ଡିଲ୍ ବେଳେ ମାଡିବସିଲା ପୋଲିସ : ୨୬ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଯୁବକ ଗିରଫ
ବାଲେଶ୍ବର ୨୭।୩: ବ୍ରାଉନସୁଗାର ଡିଲ୍ ବେଳେ ମାଡିବସିଲା ପୋଲିସ । ୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହିତ ଯୁବକଙ୍କୁ ଗିରଫ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶେଖ ବାଡ଼ ଅଞ୍ଚଳରେ ଗତ ମଙ୍ଗଳବାର ସନ୍ଧ୍ୟା ସମୟରେ ଜଣେ ଯୁବକ ମାଲଗୋଦାମ ଅଞ୍ଚଳରେ ଧଳା ଜହର ବିକ୍ରି ପାଇଁ ଆସିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ପୋଲିସ ମାଡି ବସିଥିଲା । ଜଣେ ବେପାରୀକୁ ଗିରଫ କରିବା ସହ ତାଙ୍କ ନିକଟରୁ ୨୬୦ ଗ୍ରାମର ବ୍ରାଉନ ସୁଗାର ସହ ୧୪୨୦ ଟଙ୍କା ଏବଂ ଗୋଟିଏ ମୋବାଇଲ ଜବତ କରିଛି ପୋଲିସ । ଜବତ ବାଉନସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ । ପୋଲିସ ଯୁବକକୁ ଗିରଫ କରି ଅଧିକ ତଦନ୍ତ କରୁଛି । ପୂର୍ବରୁ ଉକ୍ତ ଯୁବକଙ୍କ ନାମରେ ଏକ ମାମଲା ରହିଛି । You Can Read :ପୂର୍ବ ଶତ୍ରୁତା ଓ ବଚସାରୁ ହତ୍ୟାକାଣ୍ଡ : ଯୁବକଙ୍କୁ ମଦ ବୋତଲ କାଚ ଭୁସି ମାରିଦେଲେ
ବାଲେଶ୍ବର ୨୭।୩: ବ୍ରାଉନସୁଗାର ଡିଲ୍ ବେଳେ ମାଡିବସିଲା ପୋଲିସ । ୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହିତ ଯୁବକଙ୍କୁ ଗିରଫ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶେଖ ବାଡ଼ ଅଞ୍ଚଳରେ ଗତ ମଙ୍ଗଳବାର ସନ୍ଧ୍ୟା ସମୟରେ ଜଣେ ଯୁବକ ମାଲଗୋଦାମ ଅଞ୍ଚଳରେ ଧଳା ଜହର ବିକ୍ରି ପାଇଁ ଆସିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ପୋଲିସ ମାଡି ବସିଥିଲା । ଜଣେ ବେପାରୀକୁ ଗିରଫ କରିବା ସହ ତାଙ୍କ ନିକଟରୁ ୨୬୦ ଗ୍ରାମର ବ୍ରାଉନ ସୁଗାର ସହ ୧୪୨୦ ଟଙ୍କା ଏବଂ ଗୋଟିଏ ମୋବାଇଲ ଜବତ କରିଛି ପୋଲିସ । ଜବତ ବାଉନସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ । ପୋଲିସ ଯୁବକକୁ ଗିରଫ କରି ଅଧିକ ତଦନ୍ତ କରୁଛି । ପୂର୍ବରୁ ଉକ୍ତ ଯୁବକଙ୍କ ନାମରେ ଏକ ମାମଲା ରହିଛି ।
You Can Read :
ପୂର୍ବ ଶତ୍ରୁତା ଓ ବଚସାରୁ ହତ୍ୟାକାଣ୍ଡ : ଯୁବକଙ୍କୁ ମଦ ବୋତଲ କାଚ ଭୁସି ମାରିଦେଲେ