କୁଏତରେ ଭାରତବାସୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଭିଡିଓରେ ଦେଖାଗଲା ଭାରତୀୟ ସଂସ୍କୃତିର ଝଲକ

କୁଏତ ସିଟି ୨୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୁଏତ ପହଞ୍ଚିଛନ୍ତି। ଏଠାରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସେଠାରେ ଅବସ୍ଥାନ କରୁଥିବା ଭାରତୀୟ ସମୂଦାୟ ପ୍ରଧାନମନ୍ତ୍ରୀଙ୍କ କୁଏତ ଆଗମନରେ ଶୁଭେଚ୍ଛା ଜଣାଇଛନ୍ତି ଓ ତାଙ୍କ ସ୍ୱାଗତରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ପ୍ରଧାନମନ୍ତ୍ରୀ କୁଏତ ସିଟି ହୋଟେଲରେ ଭାରତୀୟ ସମୂଦାୟର ଲୋକଙ୍କ ସହ କଥାବାର୍ତ୍ତା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କୁଏତରେ ଭାରତୀୟ ସମୂଦାୟର ଲୋକଙ୍କ ସହିତ ସାକ୍ଷାତର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଏଠାରେ ୧୦୧ ବର୍ଷ ବୟଷ୍କ ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ ମଙ୍ଗଲ ସେନ୍ ହାଣ୍ଡାଙ୍କୁ ମଧ୍ୟ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଏହି ଭେଟକୁ ମଙ୍ଗଲ ସେନଙ୍କ ପୁଅ ଜୀବନର ଏକ ବଡ଼ ଅନୁଭବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ବିଶେଷ କରି ହାଣ୍ଡାଙ୍କୁ ଭେଟିବା ପାଇଁ କୁଏତ ଆସିଛନ୍ତି ଏହା ଜାଣି ମୁଁ ଅତ୍ୟନ୍ତ ଖୁସି। ପିତାଙ୍କ ୧୦୦ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ପିତାଙ୍କୁ ଶୁଭେଚ୍ଛାପତ୍ର ପଠାଇଥିଲେ ବୋଲି ସେ କହିଛନ୍ତି। Thank you Kuwait. I’m delighted by the wonderful welcome. pic.twitter.com/sz2FF40vrM— Narendra Modi (@narendramodi) December 21, 2024ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍

କୁଏତରେ ଭାରତବାସୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଭିଡିଓରେ ଦେଖାଗଲା ଭାରତୀୟ ସଂସ୍କୃତିର ଝଲକ

କୁଏତ ସିଟି ୨୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କୁଏତ ପହଞ୍ଚିଛନ୍ତି। ଏଠାରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସେଠାରେ ଅବସ୍ଥାନ କରୁଥିବା ଭାରତୀୟ ସମୂଦାୟ ପ୍ରଧାନମନ୍ତ୍ରୀଙ୍କ କୁଏତ ଆଗମନରେ ଶୁଭେଚ୍ଛା ଜଣାଇଛନ୍ତି ଓ ତାଙ୍କ ସ୍ୱାଗତରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ପ୍ରଧାନମନ୍ତ୍ରୀ କୁଏତ ସିଟି ହୋଟେଲରେ ଭାରତୀୟ ସମୂଦାୟର ଲୋକଙ୍କ ସହ କଥାବାର୍ତ୍ତା କରିଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦି କୁଏତରେ ଭାରତୀୟ ସମୂଦାୟର ଲୋକଙ୍କ ସହିତ ସାକ୍ଷାତର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ଏଠାରେ ୧୦୧ ବର୍ଷ ବୟଷ୍କ ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ ମଙ୍ଗଲ ସେନ୍ ହାଣ୍ଡାଙ୍କୁ ମଧ୍ୟ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଏହି ଭେଟକୁ ମଙ୍ଗଲ ସେନଙ୍କ ପୁଅ ଜୀବନର ଏକ ବଡ଼ ଅନୁଭବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ବିଶେଷ କରି ହାଣ୍ଡାଙ୍କୁ ଭେଟିବା ପାଇଁ କୁଏତ ଆସିଛନ୍ତି ଏହା ଜାଣି ମୁଁ ଅତ୍ୟନ୍ତ ଖୁସି। ପିତାଙ୍କ ୧୦୦ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ପିତାଙ୍କୁ ଶୁଭେଚ୍ଛାପତ୍ର ପଠାଇଥିଲେ ବୋଲି ସେ କହିଛନ୍ତି। 


ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦି କୁଏତର ଅମୀର ଶେଖ ମେଶଲ ଅଲ-ଅହମଦ ଅଲ-ଜବର  ଅଲ-ସବାଙ୍କ ଆମନ୍ତ୍ରଣରେ କୁଏତ ଗସ୍ତରେ ଆସିଛନ୍ତି। ଗତ ୪୩ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କୁଏତ ଗସ୍ତ। ଏହା ପୂର୍ବରୁ ୧୯୮୧ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି କୁଏତ ଗସ୍ତ କରିଥିଲେ। ଏଣୁ ଯାତ୍ରା ପୂର୍ବରୁ ମୋଦି କହିଥିଲେ ଯେ ଭାରତ ଓ କୁଏତ ପଶ୍ଚିମ ଏସିୟାରେ ଶାନ୍ତି, ସୁରକ୍ଷା ଓ ସ୍ଥିରତାରେ ପାରସ୍ପରିକ ହୀତର ରକ୍ଷା କରନ୍ତି। 


ସେ କହିଛନ୍ତି ଯେ ଆମେ କୁଏତ ସହିତ ଐତିହାସିକ ସମ୍ପର୍କକୁ ଅଧିକ ମହତ୍ୱ ଦେଉ। ଆମେ ନା କେବଳ ବ୍ୟାପାର ଓ ଉର୍ଜା କ୍ଷେତ୍ରର ଭାଗିଦାରୀ ବରଂ ପଶ୍ଚିଂ ଏସିୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା, ସ୍ଥିରତା ଓ ସମୃଦ୍ଧିରେ ବି ଆମର ମିଳିତ ଭାଗିଦାରୀ ରହିଛି।