ଦିଲ୍ଲୀରେ ଆତଙ୍କ, ସ୍କୁଲ ପରେ ଏବେ ହସ୍ପିଟାଲରେ ବୋମା ବିସ୍ଫୋରଣ ପାଇଁ ମିଳିଲା ଧମକ

ନୂଆଦିଲ୍ଲୀ ୧୨।୫: ନିକଟରେ ଦିଲ୍ଲୀର କେତେକ ସ୍କୁଲକୁ ବୋମ ବିସ୍ଫୋରଣର ଧମକ ମିଳିଥିଲା। ଲୋକେ ଏହି ଧମକ ଭୁଲିବା ପୂର୍ବରୁ ରାଜଧାନୀର ଦୁଇଟି ବଡ଼ ହସ୍ପିଟାଲକୁ ଇ-ମେଲ ମାଧ୍ୟମରେ ବୋମା ବିସ୍ଫୋରଣର ଧମକ ମିଳିଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ଧମକ ସଞ୍ଜୟ ଗାନ୍ଧି ହସ୍ପିଟାଲ ଓ ବୁରାଡି ହସ୍ପିଟାଲକୁ ମିଳିଛି। ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଛି ଓ ଉଭୟ ହସ୍ପିଟାଲରେ ତଲାସୀ ଅଭିଯାନ ଚଳାଯାଇଛି। ପୋଲିସ ଛଡା ଦମକଳ ବିଭାଗ, ଅନ୍ୟ ଏଜେନ୍ସୀ ଓ ଡଗ ସ୍କ୍ୱାର୍ଡ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ତେବେ ଏପର୍ଯ୍ୟନ୍ତ ହସ୍ପିଟାଲ ପରିସରରୁ ସେପରି କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନାହିଁ। ନିକଟରେ ଏନସିଆରର ଅନେକ ସ୍କୁଲକୁ ବୋମା ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ମିଳିଥିଲା। ଦିଲ୍ଲୀ, ନୋଏଡା ସମେତ ଏନସିଆରରେ ସ୍କୁଲମାନଙ୍କୁ ଇ-ମେଲରେ ମିଳିଥିବା ଧମକ ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଯାଞ୍ଚ ବେଳେ କୌଣସି ସ୍କୁଲରୁ ବିସ୍ପୋରକ ପଦାର୍ଥ ମିଳିନଥିଲା। ଉଲ୍ଲେଖଯୋଗ୍ୟ ଯେ ଯେଉଁ ମେଲ ଆଇଡିରୁ ସ୍କୁଲମାନଙ୍କରେ ବିସ୍ଫୋରଣ ଧମକ ଦିଆଯାଇଥିଲା ତାର ସର୍ଭର ଋଷିଆ ରାଜଧାନୀ ମସ୍କୋରେ ଥିଲା। ହେଲେ ହସ୍ପିଟାଲରେ ବୋମା ବିସ୍ଫୋରଣ ଧମକ ଦେଇଥିବା ବ୍ୟକ୍ତିଙ୍କ ସନ୍ଧାନ ମିଳି ପାରିନାହିଁ। ମାମଲାର ପୋଲିସ ତଦନ୍ତ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ଚଳିତମାସ ୨୫ ତାରିଖରେ  ଦିଲ୍ଲୀର ସମସ୍ତ

ଦିଲ୍ଲୀରେ ଆତଙ୍କ, ସ୍କୁଲ ପରେ ଏବେ ହସ୍ପିଟାଲରେ ବୋମା ବିସ୍ଫୋରଣ ପାଇଁ ମିଳିଲା ଧମକ

ନୂଆଦିଲ୍ଲୀ ୧୨।୫: ନିକଟରେ ଦିଲ୍ଲୀର କେତେକ ସ୍କୁଲକୁ ବୋମ ବିସ୍ଫୋରଣର ଧମକ ମିଳିଥିଲା। ଲୋକେ ଏହି ଧମକ ଭୁଲିବା ପୂର୍ବରୁ ରାଜଧାନୀର ଦୁଇଟି ବଡ଼ ହସ୍ପିଟାଲକୁ ଇ-ମେଲ ମାଧ୍ୟମରେ ବୋମା ବିସ୍ଫୋରଣର ଧମକ ମିଳିଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ଧମକ ସଞ୍ଜୟ ଗାନ୍ଧି ହସ୍ପିଟାଲ ଓ ବୁରାଡି ହସ୍ପିଟାଲକୁ ମିଳିଛି। ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଛି ଓ ଉଭୟ ହସ୍ପିଟାଲରେ ତଲାସୀ ଅଭିଯାନ ଚଳାଯାଇଛି। 

ପୋଲିସ ଛଡା ଦମକଳ ବିଭାଗ, ଅନ୍ୟ ଏଜେନ୍ସୀ ଓ ଡଗ ସ୍କ୍ୱାର୍ଡ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ତେବେ ଏପର୍ଯ୍ୟନ୍ତ ହସ୍ପିଟାଲ ପରିସରରୁ ସେପରି କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନାହିଁ। ନିକଟରେ ଏନସିଆରର ଅନେକ ସ୍କୁଲକୁ ବୋମା ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ମିଳିଥିଲା। ଦିଲ୍ଲୀ, ନୋଏଡା ସମେତ ଏନସିଆରରେ ସ୍କୁଲମାନଙ୍କୁ ଇ-ମେଲରେ ମିଳିଥିବା ଧମକ ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଯାଞ୍ଚ ବେଳେ କୌଣସି ସ୍କୁଲରୁ ବିସ୍ପୋରକ ପଦାର୍ଥ ମିଳିନଥିଲା। 

ଉଲ୍ଲେଖଯୋଗ୍ୟ ଯେ ଯେଉଁ ମେଲ ଆଇଡିରୁ ସ୍କୁଲମାନଙ୍କରେ ବିସ୍ଫୋରଣ ଧମକ ଦିଆଯାଇଥିଲା ତାର ସର୍ଭର ଋଷିଆ ରାଜଧାନୀ ମସ୍କୋରେ ଥିଲା। ହେଲେ ହସ୍ପିଟାଲରେ ବୋମା ବିସ୍ଫୋରଣ ଧମକ ଦେଇଥିବା ବ୍ୟକ୍ତିଙ୍କ ସନ୍ଧାନ ମିଳି ପାରିନାହିଁ। ମାମଲାର ପୋଲିସ ତଦନ୍ତ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ଚଳିତମାସ ୨୫ ତାରିଖରେ  ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ଭୋଟିଂ ପୂର୍ବରୁ ରାଜଧାନୀକୁ ସୁରକ୍ଷିତ ରଖିବା ଓ ଆଇନଶୃଙ୍ଖଳାର ନିୟନ୍ତ୍ରଣ ପାଇଁ ପ୍ରଶାସନ ସବୁମନ୍ତେ ଉଦ୍ୟମ ଜାରି ରଖିଛି। ନିର୍ବାଚନରେ ଅସାମାଜିକ ତତ୍ୱ ଅଥବା ଆତଙ୍କବାଦ ମୁକାବିଲା ନିମନ୍ତେ ସୁରକ୍ଷା ବଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।