ଗଁନ୍ଦିଆ ଗୁଣ୍ଡୁରାପଶିରେ ଚାଞ୍ଚଲ୍ୟ, ସଂଘ ବଦ୍ଧ ଭାବେ ପିଟି ପିଟି ଜଣଙ୍କୁ ହତ୍ୟା

ଢେଙ୍କାନାଳ: ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ସଂଘ ବଦ୍ଧ ଭାବେ ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଗୁଣ୍ଡୁରାପଶି ବରସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଜଣଙ୍କ ବରସାହିର ଏକାଦଶୀ ମହାଳିକ । ପ୍ରଥମେ ତାଙ୍କୁ ରକ୍ତ ଜୁଡୁ ବୁଡୁ ଆଵସ୍ଥାରେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ବର ସାହି ଗ୍ରାମର ସଇଆଁ ପାତ୍ର ଓ ତାର ସମ୍ପର୍କୀୟ ମାନେ ଫେରାର ହୋଇଯାଇଛନ୍ତି।  Also read- ରାଜେନ୍ଦ୍ରନଗରରେ ଅଘଟଣ, ବାପା-ମାଆ ଏବଂ ପୁଅର ସନ୍ଦେହଜନକ ମୃତ୍ୟୁ ଅଭିଯୋଗ ମୁତାବକ, ମୃତ ଏକାଦଶୀ ଜଣେ ଗରିବ ଓ ଦିନ ମଜୁରିଆ ଶ୍ରେଣୀର । ତେବେ ତାଙ୍କର ଘର କାମ ପାଇଁ ସଇଆଁ ପାତ୍ରଙ୍କ ଠାରୁ ସୁଧ ଆକାର ଟଙ୍କା ଉଧାର ଆଣି କିଛି ଟଙ୍କା ସୁଝିଥିଲେ। ମାତ୍ର ସୁଧ ବାବଦକୁ ଟଙ୍କା ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଗାଁର ଅଷ୍ଟ ପ୍ରହରୀ ପାଇଁ କଳସ ପାଣି ଆଣିବାକୁ ଯିବା ବେଳେ ଉପର  ସାହି ଠାରେ ଏକାଦଶୀଙ୍କୁ ସଂଘ ବଦ୍ଧ ଭାବେ ଠେଙ୍ଗା ଓ କଟୁରିରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ବୋଲି ମୃତ ଏକାଦଶୀଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଗଁନ୍ଦିଆ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। The post ଗଁନ୍ଦିଆ ଗୁଣ୍

ଗଁନ୍ଦିଆ ଗୁଣ୍ଡୁରାପଶିରେ ଚାଞ୍ଚଲ୍ୟ, ସଂଘ ବଦ୍ଧ ଭାବେ ପିଟି ପିଟି ଜଣଙ୍କୁ ହତ୍ୟା

ଢେଙ୍କାନାଳ: ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ସଂଘ ବଦ୍ଧ ଭାବେ ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଗୁଣ୍ଡୁରାପଶି ବରସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଜଣଙ୍କ ବରସାହିର ଏକାଦଶୀ ମହାଳିକ । ପ୍ରଥମେ ତାଙ୍କୁ ରକ୍ତ ଜୁଡୁ ବୁଡୁ ଆଵସ୍ଥାରେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ବର ସାହି ଗ୍ରାମର ସଇଆଁ ପାତ୍ର ଓ ତାର ସମ୍ପର୍କୀୟ ମାନେ ଫେରାର ହୋଇଯାଇଛନ୍ତି। 

Also read- ରାଜେନ୍ଦ୍ରନଗରରେ ଅଘଟଣ, ବାପା-ମାଆ ଏବଂ ପୁଅର ସନ୍ଦେହଜନକ ମୃତ୍ୟୁ

ଅଭିଯୋଗ ମୁତାବକ, ମୃତ ଏକାଦଶୀ ଜଣେ ଗରିବ ଓ ଦିନ ମଜୁରିଆ ଶ୍ରେଣୀର । ତେବେ ତାଙ୍କର ଘର କାମ ପାଇଁ ସଇଆଁ ପାତ୍ରଙ୍କ ଠାରୁ ସୁଧ ଆକାର ଟଙ୍କା ଉଧାର ଆଣି କିଛି ଟଙ୍କା ସୁଝିଥିଲେ। ମାତ୍ର ସୁଧ ବାବଦକୁ ଟଙ୍କା ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଗାଁର ଅଷ୍ଟ ପ୍ରହରୀ ପାଇଁ କଳସ ପାଣି ଆଣିବାକୁ ଯିବା ବେଳେ ଉପର  ସାହି ଠାରେ ଏକାଦଶୀଙ୍କୁ ସଂଘ ବଦ୍ଧ ଭାବେ ଠେଙ୍ଗା ଓ କଟୁରିରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ବୋଲି ମୃତ ଏକାଦଶୀଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଗଁନ୍ଦିଆ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

The post ଗଁନ୍ଦିଆ ଗୁଣ୍ଡୁରାପଶିରେ ଚାଞ୍ଚଲ୍ୟ, ସଂଘ ବଦ୍ଧ ଭାବେ ପିଟି ପିଟି ଜଣଙ୍କୁ ହତ୍ୟା appeared first on Prameya News7.