ଋଷୀୟ ମହିଳା ନିନା କୁଟିନା କହିଲେ-୮ ବର୍ଷ ହେଲା ବଣରେ ଏମିତି ବିତୁଥିଲା ଜୀବନ
ବେଙ୍ଗାଲୁରୁ ୧୪।୭: ଉତ୍ତର କନ୍ନଡର ରାମତୀର୍ଥ ପର୍ବତମାଳାରୁ ମିଳିଥିବା ଋଷୀୟ ମହିଳା ଓ ତାଙ୍କ ଦୁଇ ଝିଅ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ସେମାନେ ସମ୍ପୂର୍ଣ୍ଣ ଏକାନ୍ତରେ ରହୁଥିଲେ ଓ ଉଚ୍ଚା ଉଚ୍ଚା ପାହାଡ଼ ସେମାନଙ୍କୁ ଘେରି ରହିଥିଲା। ବାହାର ଦୁନିଆ ସହିତ ସେମାନଙ୍କର କୌଣସି ସମ୍ପର୍କ ନଥିଲା। ସେମାନେ ମା ପିଲା ୩ ଜଣଙ୍କ ଛଡା ତାଙ୍କ ସହ ଏକ ରୁଦ୍ରଙ୍କ ମୁର୍ତ୍ତି ମଧ୍ୟ ଥିଲା। ଯାହାକୁ ସେମାନେ ପୂଜା କରୁଥିଲେ। ପୋଲିସ ଅନୁସାରେ ଅଞ୍ଚଳରେ ଭୂ-ସ୍ଖଳନ ହୋଇଥିଲା। ଏଣୁ ଏଥିରେ କେହି ପ୍ରଭାବିତ ହୋଇ ନାହାନ୍ତିତ ତାହା ଅନୁଧ୍ୟାନ କରିବାକୁ ପୋଲିସ ଟିମ୍ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସେମାନଙ୍କ ନଜରରେ ଏକ ଗୁମ୍ଫା ଆସିଥିଲା ଓ ସେଠାରେ କିଛି ଲୁଗାପଟା ସୁଖୁଥିବା ଦେଖିଥିଲେ। ଏତେ ଘନ ଜଙ୍ଗଲରେ ମଣିଷ କେମିତି ରହୁଥିବ ଭାବି ପୋଲିସ ପହଞ୍ଚିବା ବେଳକୁ ରୁଦ୍ରଙ୍କ ଛବି ଦେଖିବାକୁ ପାଇଥିଲେ, ଯାହାର ପୂଜା ହେଉଥିଲା। ସେଠାରେ ଏକ ଶିଶୁ କନ୍ୟା ଖେଳୁଥିଲା ଓ ଆଉ ଜଣେ ଶୋଇଥିଲା। ପୋଲିସକୁ ଦେଖି ଋଷୀୟ ମହିଳା ବାହାରକୁ ଆସିଥିଲେ। ମହିଳା ଓ ତାଙ୍କର ଦୁଇ କନ୍ୟା ଏଠାରେ ଦୀର୍ଘ ବର୍ଷରୁ ଚଳୁଥିଲେ। ହେଲେ ସେମାନଙ୍କ ସମ୍ପର୍କରେ କାହାରିକୁ ସୂଚନା ନଥିଲା। ଋଷୀୟ ମହିଳା ନିନା ଏଠାରେ ତାଙ୍କ ନାମ ମୋହୀ ରଖିଥିଲେ। ପ୍ରଥମେ ସେମାନେ ପୋଲିସ ସହ ଆସିବାକୁ ରାଜି ହେଉନଥିଲେ। ତେବେ ପୋଲିସ ଅଫିସର କୌଣସି ପ୍ରକାର ସେମାନଙ୍କୁ ବୁ
