ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ

ବ୍ୟାସନଗର : ଦିନକୁ ଦିନ ସାରା ରାଜ୍ୟରେ ଭିଜିଲାନ୍ସ ଧରପଗଡ଼ ଚାଲିଛି । ଏହା ସତ୍ତ୍ୱେ ମଧ୍ୟ ଚେତୁ ନାହାନ୍ତି କିଛି ସରକାରୀ ବାବୁ । ଜୋର ଧରିଛି ଲାଞ୍ଚ ଖାଇବା ନିଶା । ଫଳରେ କିଛି ଦିନ ଭିଜିଲାନ୍ସ ଜାଲରେ ପଡି ଛଟପଟ ହେଉଛନ୍ତି । କିଛି ସରକାରୀ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ସରକାରୀ ଦପ୍ତର । ଲାଞ୍ଚ ଖାଇବା କିଛି ସରକାରୀ ବାବୁ ମାନଙ୍କ ପାଇଁ ଯେମିତି ପେସାରେ ପରିଣତ ହୋଇ […]

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ
ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ

ବ୍ୟାସନଗର : ଦିନକୁ ଦିନ ସାରା ରାଜ୍ୟରେ ଭିଜିଲାନ୍ସ ଧରପଗଡ଼ ଚାଲିଛି । ଏହା ସତ୍ତ୍ୱେ ମଧ୍ୟ ଚେତୁ ନାହାନ୍ତି କିଛି ସରକାରୀ ବାବୁ । ଜୋର ଧରିଛି ଲାଞ୍ଚ ଖାଇବା ନିଶା । ଫଳରେ କିଛି ଦିନ ଭିଜିଲାନ୍ସ ଜାଲରେ ପଡି ଛଟପଟ ହେଉଛନ୍ତି । କିଛି ସରକାରୀ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ସରକାରୀ ଦପ୍ତର । ଲାଞ୍ଚ ଖାଇବା କିଛି ସରକାରୀ ବାବୁ ମାନଙ୍କ ପାଇଁ ଯେମିତି ପେସାରେ ପରିଣତ ହୋଇ ଗଲାଣି । ସେହିପରି ଆଜି ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲା ବ୍ୟାସନଗର ତହସିଲର ବରିଷ୍ଠ ରାଜସ୍ବ ସହାୟକ କିରାଣି ହେମନ୍ତ କୁମାର ପେରେଇ। ଜମି କାଗଜ ପତ୍ର ପାଇଁ ସେ ଏହି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ସୂଚନା ମୁତାବକ କୋରେଇ ଥାନା ବରୁଣ୍ଡେଇ ଅଞ୍ଚଳର ଲକ୍ଷ୍ମୀଧର ସାହୁଙ୍କ ବ୍ୟକ୍ତିଗତ ଜମିର ସୀମା ନିର୍ଦ୍ଧାରଣ ପାଇଁ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇଥିଲେ। ଏହି କାର୍ଯ୍ୟ ପାଇଁ ହେମନ୍ତ ତାଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏତେ ଟଙ୍କା ଦେଇ ପାରିବେ ନାହିଁ ଲକ୍ଷ୍ମୀଧର କହିଥିଲେ । ଶେଷରେ ୫ ହଜାର ଟଙ୍କାରେ କଥା ଛିଣ୍ଡି ଥିଲା । ଏହାକୁ ନେଇ ଲକ୍ଷ୍ମୀଧର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଲକ୍ଷ୍ମୀଧର। ପୂର୍ବ ଯୋଜନା ମୁତାବକ ଆଜି କାର୍ଯ୍ୟାଳୟରେ ସେ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମର ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ ମାଡ଼ି ବସିଥିଲେ। । ହେମନ୍ତଙ୍କ ନିକଟରୁ ରଙ୍ଗ ବୋଳା ଟଙ୍କା ଜବତ ହୋଇଛି ।