ସୈଫ୍‌ଙ୍କ ବଢିଲା ଅଡୁଆ, ପଟୌଉଦି ପରିବାରର ୧୫ ହଜାର କୋଟିର ସମ୍ପତ୍ତିକୁ କବଜା କଲା ମଧ୍ୟପ୍ରଦେଶ ସରକାର !

ମୁମ୍ଵାଇ ୨୧।୦୧; ଅଭିନେତା ସୈଫ୍‌ ଅଲ୍ଲି ଖାନଙ୍କୁ ଛୁରା ମାଡ ଘଟଣା । ହସ୍ପିଟାଲରେ ସର୍ଜରୀ ପରେ ତାଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଆସିଛି । ହେଲେ ମଧ୍ୟପ୍ରଦେଶର ଜବଲପୁରରେ ଅଭିନେତା  ସୈଫଙ୍କ ପରିବାରର ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ସରକାର ନେଇପାରନ୍ତି। ସୈଫ ଅଲି ଖାନ ଏବଂ ଶର୍ମିଲା ଟାଗୋରଙ୍କ ପରିବାରର ସମ୍ପତ୍ତି ଭୋପାଳର କୋହେଫିଜା ଠାରୁ ଚିକ୍ଲୋଡ ପର୍ଯ୍ୟନ୍ତ ବ୍ୟାପିଛି। ପଟୌଉଦି ପରିବାରର ପ୍ରାୟ ୧୦୦ ଏକର ଜମିରେ ଦେଢ ଲକ୍ଷ ଲୋକ ବାସ କରୁଛନ୍ତି। ୨୦୧୫ ଠାରୁ ଭୋପାଳରେ ଐତିହାସିକ ରାଜକୀୟ  ସମ୍ପତ୍ତି ଉପରେ ଏକ ନିଷେଧାଦେଶ ରହିଥିଲା ।  ହାଇକୋର୍ଟ ପଟୌଦି ପରିବାରକୁ ଅପିଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବାକୁ ସମୟ ଦେଇଥିଲେ। କିନ୍ତୁ ପଟୌଦି ପରିବାର ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କ ପକ୍ଷ ଉପସ୍ଥାପନ କରିନଥିଲେ। ଏବେ ପରିବାରର ଡିଭିଜନ ବେଞ୍ଚରେ ଆଦେଶକୁ ଚ୍ୟାଲେଞ୍ଜ କରିବାର ବିକଳ୍ପ ଅଛି । ଭୋପାଳ ରାଜକୀୟ ଐତିହାସିକ ସମ୍ପତ୍ତି ଉପରେ ୨୦୧୫ରେ ଚାଲୁଥିବା ରହିତା ଦେଶ ହଟାଇଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ଅଭିନେତା ସୈଫ ଅଲ୍ଲୀ ଖାନ, ମାଆ ଶର୍ମିଲା ଟାଗୋର, ଭଉଣୀ ସୋହା ଏବଂ ସବା ଅଲି ଖାନ ଏବଂ ପଟୌଦିଙ୍କ ଭଉଣୀଙ୍କୁ ଶତ୍ରୁ ସମ୍ପତ୍ତି ମାମଲାରେ ଆବେଦନ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ମାମଲାର ସମାଧାନ ହୋଇସାରିଛି ଏବଂ ରହିତାଦେସ ହଟା

ସୈଫ୍‌ଙ୍କ ବଢିଲା ଅଡୁଆ, ପଟୌଉଦି ପରିବାରର ୧୫ ହଜାର କୋଟିର ସମ୍ପତ୍ତିକୁ କବଜା କଲା ମଧ୍ୟପ୍ରଦେଶ ସରକାର !

ମୁମ୍ଵାଇ ୨୧।୦୧; ଅଭିନେତା ସୈଫ୍‌ ଅଲ୍ଲି ଖାନଙ୍କୁ ଛୁରା ମାଡ ଘଟଣା । ହସ୍ପିଟାଲରେ ସର୍ଜରୀ ପରେ ତାଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଆସିଛି । ହେଲେ ମଧ୍ୟପ୍ରଦେଶର ଜବଲପୁରରେ ଅଭିନେତା  ସୈଫଙ୍କ ପରିବାରର ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ସରକାର ନେଇପାରନ୍ତି। ସୈଫ ଅଲି ଖାନ ଏବଂ ଶର୍ମିଲା ଟାଗୋରଙ୍କ ପରିବାରର ସମ୍ପତ୍ତି ଭୋପାଳର କୋହେଫିଜା ଠାରୁ ଚିକ୍ଲୋଡ ପର୍ଯ୍ୟନ୍ତ ବ୍ୟାପିଛି। ପଟୌଉଦି ପରିବାରର ପ୍ରାୟ ୧୦୦ ଏକର ଜମିରେ ଦେଢ ଲକ୍ଷ ଲୋକ ବାସ କରୁଛନ୍ତି। ୨୦୧୫ ଠାରୁ ଭୋପାଳରେ ଐତିହାସିକ ରାଜକୀୟ  ସମ୍ପତ୍ତି ଉପରେ ଏକ ନିଷେଧାଦେଶ ରହିଥିଲା ।  ହାଇକୋର୍ଟ ପଟୌଦି ପରିବାରକୁ ଅପିଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବାକୁ ସମୟ ଦେଇଥିଲେ। କିନ୍ତୁ ପଟୌଦି ପରିବାର ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କ ପକ୍ଷ ଉପସ୍ଥାପନ କରିନଥିଲେ। ଏବେ ପରିବାରର ଡିଭିଜନ ବେଞ୍ଚରେ ଆଦେଶକୁ ଚ୍ୟାଲେଞ୍ଜ କରିବାର ବିକଳ୍ପ ଅଛି । 

ଭୋପାଳ ରାଜକୀୟ ଐତିହାସିକ ସମ୍ପତ୍ତି ଉପରେ ୨୦୧୫ରେ ଚାଲୁଥିବା ରହିତା ଦେଶ ହଟାଇଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ଅଭିନେତା ସୈଫ ଅଲ୍ଲୀ ଖାନ, ମାଆ ଶର୍ମିଲା ଟାଗୋର, ଭଉଣୀ ସୋହା ଏବଂ ସବା ଅଲି ଖାନ ଏବଂ ପଟୌଦିଙ୍କ ଭଉଣୀଙ୍କୁ ଶତ୍ରୁ ସମ୍ପତ୍ତି ମାମଲାରେ ଆବେଦନ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ମାମଲାର ସମାଧାନ ହୋଇସାରିଛି ଏବଂ ରହିତାଦେସ ହଟାଇ ଦିଆଯାଇଛି।

ଜଷ୍ଟିସ ବିବେକ ଅଗ୍ରୱାଲଙ୍କ ଗୋଟିଏ ବେଞ୍ଚ ପରିବାରକୁ ୩୦ ଦିନ ମଧ୍ୟରେ ଆପିଲ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ପଟୌଦି ପରିବାର ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କ ପକ୍ଷ ଉପସ୍ଥାପନ କରିନଥିଲେ। ଏହି ଅବଧି ବର୍ତ୍ତମାନ ସମାପ୍ତ ହୋଇଛି ଏବଂ ହେଲେ ପରିବାର ପକ୍ଷରୁ କୌଣସି ଦାବି କରାଯାଇ ନାହିଁ । ବର୍ତ୍ତମାନ ପରିବାର ପାଇଁ ଏକମାତ୍ର ବିକଳ୍ପ ହେଉଛି ଡିଭିଜନ୍ ବେଞ୍ଚରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରିବା ।