କିଏ ଏହି ଏନ୍କାଉଣ୍ଟର ସ୍ପେଶାଲିଷ୍ଟ ? ଯିଏ କରିଛନ୍ତି ୧୧୩ ଏନ୍କାଉଣ୍ଟର...
ନୂଆଦିଲ୍ଲୀ ୨୫।୦୩: ମୁମ୍ବାଇ ପୋଲିସର ଜଣେ ବାହାଦୂର ଅଫିସର । ସମୟ ଥିଲା ଗ୍ୟାଙ୍ଗଷ୍ଟର୍ଙ୍କ ଏନ୍କାଉଣ୍ଡର ପାଇଁ ରହୁଥିଲେ ହେଡଲାଇନରେ । ଗୋଟି ଗୋଟି କିର କରିଥିଲେ ୧୧୩ ଏନକାଉଣ୍ଟର । କିନ୍ତୁ ଏହି ଏନକାଉଣ୍ଡର ବର୍ତ୍ତମାନ ତାଙ୍କ ପାଇଁ ପାଲଟିଗଲା କାଳ । ଏନ୍କାଉଣ୍ଡର ଯୋଗୁଁ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ସେ ହେଉଛନ୍ତି ମୁମ୍ବାଇ ପୋଲିସର ପୂର୍ବତନ ଅଫିସର । ନାଁ ହେଉଛି ପ୍ରଦୀପ ଶର୍ମା । ତେବେ କିଏ ଏହି ପ୍ରଦୀପ ଶର୍ମା ? ପ୍ରଦୀପ ମୂଳତଃ ଉତ୍ତରପ୍ରଦେଶ ଆଗ୍ରାର ବାସିନ୍ଦା। ପ୍ରଦୀପଙ୍କ ପିତା ଜଣେ ଇଂରାଜୀ ପ୍ରଫେସର ଥିଲେ । ସେ ମହାରାଷ୍ଟ୍ରର ଧୁଲେ ସ୍ଥିତ ଏକ କଲେଜରେ ଶିକ୍ଷକତା କରୁଥିଲେ । ଏଥିପାଇଁ ସେ ପୁରା ପରିବାର ସେଠାରେ ରହିଥିଲେ । ପ୍ରଦୀପଙ୍କ ଅଧ୍ୟୟନ ଧୁଲେରେ ହୋଇଥିଲା । ସେ ୧୯୮୩ରେ ମହାରାଷ୍ଟ୍ର ପୋଲିସରେ ମନୋନୀତ ହୋଇଥିଲେ । ମୁମ୍ବାଇର ମହୀମ ପୋଲିସ ଷ୍ଟେସନରେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା । କିଛି ସମୟ ପରେ ତାଙ୍କୁ ଜୁହୁର ବମ୍ବେ ପୋଲିସର ସ୍ପେଶାଲ୍ ବ୍ରାଞ୍ଚରେ ପୋଷ୍ଟିଂ କରାଯାଇଥିଲା । ୧୯୯୦ ଦଶକରେ ଅଣ୍ଡରଓ୍ବାର୍ଲ୍ଡଙ୍କ ପାଇଁ କରାଯାଇଥିଲା ଏକ ସ୍ପେଶାଲ୍ ଟିମ୍ । ଯେଉଁଥିରେ ପ୍ରଦୀପ ଏବଂ ମୁମ୍ବାଇ କ୍ରାଇମବ୍ରାଞ୍ଚର କିଛି ଅଧିକାରୀଙ୍କୁ ସାମିଲ କରାଯାଇଥିଲା। ଟିମ୍ର ଅଧିକାରୀ ଅଣ୍ଡରଓ୍ବାର୍ଲ୍ଡଙ୍କୁ ଏନକାଉଣ୍ଟର କରିବା ଆରମ୍ଭ କରିଥିଲେ । ଏହି ଟିମ୍ରେ ସାମିଲ୍ ଥିବା ପୋଲ
ନୂଆଦିଲ୍ଲୀ ୨୫।୦୩: ମୁମ୍ବାଇ ପୋଲିସର ଜଣେ ବାହାଦୂର ଅଫିସର । ସମୟ ଥିଲା ଗ୍ୟାଙ୍ଗଷ୍ଟର୍ଙ୍କ ଏନ୍କାଉଣ୍ଡର ପାଇଁ ରହୁଥିଲେ ହେଡଲାଇନରେ । ଗୋଟି ଗୋଟି କିର କରିଥିଲେ ୧୧୩ ଏନକାଉଣ୍ଟର । କିନ୍ତୁ ଏହି ଏନକାଉଣ୍ଡର ବର୍ତ୍ତମାନ ତାଙ୍କ ପାଇଁ ପାଲଟିଗଲା କାଳ । ଏନ୍କାଉଣ୍ଡର ଯୋଗୁଁ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ସେ ହେଉଛନ୍ତି ମୁମ୍ବାଇ ପୋଲିସର ପୂର୍ବତନ ଅଫିସର । ନାଁ ହେଉଛି ପ୍ରଦୀପ ଶର୍ମା । ତେବେ କିଏ ଏହି ପ୍ରଦୀପ ଶର୍ମା ?

