ବିଭିନ୍ନ ଜରାଶ୍ରମରେ ଅଛନ୍ତି ୨୩୩୫ ଜଣ ଅନ୍ତେବାସୀ – ମନ୍ତ୍ରୀ

ଭୂବନେଶ୍ବର: ଓଡ଼ିଶାର ବିଭିନ୍ନ ଜରାଶ୍ରମରେ ଅଛନ୍ତି ୨୪୭୫ ଜଣ ଅନ୍ତେବାସୀ । କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟରେ ୮୭ ଟି ଜରାଶ୍ରମ ଚାଲୁଥିବାବେଳେ ସେଥିରେ ରହୁଛନ୍ତି ୨୩୩୫ ଜଣ ଅସହାୟ ଲୋକ। ଏନେଇ ଆଜି ବିଧାନସଭାରେ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ I ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଓଡ଼ିଶାର ବିଭିନ୍ନ ଜରାଶ୍ରମରେ ୨୪୭୫ ଜଣ […]

ବିଭିନ୍ନ ଜରାଶ୍ରମରେ ଅଛନ୍ତି ୨୩୩୫ ଜଣ ଅନ୍ତେବାସୀ – ମନ୍ତ୍ରୀ
ବିଭିନ୍ନ ଜରାଶ୍ରମରେ ଅଛନ୍ତି ୨୩୩୫ ଜଣ ଅନ୍ତେବାସୀ - ମନ୍ତ୍ରୀ

ଭୂବନେଶ୍ବର: ଓଡ଼ିଶାର ବିଭିନ୍ନ ଜରାଶ୍ରମରେ ଅଛନ୍ତି ୨୪୭୫ ଜଣ ଅନ୍ତେବାସୀ । କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟରେ ୮୭ ଟି ଜରାଶ୍ରମ ଚାଲୁଥିବାବେଳେ ସେଥିରେ ରହୁଛନ୍ତି ୨୩୩୫ ଜଣ ଅସହାୟ ଲୋକ। ଏନେଇ ଆଜି ବିଧାନସଭାରେ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ I

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଓଡ଼ିଶାର ବିଭିନ୍ନ ଜରାଶ୍ରମରେ ୨୪୭୫ ଜଣ ଅସହାୟ ଲୋକ ରହୁଛନ୍ତି। କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟରେ ୮୭ ଟି ଜରାଶ୍ରମ ଚାଲୁଥିବାବେଳେ ସେଥିରେ ରହୁଛନ୍ତି ୨୩୩୫ ଜଣ ଅସହାୟ ଲୋକ। ଠିକ୍ ସେହିପରି ରାଜ୍ୟ ସରକାରଙ୍କ ଅନୁଦାନରେ ମଧ୍ୟ ୫ଟି ଜରାଶ୍ରମ ଚାଲୁଛି, ଯେଉଁଥିରେ ୧୫୦ ଜଣ ଅସହାୟ ଲୋକ ରହୁଛନ୍ତି। ରାଜ୍ୟ ସରକାରଙ୍କ ଅନୁଦାନରେ ପରିଚାଳିତ ଵୃଦ୍ଧାଶ୍ରମ ପରିଚାଳନା ପାଇଁ ବର୍ଷକୁ ୧୫ ଲକ୍ଷ ୩୧ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଥିପାଇଁ ବର୍ଷକୁ ୭୬ ଲକ୍ଷ ୫୬ ହଜାର ୭ଶହ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।