ଗୋଟିଏ ଫ୍ରେମ୍‌ରେ ନଜର ଆସିଲେ କ୍ରିକେଟର ତ୍ରି-ମୂର୍ତ୍ତି, ସୋଶିଆଲ୍‌ ମିଡିଆରେ ହେଲା ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ ୧୦।୦୬: ଜୁନ୍‌ ୯ରେ ନ୍ୟୁୟର୍କର ନାସାଉ ଷ୍ଟାଡିୟମ୍‌ରେ ହୋଇଥିଲା ଟି-୨୦ ଓ୍ବାର୍ଲ୍ଡକପ୍‌ର ହାଇଭୋଲଟେଜ୍‌ ମ୍ୟାଚ୍‌ । ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ଭରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ୍‌ । ୬ ରନ୍‌ରେ ମ୍ୟାଚ୍‌ ହାତେଇନେଇଛି ଭାରତ । ଟି-୨୦ ବିଶ୍ବକପ୍‌ରେ ଦ୍ବିତୀୟଥର ପାଇଁ ପରାଜୟ ହୋଇଛି ପାକିସ୍ତାନ । ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଉଭୟ ଦଳର ଅନେକ ଦିଗ୍ଗଜ ପ୍ଲେୟରଙ୍କୁ ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଟୁର୍ଣ୍ଣାମେଣ୍ଟର ଗ୍ଲୋବାଲ୍‌ ଆମ୍ବାସେଡର ଯୁବରାଜ ସିଂ, ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଏବଂ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ ସାଜିଥିଲେ  ମୁଖ୍ୟ ଆକର୍ଷଣ । ତ୍ରି-ମୂର୍ତ୍ତିଙ୍କୁ ଗୋଟିଏ ଫ୍ରେମରେ ପଡ଼ିଆରେ ଦେଖିବାକୁ ମିଳିଥିଲା । ଦ୍ରାବିଡ଼ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଏବଂ ଯୁବରାଜ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ବ୍ରାଣ୍ଡ୍‌ ଆମ୍ବାସଡର ରହିଛନ୍ତି । ସଚିନ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । ସମସ୍ତଙ୍କୁ ଏକାଠି ଦେଖି କ୍ରିକେଟ୍‌ ପ୍ରଶଂସକ ଉତ୍ସାହିତ ହୋଇ ପଡ଼ିଥିଲେ । ପାକିସ୍ତାନର ସାହିନ ଆଫ୍ରିଦି ଏବଂ ୱେଷ୍ଟଇଣ୍ଡିଜର ପୂର୍ବତନ ଦୁର୍ଦ୍ଧର୍ଷ ବ୍ୟାଟର କ୍ରିଜ ଗେଲଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଆଫ୍ରିଦି ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ୍‌ ଆମ୍ବାସଡର ଅଛନ୍ତି । ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନକୁ ହରାଇଲା ଭାରତ । ରୋମା

ଗୋଟିଏ ଫ୍ରେମ୍‌ରେ ନଜର ଆସିଲେ କ୍ରିକେଟର ତ୍ରି-ମୂର୍ତ୍ତି, ସୋଶିଆଲ୍‌ ମିଡିଆରେ ହେଲା ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ ୧୦।୦୬: ଜୁନ୍‌ ୯ରେ ନ୍ୟୁୟର୍କର ନାସାଉ ଷ୍ଟାଡିୟମ୍‌ରେ ହୋଇଥିଲା ଟି-୨୦ ଓ୍ବାର୍ଲ୍ଡକପ୍‌ର ହାଇଭୋଲଟେଜ୍‌ ମ୍ୟାଚ୍‌ । ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ଭରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ୍‌ । ୬ ରନ୍‌ରେ ମ୍ୟାଚ୍‌ ହାତେଇନେଇଛି ଭାରତ । ଟି-୨୦ ବିଶ୍ବକପ୍‌ରେ ଦ୍ବିତୀୟଥର ପାଇଁ ପରାଜୟ ହୋଇଛି ପାକିସ୍ତାନ । 

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଉଭୟ ଦଳର ଅନେକ ଦିଗ୍ଗଜ ପ୍ଲେୟରଙ୍କୁ ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଟୁର୍ଣ୍ଣାମେଣ୍ଟର ଗ୍ଲୋବାଲ୍‌ ଆମ୍ବାସେଡର ଯୁବରାଜ ସିଂ, ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଏବଂ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ ସାଜିଥିଲେ  ମୁଖ୍ୟ ଆକର୍ଷଣ । ତ୍ରି-ମୂର୍ତ୍ତିଙ୍କୁ ଗୋଟିଏ ଫ୍ରେମରେ ପଡ଼ିଆରେ ଦେଖିବାକୁ ମିଳିଥିଲା । 

ଦ୍ରାବିଡ଼ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଏବଂ ଯୁବରାଜ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ବ୍ରାଣ୍ଡ୍‌ ଆମ୍ବାସଡର ରହିଛନ୍ତି । ସଚିନ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । ସମସ୍ତଙ୍କୁ ଏକାଠି ଦେଖି କ୍ରିକେଟ୍‌ ପ୍ରଶଂସକ ଉତ୍ସାହିତ ହୋଇ ପଡ଼ିଥିଲେ । ପାକିସ୍ତାନର ସାହିନ ଆଫ୍ରିଦି ଏବଂ ୱେଷ୍ଟଇଣ୍ଡିଜର ପୂର୍ବତନ ଦୁର୍ଦ୍ଧର୍ଷ ବ୍ୟାଟର କ୍ରିଜ ଗେଲଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଆଫ୍ରିଦି ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ୍‌ ଆମ୍ବାସଡର ଅଛନ୍ତି । 

ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନକୁ ହରାଇଲା ଭାରତ । ରୋମାଞ୍ଚକର ମୁକାବିଲରେ ୬ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। କମ୍ ସ୍କୋର ଥିଲେ ବି ଭାରତର ଘାକତ ବୋଲିଂରେ ମାଟି କାମୁଡିଛି ପାକିସ୍ତାନ। ନ୍ୟୁୟର୍କରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଦେଇଥିଲା ୧୨୦ ରନ୍ ବିଜୟ ଲକ୍ଷ୍ୟ। ଜବାବରେ ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୧୧୩ ରନ୍ କରି ପାରିଥିଲା। 

ଯଶପ୍ରୀତ ବୁମରା ୩ଟି, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ଏହି ବହୁ ପ୍ରତୀକ୍ଷିତ ମ୍ୟାଚରେ ବର୍ଷା ଯୋଗୁ ଟସ୍ ବିଳମ୍ବ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ପାକିସ୍ତାନ।

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା। କିନ୍ତୁ ରିଷଭ ପନ୍ତଙ୍କ ଲଢୁଆ ୪୨ ରନ୍ ବଳରେ କରିଥିଲା ୧୧୯ ରନ୍। ଟି-ଟ୍ବେଣ୍ଟି ବିଶ୍ବକପରେ ଏହା ଭାରତର ଲଗାତାର ଦ୍ବିତୀୟ ବିଜୟ ହୋଇଥିବା ବେଳେ ପାକିସ୍ତାନ ଦ୍ୱିତୀୟ ପରାଜୟ ଦେଖିଛି। ଏହି ବିଜୟ ସହ ଗ୍ରୁପ୍ 'ଏ' ପଏଣ୍ଟ ତାଲିକର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ।