ମହାରାଷ୍ଟ୍ର କଲ୍ୟାଣରେ କୋଠାରୁ ଖସିଲା ସ୍ଲାବ, ମହିଳା ଓ ଶିଶୁଙ୍କ ସମେତ ୬ ମୃତ , ୬ ଆହତ
କଲ୍ୟାଣ ୨୦।୫: ମହାରାଷ୍ଟ୍ର ପୂର୍ବ କଲ୍ୟାଣର ମଙ୍ଗଲରାଧୋ ନଗରରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କୋଠାର ଦ୍ୱିତୀୟ ମହଲାରୁ ସ୍ଲାବ ଖସିପଡିବା ଯୋଗୁ ଏଥିରେ ଦବି ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏହି ବିଲ୍ଡିଂଟି ପ୍ରାୟ ୩୫ ବର୍ଷ ପୂରୁଣା ଓ ଏହାର ନାମ ସପ୍ତଶୃଙ୍ଗୀ ବୋଲି ଜଣାପଡିଛି। ଦୁର୍ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଲୋକେ ହଠାତ ଚକିତ ହୋଇପଡିଥିଲେ। ଏ ନେଇ ପୋଲିସ ଓ ଦମକଳକୁ ସୂଚନା ଦେବା ସହ ଭଙ୍ଗା ସ୍ଲାବ ତଳୁ ଲୋକଙ୍କ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ହୋଇଛି। ସେମାନେ ହେଲେ ପ୍ରମିଳା ସାହୁ (୫୮), ସୁନୀତା ସାହୁ (୩୭), ନାମସ୍ୱୀ ସେଲାର (ଦେଢବର୍ଷ), ସୁଜାତା ପାଢୀ (୩୨), ସୁଶୀଲା ଗୁଜ୍ଜର (୭୮) ଓ ଭେଙ୍କଟ ଚୌହାନ (୪୮)। ସେହିପରି ଆହତମାନେ ହେଲେ ଅରୁଣା ଗିରନାରାୟଣ (୪୮), ସରଭିଲ ସେଲାର (୪), ବିନାୟକ ପାଢୀ (୪୫), ୟଶ ଖୀରସାଗର (୧୩), ନିଖିଲ ଖରାତ (୨୭) ଓ ଶ୍ରଦ୍ଧା ସାହୁ (୧୪) । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ଉଲ୍ଲେଖଯୋଗ୍ୟ ଯେ ବିଲ୍ଡିଂରେ ମରାମତି କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଅଗ୍ନୀସମ ବାହିନୀ, ଟିଡିଆରଏଫ, ପୋଲିସ ଓ ସାମାଜିକ ସଂଗଠନ କାର୍ଯ୍ୟକର୍ତ୍ତା ଯୁଦ୍ଦକାଳୀନ ଭିତ୍ତିରେ ଉଦ୍ଧାର ଅଭିଯାନ ଆରମ୍ଭ କରି
କଲ୍ୟାଣ ୨୦।୫: ମହାରାଷ୍ଟ୍ର ପୂର୍ବ କଲ୍ୟାଣର ମଙ୍ଗଲରାଧୋ ନଗରରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କୋଠାର ଦ୍ୱିତୀୟ ମହଲାରୁ ସ୍ଲାବ ଖସିପଡିବା ଯୋଗୁ ଏଥିରେ ଦବି ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏହି ବିଲ୍ଡିଂଟି ପ୍ରାୟ ୩୫ ବର୍ଷ ପୂରୁଣା ଓ ଏହାର ନାମ ସପ୍ତଶୃଙ୍ଗୀ ବୋଲି ଜଣାପଡିଛି। ଦୁର୍ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଲୋକେ ହଠାତ ଚକିତ ହୋଇପଡିଥିଲେ। ଏ ନେଇ ପୋଲିସ ଓ ଦମକଳକୁ ସୂଚନା ଦେବା ସହ ଭଙ୍ଗା ସ୍ଲାବ ତଳୁ ଲୋକଙ୍କ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ।
ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ହୋଇଛି। ସେମାନେ ହେଲେ ପ୍ରମିଳା ସାହୁ (୫୮), ସୁନୀତା ସାହୁ (୩୭), ନାମସ୍ୱୀ ସେଲାର (ଦେଢବର୍ଷ), ସୁଜାତା ପାଢୀ (୩୨), ସୁଶୀଲା ଗୁଜ୍ଜର (୭୮) ଓ ଭେଙ୍କଟ ଚୌହାନ (୪୮)। ସେହିପରି ଆହତମାନେ ହେଲେ ଅରୁଣା ଗିରନାରାୟଣ (୪୮), ସରଭିଲ ସେଲାର (୪), ବିନାୟକ ପାଢୀ (୪୫), ୟଶ ଖୀରସାଗର (୧୩), ନିଖିଲ ଖରାତ (୨୭) ଓ ଶ୍ରଦ୍ଧା ସାହୁ (୧୪) । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି।
ଉଲ୍ଲେଖଯୋଗ୍ୟ ଯେ ବିଲ୍ଡିଂରେ ମରାମତି କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଅଗ୍ନୀସମ ବାହିନୀ, ଟିଡିଆରଏଫ, ପୋଲିସ ଓ ସାମାଜିକ ସଂଗଠନ କାର୍ଯ୍ୟକର୍ତ୍ତା ଯୁଦ୍ଦକାଳୀନ ଭିତ୍ତିରେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। କେଡିଏମସି କମିଶନର ଏହି ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେହିପରି ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।