ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ – ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାବର୍ଷଠାରୁ ହେବ ଛାତ୍ର ସଂସଦ ନିର୍ବାଚନ । ଏହି ବଡ଼ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଚଳିତ ବର୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ହୋଇନଥିବା ବେଳେ ଆସନ୍ତାବର୍ଷଠାରୁ ସମସ୍ତ କଲେଜକୁ ପ୍ରସ୍ତୂତ କରାଯିବା କଥା କହିଛନ୍ତି ଆଇନମନ୍ତ୍ରୀ । ସେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥାଏ। ହେଲେ ନୂଆ ସରକାର ଆସିବା ପରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ପର୍ଯ୍ୟାପ୍ତ ସମୟ […]

ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ – ଆଇନ ମନ୍ତ୍ରୀ
ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ - ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାବର୍ଷଠାରୁ ହେବ ଛାତ୍ର ସଂସଦ ନିର୍ବାଚନ । ଏହି ବଡ଼ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଚଳିତ ବର୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ହୋଇନଥିବା ବେଳେ ଆସନ୍ତାବର୍ଷଠାରୁ ସମସ୍ତ କଲେଜକୁ ପ୍ରସ୍ତୂତ କରାଯିବା କଥା କହିଛନ୍ତି ଆଇନମନ୍ତ୍ରୀ । ସେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥାଏ। ହେଲେ ନୂଆ ସରକାର ଆସିବା ପରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ପର୍ଯ୍ୟାପ୍ତ ସମୟ ମିଳିନାହିଁ। ନିର୍ବାଚନ ନେଇ ଏବର୍ଷ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ପ୍ରସ୍ତୁତି ହେବ। ଏବର୍ଷ ସମସ୍ତ ପ୍ରସ୍ତୁତି କରାଯାଇ ଆସନ୍ତା ବର୍ଷ ନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇସାରିଛି। ଯାଜପୁର ଜିଲା ବଡଚଣା ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀଙ୍କଏଭଳି ବୟାନ ପରେ ରାଜ୍ୟରେ ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଧୀରେ ଧୀରେ ଆଶା ଉଜ୍ଜଳ ହୋଇଛି।

ସୂଚନାନୁସାରେ,ଦୀର୍ଘ ୬ବର୍ଷ ହେବ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକଳେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। କୋଭିଡ୍ ଆଳରେ ପୂର୍ବତନ ରାଜ୍ୟ ସରକାର ଛାତ୍ର ନିର୍ବାଚନକୁ ବନ୍ଦ କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।