ବେଙ୍ଗାଲୁରୁ ୧୪।୭: ଉତ୍ତର କନ୍ନଡର ରାମତୀର୍ଥ ପର୍ବତମାଳାରୁ ମିଳିଥିବା ଋଷୀୟ ମହିଳା ଓ ତାଙ୍କ ଦୁଇ ଝିଅ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ସେମାନେ ସମ୍ପୂର୍ଣ୍ଣ ଏକାନ୍ତରେ ରହୁଥିଲେ ଓ ଉଚ୍ଚା ଉଚ୍ଚା ପାହାଡ଼ ସେମାନଙ୍କୁ ଘେରି ରହିଥିଲା। ବାହାର ଦୁନିଆ ସହିତ ସେମାନଙ୍କର କୌଣସି ସମ୍ପର୍କ ନଥିଲା। ସେମାନେ ମା ପିଲା ୩ ଜଣଙ୍କ ଛଡା ତାଙ୍କ ସହ ଏକ ରୁଦ୍ରଙ୍କ ମୁର୍ତ୍ତି ମଧ୍ୟ ଥିଲା। ଯାହାକୁ ସେମାନେ ପୂଜା କରୁଥିଲେ।
ପୋଲିସ ଅନୁସାରେ ଅଞ୍ଚଳରେ ଭୂ-ସ୍ଖଳନ ହୋଇଥିଲା। ଏଣୁ ଏଥିରେ କେହି ପ୍ରଭାବିତ ହୋଇ ନାହାନ୍ତିତ ତାହା ଅନୁଧ୍ୟାନ କରିବାକୁ ପୋଲିସ ଟିମ୍ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସେମାନଙ୍କ ନଜରରେ ଏକ ଗୁମ୍ଫା ଆସିଥିଲା ଓ ସେଠାରେ କିଛି ଲୁଗାପଟା ସୁଖୁଥିବା ଦେଖିଥିଲେ। ଏତେ ଘନ ଜଙ୍ଗଲରେ ମଣିଷ କେମିତି ରହୁଥିବ ଭାବି ପୋଲିସ ପହଞ୍ଚିବା ବେଳକୁ ରୁଦ୍ରଙ୍କ ଛବି ଦେଖିବାକୁ ପାଇଥିଲେ, ଯାହାର ପୂଜା ହେଉଥିଲା। ସେଠାରେ ଏକ ଶିଶୁ କନ୍ୟା ଖେଳୁଥିଲା ଓ ଆଉ ଜଣେ ଶୋଇଥିଲା। ପୋଲିସକୁ ଦେଖି ଋଷୀୟ ମହିଳା ବାହାରକୁ ଆସିଥିଲେ।
ମହିଳା ଓ ତାଙ୍କର ଦୁଇ କନ୍ୟା ଏଠାରେ ଦୀର୍ଘ ବର୍ଷରୁ ଚଳୁଥିଲେ। ହେଲେ ସେମାନଙ୍କ ସମ୍ପର୍କରେ କାହାରିକୁ ସୂଚନା ନଥିଲା। ଋଷୀୟ ମହିଳା ନିନା ଏଠାରେ ତାଙ୍କ ନାମ ମୋହୀ ରଖିଥିଲେ। ପ୍ରଥମେ ସେମାନେ ପୋଲିସ ସହ ଆସିବାକୁ ରାଜି ହେଉନଥିଲେ। ତେବେ ପୋଲିସ ଅଫିସର କୌଣସି ପ୍ରକାର ସେମାନଙ୍କୁ ବୁଝାଇବାରେ ସଫଳ ହୋଇଥିଲେ ଓ ପାହାଡରୁ ତଳକୁ ଆଣିଥିଲେ। ମୋହୀଙ୍କୁ ଭାରତ, ଜଙ୍ଗଲ ଓ ଧ୍ୟାନ ଖୁବ୍ ପସନ୍ଦ ବୋଲି କହିଛନ୍ତି। ଏବେ ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି ଓ ଏଥି ପାଇଁ ସେମାନେ ଦୁଃଖିତ।
