି, ତାହା ଗ୍ରାମୀଣ ଓ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବାର ସେତେ ଅଧିକ ସମ୍ଭାବନା ରହିଥାଏ। ମାତ୍ର ଏବେ କଟକ ଜିଲ୍ଲାରେ ଏହାର ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏପରିକି ମୁଦ୍ରା ଲୋନରେ ଖୋଦ୍ ସରକାର ଗ୍ୟାରେଣ୍ଟର ରହୁଥିଲେ ମଧ୍ୟ ଅଧିକାଂଶ ରାଷ୍ଟ୍ରାୟତ ବ୍ୟାଙ୍କ ମୁଦ୍ରା ଋଣ ଦରଖାସ୍ତ ମଧ୍ୟ ଖାରଜ କରିଦେ
କଟକ: ରାଜ୍ୟର ଅର୍ଥନୈତିକ ପ୍ରଗତିରେ ବ୍ୟାଙ୍କ ଗୁଡ଼ିକର ସବୁଠୁ ବଡ଼ ଭୂମିକା ଥିବାବେଳେ, ଅଧିକାଂଶ ସମୟରେ ବ୍ୟାଙ୍କ ଗୁଡ଼ିକର ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ଋଣ ପ୍ରଦାନ ଯୋଗୁ ନୂଆ କରି ବ୍ୟବସାୟ ବା ଉଦ୍ୟୋଗଟିଏ କରିବାକୁ ଚାହୁଁଥିବା ବ୍ୟକ୍ତି ବଞ୍ଚିତ ହେଉଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକରେ।
ଜିଲ୍ଲାରେ ବ୍ୟାଙ୍କ ଗୁଡ଼ିକର ଋଣ ପ୍ରଦାନ ହାର ଉପରେ ସମୀକ୍ଷା ସମୟରେ ଯେଉଁ ତଥ୍ୟ ପଦାକୁ ଆସିଛି, ତାହା ବେଶ୍ ଚିନ୍ତାଜନକ ବୋଲି ମତ ଦେଇଛନ୍ତି ଖୋଦ୍ କଟକ ସାଂସଦ ଭର୍ତ୍ତୃହରି ମହତାବ। କୋଭିଡ ପୂର୍ବ ସମୟ ଓ କୋଭିଡ ପରେ ପରେ ବ୍ୟାଙ୍କ ଗୁଡ଼ିକ ନିଜ ଜମା ରାଶିର ୬୦ରୁ ୭୦ପ୍ରତିଶତ ଋଣ ଆକାରରେ ଦେଇଥିବାବେଳେ ଚଳିତ ବର୍ଷ ତାହା ୪୦ପ୍ରତିଶତକୁ ଖସି ଆସିଛି।
ସାଂସଦ ଆହୁରି କହିଛନ୍ତି ଗ୍ରାମୀଣ ଅର୍ଥନୀତି କେତେ କ୍ରିୟାଶୀଳ ଅଛି ଓ କିଭଳି ଆଗକୁ ଗତି କରୁଛି ତାର ଏକ ମାପକାଠି ହେଉଛି ବ୍ୟାଙ୍କର ଋଣ ପ୍ରଦାନ ହାର। ବିଭିନ୍ନ ବ୍ୟବସାୟ ପାଇଁ ଲୋକମାନେ ଯଦି ବ୍ୟାଙ୍କରୁ ଅଧିକରୁ ଅଧିକ ପରିମାଣରେ ଋଣ ନେଉଛନ୍ତି, ତାହା ଗ୍ରାମୀଣ ଓ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବାର ସେତେ ଅଧିକ ସମ୍ଭାବନା ରହିଥାଏ। ମାତ୍ର ଏବେ କଟକ ଜିଲ୍ଲାରେ ଏହାର ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏପରିକି ମୁଦ୍ରା ଲୋନରେ ଖୋଦ୍ ସରକାର ଗ୍ୟାରେଣ୍ଟର ରହୁଥିଲେ ମଧ୍ୟ ଅଧିକାଂଶ ରାଷ୍ଟ୍ରାୟତ ବ୍ୟାଙ୍କ ମୁଦ୍ରା ଋଣ ଦରଖାସ୍ତ ମଧ୍ୟ ଖାରଜ କରିଦେଉଥିବା ସମୀକ୍ଷାରୁ ଜଣା ପଡ଼ିଛି। ନିୟମ ଅନୁସାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ନିଜ ଜମା ରାଶିର ୬୫ପ୍ରତିଶତ ଋଣ ଆକାରରେ ଦେବା କଥା।
ମାତ୍ର କଟକ ଜିଲ୍ଲାରେ କେବଳ କାନାଡା ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଙ୍କ ୬୫ ପ୍ରତିଶତ ଋଣ ପ୍ରଦାନ କରିପାରିନାହାଁନ୍ତି। ନୂଆ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଲୋକଙ୍କ ହାତକୁ ପଇସା ନଗଲେ, ଗ୍ରାମୀଣ ଅର୍ଥନୀତି ଭୁଶୁଡି ପଡ଼ିବ, ଯାହା ଜିଲ୍ଲା ତଥା ରାଜ୍ୟର ଅର୍ଥନୀତିକୁ ନକାରାତ୍ମକ ଭାବେ ପ୍ରଭାବିତ କରିବ।
ତେଣୁ ଆସନ୍ତା ତିନି ମାସ ଭିତରେ ଗାଁ ଗାଁରେ ପହଞ୍ଚି ଲୋକଙ୍କ ଆବଶ୍ୟକତାର ସମୀକ୍ଷା କରି ଋଣ ପ୍ରଦାନ ହାର ବଢ଼ାଇବାକୁ ଜିଲ୍ଲାପାଳ ବ୍ୟାଙ୍କ ଗୁଡ଼ିକୁ ତାଗିଦ କରିଛନ୍ତି। ସେପଟେ ବ୍ୟାଙ୍କ ଗୁଡ଼ିକ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଋଣ ପ୍ରଦାନ ପ୍ରକ୍ରିୟାକୁ ସରଳ କରି ଅଧିକରୁ ଅଧିକ ଋଣ ପ୍ରଦାନ ପାଇଁ ଯୋଜନା ପ୍ରସ୍ତୁତ କରିବେ ବୋଲି କହିଛନ୍ତି।