ସୁନିତା ଓ୍ବିଲିୟମ୍‌କୁ ଆଣିବାକୁ ନାସାର ନୂଆ ପ୍ଲାନ୍‌, ଏଲନ୍‌ ମସ୍କଙ୍କ ସ୍ପେଶ୍‌ ଏକ୍ସ କରିବ ସାହାଯ୍ୟ

ନୂଆଦିଲ୍ଲୀ ୦୮।୦୮: ସୁନିତା ଓ୍ବିଲିୟମ୍‌ ଏବଂ ତାଙ୍କ ସାଥି ବିଚ୍‌  ଓ୍ବିଲ୍‌ମୋର । ଦୀର୍ଘ ୨ମାସରୁ ଅଧିକ ଦିନ ହେଲାଣି ମହାକାଶରେ ଫସି ରହିଛନ୍ତି । ଜୁନ୍ ୬ରେ ମହାକାଶକୁ ଯାଇଥିବା ଏହି ସ୍ପେସ୍‌ ପ୍ରାୟ   ଏକ ସପ୍ତାହ ମଧ୍ୟରେ ପୃଥିବୀକୁ ଫେରିବାକୁ ଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ହେତୁ ବୋଇଙ୍ଗ ଷ୍ଟାରଲିନର୍ ଏପର୍ଯ୍ୟ ଫେରିପାରିନାହିଁ । ମହାକାଶ ଏଜେନ୍ସି ନାସା ଏମାନଙ୍କ ଫେରାଇ ଆଣିବାକୁ ଅନେକ ଚେଷ୍ଟା ପରେ ମଧ୍ୟ ହେଉଛି ବିଫଳ ।  ବର୍ତ୍ତମାନ ସୁନିତା ଓ୍ବିଲିୟମ୍‌କୁ ଫେରାଇ ଆଣିବାକୁ ନାସାର ନୂଆ ଯୋଜନା କରିଛି । ଏନେଇ ଏଲନ୍‌ ମସ୍କଙ୍କ ସ୍ପେଶ୍‌ ଏକ୍ସ ସହ ଆଲୋଚନା କରିଛି ନାସା ।  ସ୍ପେଶ୍‌ ଏକ୍ସ ସାହାଯ୍ୟରେ ଦୁଇ ମହାକାଶଚାରୀଙ୍କୁ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ସୁଦ୍ଧା ସେହି ମହାକାଶଯାନ ମାଧ୍ୟମରେ ଫେରାଇ ଅଣାଯାଇପାରେ ।ଉଭୟ ମହାକାଶଚାରୀଙ୍କୁ ଆଣିବା ପାଇଁ ନୂଆ ଷ୍ଟାରଲିନର୍ କ୍ୟାପସୁଲ୍ ଅର୍ଥାତ୍ ଷ୍ଟାରଲିନର୍ କ୍ରୁ ଫ୍ଲାଇଟ୍ ଟେଷ୍ଟ ବ୍ୟବହାର କରିବା ବୋଇଙ୍ଗର ପ୍ରଥମ ପ୍ରୟାସ ଥିଲା । କିନ୍ତୁ ଏହା ଆଇଏସ୍ଏସ୍ ସହିତ ଡକ୍ ହେବା ମାତ୍ରେ ମହାକାଶଯାନରେ ଥ୍ରଷ୍ଟର ଏନୋମେଲିଜ ଏବଂ ହିଲିୟମ୍ ଲିକ୍ ଭଳି ଅନେକ ବୈଷୟିକ ସମସ୍ୟା ଆରମ୍ଭ ହୋଇଥିଲା । ଏହି କାରଣରୁ ନାସାକୁ ନୂଆ ଯୋଜନା ବିଷୟରେ ଚିନ୍ତା କରିବାକୁ ପଡିଲା।ରିପୋର୍ଟ ଅନୁଯାୟୀ, ବୁଧବାର ନାସା ଘୋଷଣା କରିଛି ଯେ ୱିଲିୟମ୍ସ ଏବଂ ୱିଲମୋରଙ୍କ ନିରାପଦ ପ୍ରତ୍ୟାବର୍

ସୁନିତା ଓ୍ବିଲିୟମ୍‌କୁ ଆଣିବାକୁ ନାସାର ନୂଆ ପ୍ଲାନ୍‌, ଏଲନ୍‌ ମସ୍କଙ୍କ ସ୍ପେଶ୍‌ ଏକ୍ସ କରିବ ସାହାଯ୍ୟ

ନୂଆଦିଲ୍ଲୀ ୦୮।୦୮: ସୁନିତା ଓ୍ବିଲିୟମ୍‌ ଏବଂ ତାଙ୍କ ସାଥି ବିଚ୍‌  ଓ୍ବିଲ୍‌ମୋର । ଦୀର୍ଘ ୨ମାସରୁ ଅଧିକ ଦିନ ହେଲାଣି ମହାକାଶରେ ଫସି ରହିଛନ୍ତି । ଜୁନ୍ ୬ରେ ମହାକାଶକୁ ଯାଇଥିବା ଏହି ସ୍ପେସ୍‌ ପ୍ରାୟ   ଏକ ସପ୍ତାହ ମଧ୍ୟରେ ପୃଥିବୀକୁ ଫେରିବାକୁ ଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ହେତୁ ବୋଇଙ୍ଗ ଷ୍ଟାରଲିନର୍ ଏପର୍ଯ୍ୟ ଫେରିପାରିନାହିଁ । ମହାକାଶ ଏଜେନ୍ସି ନାସା ଏମାନଙ୍କ ଫେରାଇ ଆଣିବାକୁ ଅନେକ ଚେଷ୍ଟା ପରେ ମଧ୍ୟ ହେଉଛି ବିଫଳ ।  