ନିନା କୁଟିନା ୨୦୧୬ ମସିହାରେ ବିଜନେସ ଭିସାରେ ପ୍ରଥମ ଥର ଭାରତ ଆସିଥିଲେ। ୧୭ ଏପ୍ରିଲ ୨୦୧୭ରେ ତାଙ୍କର ଭିସା ଅବଧି ସମାପ୍ତ ହୋଇଯାଇଥିଲା। ତେବେ ସେ ଋଷିଆ ଫେରି ଯାଇ ନଥିଲେ। ୨୦୧୮ରେ ତାଙ୍କୁ ଏଗଜିଟ୍ ପରିମିଟ ମିଳିବାରୁ ସେ ନେପାଳ ଯାଇଥିଲେ ତେବେ ପୁଣି ଭାରତ ଫେରିଆସିଥିଲେ ଓ ଭାରତର ଉପକୂଳ ଜଙ୍ଗଲରେ ବସବାସ କରିବା ଆରମ୍ଭ କରିଥିଲେ।
ନିନା କୁଟିନା କହିଛନ୍ତି ଯେ ତାଙ୍କର ଝିଅ ଦୁଇଟି ଭାରତରେ ହିଁ ଜନ୍ମ ହୋଇଛନ୍ତି। ତେବେ ଝିଅ ଦୁହିଙ୍କ ପିତାଙ୍କ ସମ୍ପର୍କରେ ସେ କିଛି କହିନାହାନ୍ତି। ଏହା ବାବଦେ କିଛି କହିବାକୁ ସେ ମନା କରିଛନ୍ତି। ତେବେ ଜୀବଜନ୍ତୁ ପୂର୍ଣ୍ଣ ଜଙ୍ଗଲରେ ସେ କିପରି ରହୁଥିଲେ ବୋଲି ପଚରା ଯିବାରୁ ଆମକୁ ଜୀବଜନ୍ତୁ ନୁହେଁ ମଣିଷକୁ ଡର ଲାଗୁଥିଲା ବୋଲି କହିଛନ୍ତି। ଏହି ସମୟରେ ସାପ ଭୟ ବିଷୟରେ ପଚରା ଯିବାରୁ ସାପ ଆମର କିଛି କରୁନଥିଲେ ବୋଲି କହିଛନ୍ତି। ମୋହି କହିଛନ୍ତି ଯେ ଯେବେ ସେ ଗାଧୋଇବା ପାଇଁ ଝରଣାକୁ ଯାଉଥିଲେ ସାପ ତାଙ୍କ ଆଖପାଖକୁ ଆସୁଥିଲେ ହେଲେ କିଛି କରୁନଥିଲେ। ତାଙ୍କ ଗୁମ୍ଫାକୁ ବି ସାପ ଚାଲି ଆସୁଥିଲେ ହେଲେ କେବେ ହଇରାଣ କରି ନାହାନ୍ତି ବୋଲି କହିଛନ୍ତି।
ମୋହି ଗୁମ୍ଫାରେ ପ୍ରଚୁର ଖାଇବା ପିଇବା ଜିନିଷ ମହଜୁଦ ରଖିଥିଲେ। ଅଳ୍ପ ପୋଷାକ ପିନ୍ଧୁଥିଲେ ଓ ପ୍ରାକୃତିକ ଆଲୋକରେ ରହୁଥିଲେ। ନିନା କୁଟିନା ତାଙ୍କ ଦୁଇ ଝିଅଙ୍କୁ ପ୍ରାୟତଃ ଗୋକର୍ଣ୍ଣ ଓ ଅନ୍ୟ ସ୍ଥାନକୁ ବୁଲେଇ ନେଇଯାଉଥିଲେ। ତେବେ ସେମାନେ ପୁଣି ଗୁମ୍ଫାକୁ ଫେରି ଆସୁଥିଲେ। ସେ ପିଲାଙ୍କ ସହିତ ନିଜର ଏକ ରୁଟିନ କରି ରଖିଥିଲେ। ସକାଳେ ଶୋଇକି ଉଠିବା ପରେ ପୂଜାପାଠ କରିବା, ମନ୍ତ୍ରଉଚ୍ଚାରଣ, ଧ୍ୟାନ ଓ ଯୋଗ କରୁଥିଲେ। ସେ ପିଲାଙ୍କ ସହ ପେଣ୍ଟିଂ କରୁଥିଲେ ଓ ଭଜନ ଗାଉଥିଲେ।