୧୦୪ ରନ୍‌ରେ ଅଲ୍‌ଆଉଟ୍‌ ଅଷ୍ଟ୍ରେଲିଆ, ପର୍ଥ ଟେଷ୍ଟରେ ଭାରତକୁ ମିଳିଲା ୪୬ ରନ୍‌ର ଲିଡ୍

ନୂଆଦିଲ୍ଲୀ ୨୩।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ । ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଅଲ୍‌ଆଉଟ୍‌ ହେଲା କଙ୍ଗାରୁ ବାହିନୀ । ୧୦୪ ରନ୍‌ରେ ବ୍ୟାକ୍‌ଫୁଟ୍‌ରେ ପଡିଛି ଅଷ୍ଟ୍ରେଲିଆ । ଭାରତକୁ ପର୍ଥ ଟେଷ୍ଟରେ ମିଳିଲା ୪୬ ରନ୍‌ର ଲିଡ୍‌ । ଅଷ୍ଟ୍ରେଲିଆର ଶେଷ ୱିକେଟ୍ ମିଚେଲ ଷ୍ଟାର୍କ ୨୬ରନ୍ ସ୍କୋରରେ ହର୍ଷିତ ରାଣାଙ୍କ ବଲରେ ହୋଇଥିଲେ କ୍ୟାଚ୍‌ ଆଉଟ୍‌ । ଟେଷ୍ଟର ପ୍ରଥମ ଦିନରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ବ୍ୟାଟିଂ କରି ଭାରତୀୟ ଦଳ ମାତ୍ର ୧୫୦ ରନ୍‌ରେ ସବୁ ଓ୍ବିକେଟ ହରାଇଥିଲା । ପରେ ପ୍ରଥମ ପାଳିର ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଆୟୋଜକ ଅଷ୍ଟ୍ରେଲିଆ ଆଜି ଦିନର ଖେଳ ଶେଷ ହେବାକୁ ବେଳକୁ ୬୭ ରନ୍‌ରେ ୭ ଓ୍ବିକେଟ ହରାଇଥିଲା । ସେଥିମଧ୍ୟରୁ ୪ ଓ୍ବିକେଟ ନିଜ ନାଁରେ କରିଥିଲେ ପର୍ଥ ଟେଷ୍ଟର ଭାରତୀୟ ଅଧିନାୟକ ଜସପ୍ରୀତ ବୁମରା । ଉସମାନ ଖ୍ବାଜା, ଷ୍ଟିଭ୍‌ ସ୍ମିଥ, ନାଥନ ମ୍ୟାକସ୍ବିନୀ ଏବଂ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପାଟ କମିନ୍ସ, ବୁମରାଙ୍କ ବଲ୍‌ର ଶିକାର ହୋଇଥିଲେ ।ତେବେ ଟେଷ୍ଟର ୨ୟ ଦିନରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଉପରେ ଭାରୀ ପଡିଥିଲେ ଭାରତୀୟ ବୋଲର । ଜସପ୍ରୀତ ବୁମ୍ରା ଭାରତ ପାଇଁ ସର୍ବାଧିକ ନେଇଥିଲେ ୫ଟି ୱିକେଟ୍ । ହର୍ଷିତ ରାଣା ୩ଟି ଓ୍ବିକେଟ ନେଇ ସଫଳତା ପାଇ

୧୦୪ ରନ୍‌ରେ ଅଲ୍‌ଆଉଟ୍‌ ଅଷ୍ଟ୍ରେଲିଆ, ପର୍ଥ ଟେଷ୍ଟରେ ଭାରତକୁ ମିଳିଲା ୪୬ ରନ୍‌ର ଲିଡ୍

ନୂଆଦିଲ୍ଲୀ ୨୩।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ । ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଅଲ୍‌ଆଉଟ୍‌ ହେଲା କଙ୍ଗାରୁ ବାହିନୀ । ୧୦୪ ରନ୍‌ରେ ବ୍ୟାକ୍‌ଫୁଟ୍‌ରେ ପଡିଛି ଅଷ୍ଟ୍ରେଲିଆ । ଭାରତକୁ ପର୍ଥ ଟେଷ୍ଟରେ ମିଳିଲା ୪୬ ରନ୍‌ର ଲିଡ୍‌ । ଅଷ୍ଟ୍ରେଲିଆର ଶେଷ ୱିକେଟ୍ ମିଚେଲ ଷ୍ଟାର୍କ ୨୬ରନ୍ ସ୍କୋରରେ ହର୍ଷିତ ରାଣାଙ୍କ ବଲରେ ହୋଇଥିଲେ କ୍ୟାଚ୍‌ ଆଉଟ୍‌ । 

ଟେଷ୍ଟର ପ୍ରଥମ ଦିନରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ବ୍ୟାଟିଂ କରି ଭାରତୀୟ ଦଳ ମାତ୍ର ୧୫୦ ରନ୍‌ରେ ସବୁ ଓ୍ବିକେଟ ହରାଇଥିଲା । ପରେ ପ୍ରଥମ ପାଳିର ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଆୟୋଜକ ଅଷ୍ଟ୍ରେଲିଆ ଆଜି ଦିନର ଖେଳ ଶେଷ ହେବାକୁ ବେଳକୁ ୬୭ ରନ୍‌ରେ ୭ ଓ୍ବିକେଟ ହରାଇଥିଲା । 

ସେଥିମଧ୍ୟରୁ ୪ ଓ୍ବିକେଟ ନିଜ ନାଁରେ କରିଥିଲେ ପର୍ଥ ଟେଷ୍ଟର ଭାରତୀୟ ଅଧିନାୟକ ଜସପ୍ରୀତ ବୁମରା । ଉସମାନ ଖ୍ବାଜା, ଷ୍ଟିଭ୍‌ ସ୍ମିଥ, ନାଥନ ମ୍ୟାକସ୍ବିନୀ ଏବଂ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପାଟ କମିନ୍ସ, ବୁମରାଙ୍କ ବଲ୍‌ର ଶିକାର ହୋଇଥିଲେ ।

ତେବେ ଟେଷ୍ଟର ୨ୟ ଦିନରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଉପରେ ଭାରୀ ପଡିଥିଲେ ଭାରତୀୟ ବୋଲର । ଜସପ୍ରୀତ ବୁମ୍ରା ଭାରତ ପାଇଁ ସର୍ବାଧିକ ନେଇଥିଲେ ୫ଟି ୱିକେଟ୍ । ହର୍ଷିତ ରାଣା ୩ଟି ଓ୍ବିକେଟ ନେଇ ସଫଳତା ପାଇଥିବା ବେଳେ ମହମ୍ମଦ ସିରାଜ ନେଇଥିଲେ  ୨ଟି ଓ୍ବିକେଟ ।