ବର୍ତ୍ତମାନ ସୁନିତା ଓ୍ବିଲିୟମ୍‌କୁ ଫେରାଇ ଆଣିବାକୁ ନାସାର ନୂଆ ଯୋଜନା କରିଛି । ଏନେଇ ଏଲନ୍‌ ମସ୍କଙ୍କ ସ୍ପେଶ୍‌ ଏକ୍ସ ସହ ଆଲୋଚନା କରିଛି ନାସା ।  ସ୍ପେଶ୍‌ ଏକ୍ସ ସାହାଯ୍ୟରେ ଦୁଇ ମହାକାଶଚାରୀଙ୍କୁ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ସୁଦ୍ଧା ସେହି ମହାକାଶଯାନ ମାଧ୍ୟମରେ ଫେରାଇ ଅଣାଯାଇପାରେ ।

ଉଭୟ ମହାକାଶଚାରୀଙ୍କୁ ଆଣିବା ପାଇଁ ନୂଆ ଷ୍ଟାରଲିନର୍ କ୍ୟାପସୁଲ୍ ଅର୍ଥାତ୍ ଷ୍ଟାରଲିନର୍ କ୍ରୁ ଫ୍ଲାଇଟ୍ ଟେଷ୍ଟ ବ୍ୟବହାର କରିବା ବୋଇଙ୍ଗର ପ୍ରଥମ ପ୍ରୟାସ ଥିଲା । କିନ୍ତୁ ଏହା ଆଇଏସ୍ଏସ୍ ସହିତ ଡକ୍ ହେବା ମାତ୍ରେ ମହାକାଶଯାନରେ ଥ୍ରଷ୍ଟର ଏନୋମେଲିଜ ଏବଂ ହିଲିୟମ୍ ଲିକ୍ ଭଳି ଅନେକ ବୈଷୟିକ ସମସ୍ୟା ଆରମ୍ଭ ହୋଇଥିଲା । ଏହି କାରଣରୁ ନାସାକୁ ନୂଆ ଯୋଜନା ବିଷୟରେ ଚିନ୍ତା କରିବାକୁ ପଡିଲା।

ରିପୋର୍ଟ ଅନୁଯାୟୀ, ବୁଧବାର ନାସା ଘୋଷଣା କରିଛି ଯେ ୱିଲିୟମ୍ସ ଏବଂ ୱିଲମୋରଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବାକୁ ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ ବିଚାର କରୁଛି । ନାସାର ବାଣିଜ୍ୟିକ କ୍ରୁ ପ୍ରୋଗ୍ରାମର ମ୍ୟାନେଜର ଷ୍ଟିଭ୍ ଷ୍ଟିଚ୍ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଷ୍ଟାରଲିନର୍ ଦ୍ୱାରା ମହାକାଶଚାରୀଙ୍କୁ ଫେରାଇ ଆଣିବା ପାଇଁ ପ୍ରାଥମିକ ଯୋଜନା ହେଉଛି, କିନ୍ତୁ ବିକଳ୍ପ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଉଛି।

ନାସାର ଏହି ନୂଆ ରଣନୀତିରେ ସ୍ପେସ୍ ଏକ୍ସର କ୍ରୁ 9 ମିସନ ଉପଯୋଗ କରାଯିବ । ଏହାକୁ ୨୫ ସେପ୍ଟେମ୍ବରରେ ଲଞ୍ଚ ପାଇଁ ସମୟ ନିର୍ଦ୍ଧାରିତ କରାଯାଇଛି । ଏଥିରେ ୪ ଜଣ କ୍ରୁ ସଦସ୍ୟଙ୍କ ବଦଳରେ କେବଳ ଦୁଇଜଣ କ୍ରୁ ସଦସ୍ୟଙ୍କୁ ISSକୁ ନେଇଯିବ । 

ଯାହା ଦ୍ବାରା ପୃଥିବୀକୁ ଯାଇଥିବା ଅନ୍ୟ ଦୁଇଜଣ ମହାକାଶଚାରୀଙ୍କୁ ଫେବୃଆରୀ ୨୦୨୫ରେ ଫେରାଇ ଆଣିପାରିବ । ଏହି ରଣନୀତି ଅନୁଯାୟୀ, ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ମହାକାଶରେ ୬ମାସ ପାଇଁ ମହାକାଶରେ ରହିବାକୁ ପଡିବ । ତେବେ ଏହି ରଣନୀତି ଉପରେ ବିଚାର କରିବା ପରେ ମଧ୍ୟ ଷ୍ଟିଚ୍ କହିଛନ୍ତି ଯେ ଏହି ଯୋଜନା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ।