ଲଗାତାର ଦ୍ୱିତୀୟ ଦିନରେ ଖସିଲା ବଜାର, ତଥାପି ନିବେଶକଙ୍କ ଲାଭ ୭୪,୦୦୦ କୋଟି ଟଙ୍କା
ନୂଆଦିଲ୍ଲୀ: ଆଇଟି ସେୟାରରେ ବିକ୍ରି ଯୋଗୁଁ ଲଗାତାର ଦ୍ୱିତୀୟ ଦିନରେ ଘରୋଇ ପୁଞ୍ଜି ବଜାର ଲାଲ୍ ସଂକେତରେ ବନ୍ଦ ହୋଇଛି । ସୋମବାର ସେନସେକ୍ସ ପ୍ରାୟ ୨୭୧ ଅଙ୍କ ହ୍ରାସ ପାଇଛି । ଅନ୍ୟପଟେ ନିଫ୍ଟି ହ୍ରାସ ପାଇ ୨୫,୦୦୦ ତଳେ ବନ୍ଦ ହୋଇଛି । ତେବେ ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସରେ ଆଜି ବି ବୃଦ୍ଧି ଦେଖିବାକୁ ମିଳିଥିଲା । ବିଏସ୍ଇ ମିଡ୍କ୍ୟାପ୍ ଇଣ୍ଡେକ୍ସ ୦.୨୭ ପ୍ରତିଶତ ଓ ସ୍ମଲ୍କ୍ୟାପ୍ ସୂଚକାଙ୍କ ୦.୫୭ ପ୍ରତିଶତ ବଢି ବନ୍ଦ ହୋଇଛି । ଏହି କାରଣରୁ ବିଏସ୍ଇ ମାର୍କେଟ୍ କ୍ୟାପ୍ରେ ଆଜି ପ୍ରାୟ ୭୪ ହଜାର କୋଟି ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଛି । ଆଜିର କାରବାରରେ ରିୟଲ୍ଟି ସେୟାରରେ ଅଧିକ କ୍ରୟ ଦେଖିବାକୁ ମିଳିଥିଲା । ସେହିପରି ନିଫ୍ଟି ଅଟୋ ସୂଚକାଙ୍କ ଲଗାତାର ଚତୁର୍ଥ ଦିନରେ ବୃଦ୍ଧି ପାଇ ବନ୍ଦ ହୋଇଛି ।ଆଜିର କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୨୭୧.୧୭ ଅଙ୍କ ବା ୦.୩୩ ପ୍ରତିଶତ ହ୍ରାସ ପାଇ ୮୨,୦୫୯.୪୨ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୭୪.୩୫ ପଏଣ୍ଟ ବା ୦.୩୦ ପ୍ରତିଶତ ହ୍ରାସ ପାଇ ୨୪,୯୪୫.୪୫ ସ୍ତରରେ ବନ୍ଦ ହୋଇଛି ।ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ୍ ମାର୍କେଟ୍ କ୍ୟାପ୍ ମେ ୧୯ରେ ବଢି ୪୪୩.୫୮ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କରାବାର ଦିନ ଅର୍ଥାତ୍ ଶୁକ୍ରବାର ମେ ୧୬ରେ ୪୪୨.୮୪ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବି
ନୂଆଦିଲ୍ଲୀ: ଆଇଟି ସେୟାରରେ ବିକ୍ରି ଯୋଗୁଁ ଲଗାତାର ଦ୍ୱିତୀୟ ଦିନରେ ଘରୋଇ ପୁଞ୍ଜି ବଜାର ଲାଲ୍ ସଂକେତରେ ବନ୍ଦ ହୋଇଛି । ସୋମବାର ସେନସେକ୍ସ ପ୍ରାୟ ୨୭୧ ଅଙ୍କ ହ୍ରାସ ପାଇଛି । ଅନ୍ୟପଟେ ନିଫ୍ଟି ହ୍ରାସ ପାଇ ୨୫,୦୦୦ ତଳେ ବନ୍ଦ ହୋଇଛି । ତେବେ ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସରେ ଆଜି ବି ବୃଦ୍ଧି ଦେଖିବାକୁ ମିଳିଥିଲା । ବିଏସ୍ଇ ମିଡ୍କ୍ୟାପ୍ ଇଣ୍ଡେକ୍ସ ୦.୨୭ ପ୍ରତିଶତ ଓ ସ୍ମଲ୍କ୍ୟାପ୍ ସୂଚକାଙ୍କ ୦.୫୭ ପ୍ରତିଶତ ବଢି ବନ୍ଦ ହୋଇଛି । ଏହି କାରଣରୁ ବିଏସ୍ଇ ମାର୍କେଟ୍ କ୍ୟାପ୍ରେ ଆଜି ପ୍ରାୟ ୭୪ ହଜାର କୋଟି ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଛି । ଆଜିର କାରବାରରେ ରିୟଲ୍ଟି ସେୟାରରେ ଅଧିକ କ୍ରୟ ଦେଖିବାକୁ ମିଳିଥିଲା । ସେହିପରି ନିଫ୍ଟି ଅଟୋ ସୂଚକାଙ୍କ ଲଗାତାର ଚତୁର୍ଥ ଦିନରେ ବୃଦ୍ଧି ପାଇ ବନ୍ଦ ହୋଇଛି ।
ଆଜିର କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୨୭୧.୧୭ ଅଙ୍କ ବା ୦.୩୩ ପ୍ରତିଶତ ହ୍ରାସ ପାଇ ୮୨,୦୫୯.୪୨ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୭୪.୩୫ ପଏଣ୍ଟ ବା ୦.୩୦ ପ୍ରତିଶତ ହ୍ରାସ ପାଇ ୨୪,୯୪୫.୪୫ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ୍ ମାର୍କେଟ୍ କ୍ୟାପ୍ ମେ ୧୯ରେ ବଢି ୪୪୩.୫୮ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କରାବାର ଦିନ ଅର୍ଥାତ୍ ଶୁକ୍ରବାର ମେ ୧୬ରେ ୪୪୨.୮୪ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୭୪,୦୦୦ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ସମ୍ପତ୍ତି ପ୍ରାୟ ୭୪,୦୦୦ କୋଟି ଟଙ୍କା ବଢିଛି ।
ବିଏସଇ ସେନସେକ୍ସର ୩୦ ସେୟାର ମଧ୍ୟରୁ ୧୧ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ ପାୱାର ଗ୍ରୀଡ୍ ସେୟାରରେ ସବୁଠୁ ଅଧିକ ୧.୨୭ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା । ଏହାପରେ ବଜାଜ ଫାଇନାନ୍ସ, ଏନ୍ଟିପିସି, ଏସ୍ବିଆଇ ଓ ଏଚ୍ଡିଏଫ୍ସି ବ୍ୟାଙ୍କ ସେୟାର ମୂଲ୍ୟ ୦.୨୬ ପ୍ରତିଶତରୁ ୦.୯୧ ପ୍ରତିଶତ ମଧ୍ୟରେ ବୃଦ୍ଧି ପାଇଛି । ଅନ୍ୟପଟେ ଇଟର୍ନଲ୍ ସେୟାରରେ ସବୁଠୁ ଅଧିକ ୨.୯୯ ପ୍ରତିଶତ ହ୍ରାସ ଘଟିଛି ।