ଫେବ୍ରୁଆରି ୨୭ରେ ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନରେ ଭୋଟ୍
ନୂଆଦିଲ୍ଲୀ : ନିର୍ବାଚନ କମିସନ (ଇସି) ଆଜି ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନରେ ଭୋଟ୍ ଗ୍ରହଣ ହେବ। ଉତ୍ତରପ୍ରଦେଶର ୧୦ଟି ଆସନ, ମହାରାଷ୍ଟ୍ରର ୬, ପଶ୍ଚିମବଙ୍ଗର ୫, ମଧ୍ୟପ୍ରଦେଶର ୫, ଗୁଜରାଟର ୪, କର୍ଣ୍ଣାଟକର ୪, ଆନ୍ଧ୍ରପ୍ରଦେଶର ୩, ତେଲେଙ୍ଗାନାର ୩, ରାଜସ୍ଥାନର ୩, ଓଡ଼ିଶାର ୩ ସହିତ ଉତ୍ତରାଖଣ୍ଡ,ଛତିଶଗଡ଼, ହରିଆଣା ଓ ହିମାଚଳ ପ୍ରଦେଶରେ […]

ନୂଆଦିଲ୍ଲୀ : ନିର୍ବାଚନ କମିସନ (ଇସି) ଆଜି ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନରେ ଭୋଟ୍ ଗ୍ରହଣ ହେବ। ଉତ୍ତରପ୍ରଦେଶର ୧୦ଟି ଆସନ, ମହାରାଷ୍ଟ୍ରର ୬, ପଶ୍ଚିମବଙ୍ଗର ୫, ମଧ୍ୟପ୍ରଦେଶର ୫, ଗୁଜରାଟର ୪, କର୍ଣ୍ଣାଟକର ୪, ଆନ୍ଧ୍ରପ୍ରଦେଶର ୩, ତେଲେଙ୍ଗାନାର ୩, ରାଜସ୍ଥାନର ୩, ଓଡ଼ିଶାର ୩ ସହିତ ଉତ୍ତରାଖଣ୍ଡ,ଛତିଶଗଡ଼, ହରିଆଣା ଓ ହିମାଚଳ ପ୍ରଦେଶରେ ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ଫେବ୍ରୁଆରି ୮ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୧୫ ତାରିଖରେ ନାମାଙ୍କନପତ୍ର ଦାଖଲ, ୧୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ, ୨୦ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାର ଓ ୨୭ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ମଧ୍ୟରେ ମତଦାନ ହେବ। ୨୭ ତାରିଖ ଅପରାହ୍ନ ୫ଟା ପରେ ଭୋଟ ଗଣତି ହେବ। ୨୯ ତାରିଖ ପୂର୍ବରୁ ନିର୍ବାଚନ ଶେଷ ହେବା ଆବଶ୍ୟକ ବୋଲି ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।