ପ୍ରଦୀପ ମୂଳତଃ ଉତ୍ତରପ୍ରଦେଶ ଆଗ୍ରାର ବାସିନ୍ଦା। ପ୍ରଦୀପଙ୍କ ପିତା ଜଣେ ଇଂରାଜୀ ପ୍ରଫେସର ଥିଲେ । ସେ ମହାରାଷ୍ଟ୍ରର ଧୁଲେ ସ୍ଥିତ ଏକ କଲେଜରେ ଶିକ୍ଷକତା କରୁଥିଲେ । ଏଥିପାଇଁ ସେ ପୁରା ପରିବାର ସେଠାରେ ରହିଥିଲେ । ପ୍ରଦୀପଙ୍କ ଅଧ୍ୟୟନ ଧୁଲେରେ ହୋଇଥିଲା । ସେ ୧୯୮୩ରେ ମହାରାଷ୍ଟ୍ର ପୋଲିସରେ ମନୋନୀତ ହୋଇଥିଲେ । ମୁମ୍ବାଇର ମହୀମ ପୋଲିସ ଷ୍ଟେସନରେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା । କିଛି ସମୟ ପରେ ତାଙ୍କୁ ଜୁହୁର ବମ୍ବେ ପୋଲିସର ସ୍ପେଶାଲ୍ ବ୍ରାଞ୍ଚରେ ପୋଷ୍ଟିଂ କରାଯାଇଥିଲା ।

୧୯୯୦ ଦଶକରେ ଅଣ୍ଡରଓ୍ବାର୍ଲ୍ଡଙ୍କ ପାଇଁ କରାଯାଇଥିଲା ଏକ ସ୍ପେଶାଲ୍ ଟିମ୍ । ଯେଉଁଥିରେ ପ୍ରଦୀପ ଏବଂ ମୁମ୍ବାଇ କ୍ରାଇମବ୍ରାଞ୍ଚର କିଛି ଅଧିକାରୀଙ୍କୁ ସାମିଲ କରାଯାଇଥିଲା। ଟିମ୍ର ଅଧିକାରୀ ଅଣ୍ଡରଓ୍ବାର୍ଲ୍ଡଙ୍କୁ ଏନକାଉଣ୍ଟର କରିବା ଆରମ୍ଭ କରିଥିଲେ । ଏହି ଟିମ୍ରେ ସାମିଲ୍ ଥିବା ପୋଲିସ ଅଧିକାରୀଙ୍କୁ ଏନକାଉଣ୍ଟର ସ୍ପେଶାଲିଷ୍ଟ କୁହାଯାଉଥିଲା। ଏହାକୁ ନେଇ ପ୍ରଦୀପ ଶର୍ମାଙ୍କ ନାଁ ହେଡଲାଇନ୍ରେ ରହିବାକୁ ଲାଗିଲା ।

ପ୍ରଦୀପ ଏହାପରେ ହୋଇଥିଲେ ମୁମ୍ବାଇ ପୋଲିସର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟର ସିନିୟର ଇନ୍ସପେକ୍ଟର । ସେତେବେଳକୁ ତାଙ୍କ ପୋଲିସ ଚାକିରୀକୁ ୨୫ ବର୍ଷ ହୋଇସାରିଥିଲା ଏବଂ ତାଙ୍କ ନାଁରେ ଯୋଡି ହୋଇଥିଲା ୧୧୩ଟି ଏନକାଉଣ୍ଟର । କିନ୍ତୁ ୨୦୦୬ରେ ତାଙ୍କ ଜୀବନରେ ବଢିଯାଇଥିଲା ସମସ୍ଯା । ଏନକାଉଣ୍ଟରରେ ସେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କ ସହଯୋଗୀ ରାମନାରାୟଣ ଗୁପ୍ତାଙ୍କୁ ଏନକାଉଣ୍ଟର କରିଥିଲେ ।

ଏହି ଘଟଣାର ଯାଞ୍ଚରୁ ଜଣାଗଲା କି ଏନକାଉଣ୍ଟର ଥିଲା ନକଲି । ଏହାପରେ ବିବାଦରେ ଛନ୍ଦି ହୋଇଗଲେ ପ୍ରଦୀପ ଶର୍ମା । ତାଙ୍କୁ ଗିରଫ କରାଯାଇଥିଲା। କୋର୍ଟ ଶର୍ମାଙ୍କୁ ଦୋଷୀ ସାବ୍ୟସ୍ତ କରି ସାଢେ ୩ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ୨୦୧୩ରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ଜେଲ୍ରୁ ଆସିବା ପରେ ପୋଲିସ ବିଭାଗକୁ ଫେରିବାକୁ କରିଥିଲେ ୪ ବର୍ଷର ସଂଘର୍ଷ ।୨୦୧୭ରେ ସେ ପୁଣି ମହାରାଷ୍ଟ୍ର ପୋଲିସକୁ ଫେରିଥିଲେ । ତେବେ ୨୦୧୯ରେ ପ୍ରଦୀପ ଶର୍ମା ହଠାତ୍ ପୋଲିସ୍ରୁ VRS ନେଇଥିଲେ ।

ଏହାପରେ ରାଜନୀତିରେ କରିଥିଲେ ନିଜ ଭାଗ୍ୟ ପରୀକ୍ଷା । ସେ ଶିବସେନାରୁ ମୁମ୍ବାଇର ନାଲାସୋପରା ଆସନରୁ ବିଧାନସଭା ନିର୍ବାଚନରେ ଛିଡା ହୋଇଥିଲେ । କିନ୍ତୁ ସେ ନିର୍ବାଚନରେ ହାରିଗଲେ । ତେବେ ୨୦୦୬ର ସେହି ଘଟଣାରେ ଗତବର୍ଷ ପୁନଶ୍ଚ ପ୍ରଦୀପ ଶର୍ମାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବମ୍ବେ ହାଇକୋର୍ଟ । ପ୍ରଦୀପ ଶର୍ମା ୩୫ ବର୍ଷ ଧରି ପୋଲିସରେ କାମ କରିଛନ୍ତି । ଏହି ଅବଧି ମଧ୍ୟରେ ସେ ଯେତିକି ହେଡ୍ଲାଇନ୍ରେ ଆସିଛନ୍ତି ସେତିକି ବିବାଦରେ ମଧ୍ୟ ରହିଛନ୍ତି ।