ଓଭରବ୍ରିଜ୍ ଉପରେ ଜଳିଗଲା ସ୍କୁଟି, ଅଳ୍ପକେ ବର୍ତ୍ତିଗଲେ ଚାଳକ

ନୀଳଗିରି ୧୩।୦୨: ଓଭରବ୍ରିଜ୍ ଉପରେ ଅଘଟଣ । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଜାତୀୟ ରାଜପଥ ସେରଗଡ଼ ଓଭରବ୍ରିଜ୍ ଉପରେ ଜଳିଗଲା ସ୍କୁଟି। ଅଳ୍ପକେ ବର୍ତ୍ତିଲେ ଚାଳକ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଖବର ଅନୁଯାୟୀ, ଗୁରୁବାର ସକାଳ ୯ଟା ବେଳେ ସୋର ଥାନା ଅଧିନ ସୀତାପୁର ଅଞ୍ଚଳର ବିଶ୍ଵଜିତ ମହାନ୍ତି ତାଙ୍କ ସ୍କୁଟି ଯୋଗେ ଯାଉଥିଲା। ସେରଗଡ଼ ଓଭରବ୍ରିଜ୍ ଉପରେ ହଠାତ୍ ସ୍କୁଟିରୁ ଧୂଆଁ ବାହାରିଥିଲା। ଏହା ଦେଖି ବିଶ୍ଵଜିତ୍ ସ୍କୁଟିଟିକୁ ରାସ୍ତା ଉପରେ ଠିଆ କରି କିଛି ଦୂରକୁ ଚାଲିଯାଇଥିଲେ। ଦେଖୁ ଦେଖୁ ସ୍କୁଟିଟି ହୁତୁହୁତୁ ହୋଇ ଜଳି ଉଠିଥିଲା। କ୍ଷଣିକ ମଧ୍ୟରେ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଖବର ପାଇ ଖଣ୍ଡପଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖଣ୍ଡପଡ଼ା ପୋଲିସ ସ୍କୁଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଓଭରବ୍ରିଜ୍ ଉପରେ ଜଳିଗଲା ସ୍କୁଟି, ଅଳ୍ପକେ ବର୍ତ୍ତିଗଲେ ଚାଳକ

ନୀଳଗିରି ୧୩।୦୨: ଓଭରବ୍ରିଜ୍ ଉପରେ ଅଘଟଣ । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଜାତୀୟ ରାଜପଥ ସେରଗଡ଼ ଓଭରବ୍ରିଜ୍ ଉପରେ ଜଳିଗଲା ସ୍କୁଟି। ଅଳ୍ପକେ ବର୍ତ୍ତିଲେ ଚାଳକ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। 

ଖବର ଅନୁଯାୟୀ, ଗୁରୁବାର ସକାଳ ୯ଟା ବେଳେ ସୋର ଥାନା ଅଧିନ ସୀତାପୁର ଅଞ୍ଚଳର ବିଶ୍ଵଜିତ ମହାନ୍ତି ତାଙ୍କ ସ୍କୁଟି ଯୋଗେ ଯାଉଥିଲା। ସେରଗଡ଼ ଓଭରବ୍ରିଜ୍ ଉପରେ ହଠାତ୍ ସ୍କୁଟିରୁ ଧୂଆଁ ବାହାରିଥିଲା। ଏହା ଦେଖି ବିଶ୍ଵଜିତ୍ ସ୍କୁଟିଟିକୁ ରାସ୍ତା ଉପରେ ଠିଆ କରି କିଛି ଦୂରକୁ ଚାଲିଯାଇଥିଲେ। ଦେଖୁ ଦେଖୁ ସ୍କୁଟିଟି ହୁତୁହୁତୁ ହୋଇ ଜଳି ଉଠିଥିଲା। କ୍ଷଣିକ ମଧ୍ୟରେ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଖବର ପାଇ ଖଣ୍ଡପଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖଣ୍ଡପଡ଼ା ପୋଲିସ ସ୍କୁଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।