ବର୍ଷା ଦିନରେ କେଶକୁ ରଖନ୍ତୁ ସୁସ୍ଥ
ମୌସୁମୀରେ ଲଗାଣ ବର୍ଷା ଆରମ୍ଭ ହୋଇଛି । ମହିଳାମାନଙ୍କର ବିଶେଷକରି ଏହି ବର୍ଷା ଦିନରେ କେଶ ସମସ୍ୟା ଦେଖିବାକୁ ମିଳିଥାଏ । ‘ବର୍ଷାଦିନେ ପାଣି ଲାଗି କିମ୍ବା ଥଣ୍ଡା ପବନ ବାଜି କେଶ ଖରାପ ହୋଇଥାଏ । ପୁଣି ଏହା ମୁଣ୍ଡର ତ୍ୱଚ୍ଚାକୁ ରୁକ୍ଷ କରିବା ସହିତ ରୁପି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ବର୍ଷାଦିନେ ସବୁବେଳେ ଚେଷ୍ଟା କରନ୍ତୁ ମୁଣ୍ଡ ସଫା ରଖିବା ପାଇଁ । ଘରୋଇ ଉପାୟରେ ଏଭଳି ସମସ୍ୟାର ସମାଧାନ କିପରି […]

ମୌସୁମୀରେ ଲଗାଣ ବର୍ଷା ଆରମ୍ଭ ହୋଇଛି । ମହିଳାମାନଙ୍କର ବିଶେଷକରି ଏହି ବର୍ଷା ଦିନରେ କେଶ ସମସ୍ୟା ଦେଖିବାକୁ ମିଳିଥାଏ । ‘ବର୍ଷାଦିନେ ପାଣି ଲାଗି କିମ୍ବା ଥଣ୍ଡା ପବନ ବାଜି କେଶ ଖରାପ ହୋଇଥାଏ । ପୁଣି ଏହା ମୁଣ୍ଡର ତ୍ୱଚ୍ଚାକୁ ରୁକ୍ଷ କରିବା ସହିତ ରୁପି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ବର୍ଷାଦିନେ ସବୁବେଳେ ଚେଷ୍ଟା କରନ୍ତୁ ମୁଣ୍ଡ ସଫା ରଖିବା ପାଇଁ । ଘରୋଇ ଉପାୟରେ ଏଭଳି ସମସ୍ୟାର ସମାଧାନ କିପରି କରିପାରିବେ ସେବିଷୟରେ ଆସନ୍ତୁ ଜାଣିବା ।
– ଆଲ୍କହଲଯୁକ୍ତ ଶାମ୍ପୁ, କଣ୍ଡିସନର ତଥା ଅନ୍ୟ ସାମଗ୍ରୀ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ସବୁବେଳେ ନଡ଼ିଆ ତେଲଯୁକ୍ତ ଶାମ୍ପୁ ଲଗାନ୍ତୁ । ଏହା କେଶକୁ ମୂଳରୁ ମଶ୍ଚରାଇଜ କରିଥାଏ ।
– କେଶ ଲାଗି ନଡ଼ିଆ ତେଲ ଉତ୍ତମ । ସପ୍ତାହରେ ଅତିକମ୍ରେ ଦୁଇଥର କେଶରେ ତେଲ ମାଲିସ୍ କରନ୍ତୁ । କେଶରେ ଆଦୌ ଗରମ ତେଲ ମାଲିସ୍ କରନ୍ତୁ ନାହିଁ । ତେଲ ଲଗାଇବାର ୪ରୁ ୨୪ ଘଣ୍ଟା ମଧ୍ୟରେ ଶାମ୍ପୁ କରନ୍ତୁ । ଏହାଠାରୁ ଅଧିକ ସମୟ ତେଲ ଲାଗି ରହିଲେ ଧୂଳି ଜମିବା ସହ ରୁପି ହୁଏ ଏବଂ ଅଧିକ କେଶ ଝଡ଼ିଥାଏ ।
