ମିଳିତ ଚଢ଼ଉରେ ମିଜରାମରୁ ବିପୁଳ ବିସ୍ଫୋରକ ଜବତ
ଆଇଜଲ୍: ଆସାମ ରାଇଫଲ୍ସ ଓ ମିଜୋରାମ୍ ପୁଲିସର ମିଳିତ ଚଢ଼ଉରେ ମିଜୋରାମ-ଆସାମ ସୀମାନ୍ତ ସେରାଛିପ୍-ଥେଞ୍ଜାଲ୍ ରାସ୍ତାରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ବୋମା ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି। ଏନେଇ ଆସାମ ରାଇଫଲ୍ସ ପକ୍ଷରୁ ପ୍ରେସ୍ ବିବୃତି ଜାରି କରାଯାଇଥିଲା। ସୂଚନାନୁସାରେ, ମଙ୍ଗଳବାର ରାତିରେ ପାଟ୍ରୋଲିଂ ସମୟରେ ଏକ ଧଳାରଙ୍ଗର ଗାଡ଼ିର ପିଛା କରାଯାଇଥିଲା। ଗାଡ଼ିରୁ ୯୬୦୦ ଜିଲାଟିନ୍ ଷ୍ଟିକ୍, ୯୪୦୦ ଡିଟୋନିଟର ଓ ୧୮୦୦ ମିଟର ଦୀର୍ଘ କୋର୍ଡଟେକ୍ସ ଜବତ କରାଯାଇଛି। ଗାଡ଼ିର ଚାଳକ ସମେତ […]

ଆଇଜଲ୍: ଆସାମ ରାଇଫଲ୍ସ ଓ ମିଜୋରାମ୍ ପୁଲିସର ମିଳିତ ଚଢ଼ଉରେ ମିଜୋରାମ-ଆସାମ ସୀମାନ୍ତ ସେରାଛିପ୍-ଥେଞ୍ଜାଲ୍ ରାସ୍ତାରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ବୋମା ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି। ଏନେଇ ଆସାମ ରାଇଫଲ୍ସ ପକ୍ଷରୁ ପ୍ରେସ୍ ବିବୃତି ଜାରି କରାଯାଇଥିଲା। ସୂଚନାନୁସାରେ, ମଙ୍ଗଳବାର ରାତିରେ ପାଟ୍ରୋଲିଂ ସମୟରେ ଏକ ଧଳାରଙ୍ଗର ଗାଡ଼ିର ପିଛା କରାଯାଇଥିଲା। ଗାଡ଼ିରୁ ୯୬୦୦ ଜିଲାଟିନ୍ ଷ୍ଟିକ୍, ୯୪୦୦ ଡିଟୋନିଟର ଓ ୧୮୦୦ ମିଟର ଦୀର୍ଘ କୋର୍ଡଟେକ୍ସ ଜବତ କରାଯାଇଛି। ଗାଡ଼ିର ଚାଳକ ସମେତ ଦୁଇଜଣକୁ ଗିରଫ କରାଯାଇଛି। ସମସ୍ତ ଜବତ ସାମଗ୍ରୀ ଓ ଗିରଫ ବ୍ୟକ୍ତିଙ୍କୁ ମିଜୋରାମ ପୁଲିସକୁ ହସ୍ତାନ୍ତର କରାଯାଇଛି। ଦୁଇ ଦିନ ପୂର୍ବେ ଆସାମ ରାଇଫଲ୍ସ, ଅବକାରୀ, ନାର୍କୋଟିକ୍ସ ବିଭାଗ ଓ କଷ୍ଟମ୍ ପ୍ରିଭେଣ୍ଟିଭ୍ ଫୋର୍ସ ମିଳିତ ଚଢ଼ଉରେ ମିଜୋରାମ୍ର ଚମ୍ପାଇ ଠାରୁ ୧ କୋଟି ୧୭ଲକ୍ଷ ଟଙ୍କାର ବେଆଇନ ନିଶାଦ୍ରବ୍ୟ ସହ ୩ ମ୍ୟାମାର ନାଗରିକଙ୍କୁ ଗିରଫ କରାଯାଇଥିଲା।