– ଶାମ୍ପୁ କରିବା ପୂର୍ବରୁ ଏକ ଖୋଲାଦାନା ପାନିଆରେ କେଶକୁ ଭଲଭାବେ କୁଣ୍ଡାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଶାମ୍ପୁ ଲଗାଇବା ସମୟରେ କେଶ ଜଟା ହୋଇନଥାଏ । ମୁଣ୍ଡ ଧୋଇବା ସମୟରେ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ । ଶାମ୍ପୁକୁ ପ୍ରଥମେ ଅଳ୍ପ ପାଣିରେ ଗୋଳାଇ ଦିଅନ୍ତୁ । ପରେ ଏହାକୁ କେଶରେ ଲଗାଇ ହାଲୁକା ମାଲିସ କରି ଭଲ ଭାବେ ଧୋଇ ଦିଅନ୍ତୁ । ଆବଶ୍ୟକ ହେଲେ ଆଉ କିଛି ଶାମ୍ପୁ ବ୍ୟବହାର କରନ୍ତୁ । ସପ୍ତାହକୁ ଅତିକମ୍ରେ ତିନିଥର କେଶ ଧୁଅନ୍ତୁ । ପ୍ରାକୃତିକ ସାମଗ୍ରୀ ବ୍ୟବହାର କରନ୍ତୁ । ବ୍ଲୋ ଡ୍ରାଏ, ଆଇରନିଂ ଏବଂ କଲର କରିବା ଠାରୁ ଦୂରେଇ ରୁହନ୍ତୁ ।
– ଓଦା କେଶକୁ କୁଣ୍ଡାନ୍ତୁ ନାହିଁ । କେଶ ଶୁଖିବା ପରେ ଏକ ଖୋଲାଦାନା ଥିବା ପାନିଆରେ ଧୀରେ ଧୀରେ କୁଣ୍ଡାନ୍ତୁ, ଯେପରି କେଶ ଛିଡ଼ିବା କିମ୍ବା ଉପୁଡ଼ିବା କମ୍ ହେବ । ଆଙ୍ଗୁଠି ସାହାଯ୍ୟରେ ମଧ୍ୟ ଆପଣ କେଶକୁ କୁଣ୍ଡାଇ ପାରିବେ ।
– ବସାଦହିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ରହିଛି । ତେଣୁ ଏହା କେଶ ପାଇଁ ଏକ ପ୍ରାକୃତିକ କଣ୍ଡିଶନର ଭାବେ କାମକରେ । ଦହିକୁ ଭଲ ଭାବେ ଗୋଳାଇ କେଶରେ ଲଗାଇ ଏକ ଟେୱଲରେ ଗୁଡ଼ାଇ ଦିଅନ୍ତୁ । ୧୫ ମିନିଟ ରଖିବା ପରେ ଧୋଇ ଦିଅନ୍ତେୁ।
– ଅଣ୍ଡାର ଧଳା ଅଂଶରେ ଦୁଇ ଚାମଚ ଦହି ଏବଂ ଦୁଇ ଚାମଚ ଲେମ୍ବୁରସ ମିଶାଇ ଏକ ମାସ୍କ ପ୍ରସ୍ତୁତ କରନ୍ତୁ । ଏହାକୁ କେଶରେ ଲଗାଇ ୨୦ ମିନିଟ୍ ରଖିବା ପରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶ ନରମ ହେବା ସହ ମଜଭୂତ ରହିଥାଏ ଏବଂ ଅଧାରୁ ଛିଡ଼ି ନଥାଏ ।
– କେଶକୁ ସୁନ୍ଦର ଏବଂ ମଜଭୁତ ରଖିବାର ସବୁଠୁ ଭଲ ଉପାୟ ହେଉଛି ଖାଦ୍ୟ, ଭିଟାମିନ-ବି ଯୁକ୍ତ ଖାଦ୍ୟ ଯଥା ବିନ୍ସ, ମୂଳା, ବାଦାମ ଏବଂ ଅଣ୍ଡା ଆଦିକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଏହା ବ୍ୟତୀତ ସୋୟାବିନ୍ ଏବଂ ବ୍ରାଉନ୍ ରାଇସ୍ ମଧ୍ୟ କେଶ ପାଇଁ ବେଶ୍ ଉପଯୋଗୀ ।