ଗାଜାରେ ଯୁଦ୍ଧବିରତି: ଚୁକ୍ତି ଅନୁଯାୟୀ ୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍
ଦେଇର୍ ଅଲ୍-ବଲାହ,୧୯।୧: ଗାଜାରେ ରବିବାରଠାରୁ ଯୁଦ୍ଧବିରତି ଆରମ୍ଭ ହୋଇଛି। ଚୁକ୍ତି ଅନୁଯାୟୀ ଗାଜାର ଶାସକ ହମାସ୍ ପ୍ରଥମ ଦିନରେ ୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ରବିବାର ରାତିରେ ମୁକ୍ତ କରିଛି। ସେମାନଙ୍କୁ ପ୍ରଥମେ ରେଡ୍କ୍ରସ୍କୁ ନିଆଯିବା ପରେ ଇସ୍ରାଏଲୀ ସେନାକୁ ଫେରୁଥିତ୍ବା ସୈନ୍ୟବାହିନୀ ପକ୍ଷରୁ ଘୋଷଣା କରାଯାଇଛି। ରବିବାର ସକାଳ ୮ଟା ୩୦ରୁ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାକୁ ଥିବାବେଳେ ହମାସ୍ ମୁକ୍ତ ହେବାକୁ ଥିବା ପଣବନ୍ଦୀଙ୍କ ନାମ ତାଲିକା ଦେଇ ନ ଥିବାରୁ ଏହା ୩ ଘଣ୍ଟା […] The post ଗାଜାରେ ଯୁଦ୍ଧବିରତି: ଚୁକ୍ତି ଅନୁଯାୟୀ ୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍ appeared first on Dharitri Odia News.
ଦେଇର୍ ଅଲ୍-ବଲାହ,୧୯।୧: ଗାଜାରେ ରବିବାରଠାରୁ ଯୁଦ୍ଧବିରତି ଆରମ୍ଭ ହୋଇଛି। ଚୁକ୍ତି ଅନୁଯାୟୀ ଗାଜାର ଶାସକ ହମାସ୍ ପ୍ରଥମ ଦିନରେ ୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ରବିବାର ରାତିରେ ମୁକ୍ତ କରିଛି। ସେମାନଙ୍କୁ ପ୍ରଥମେ ରେଡ୍କ୍ରସ୍କୁ ନିଆଯିବା ପରେ ଇସ୍ରାଏଲୀ ସେନାକୁ ଫେରୁଥିତ୍ବା ସୈନ୍ୟବାହିନୀ ପକ୍ଷରୁ ଘୋଷଣା କରାଯାଇଛି। ରବିବାର ସକାଳ ୮ଟା ୩୦ରୁ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାକୁ ଥିବାବେଳେ ହମାସ୍ ମୁକ୍ତ ହେବାକୁ ଥିବା ପଣବନ୍ଦୀଙ୍କ ନାମ ତାଲିକା ଦେଇ ନ ଥିବାରୁ ଏହା ୩ ଘଣ୍ଟା ବିଳମ୍ବ ହୋଇଥିଲା। ବିଳମ୍ବ ହେଲେ ଇସ୍ରାଏଲ୍ ଆକ୍ରମଣ ଜାରି ରଖିବ ବୋଲି କହିଥିଲା। ଅସ୍ତ୍ରବିରତି ପୂର୍ବରୁ ଇସ୍ରାଏଲ୍ର ବୋମାମାଡ଼ରେ ୧୯ ଜଣଙ୍କ ମୃତ୍ୟୁ ଘଟିବା ସହ ୨୫ ଜଣ ଆହତ ହୋଇଥିଲେ।
୧୫ ମାସ ପରେ ଯୁଦ୍ଧ ବନ୍ଦ ହେବାକୁ ଯାଉଛି। ଅସ୍ତ୍ରବିରତି ଲାଗୁ ହେବା ପରେ ମାନବୀୟ ସହାୟତା ସାମଗ୍ରୀ ନେଇ ଆସିଥିବା ପ୍ରଥମ ଟ୍ରକ୍ ପାଲେଷ୍ଟିନୀୟ ଅଞ୍ଚଳରେ ପ୍ରବେଶ କରିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଆକ୍ରମଣ ସମୟରେ ଘରଦ୍ୱାର ଛାଡ଼ିଥିବା ପାଲେଷ୍ଟିନୀୟମାନେ ନିଜ ଅଞ୍ଚଳକୁ ଫେରିବା ଆରମ୍ଭ କରିଛନ୍ତି। ହଜାର ହଜାର ଲୋକେ ଟେଣ୍ଟ, ପୋଷାକ ଓ ନିଜର ବ୍ୟକ୍ତିଗତ ସାମଗ୍ରୀ ଧରି ଘରକୁ ଫେରୁଥିବା ଦେଖାଯାଇଛି। ତେବେ ଅଧିକାଂଶଙ୍କ ଘର ମାଟିରେ ମିଶି ଯାଇଥିବାରୁ ସେମାନେ ନିରାଶ ହୋଇଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଉତ୍ତର ଗାଜାର କେତେଜଣ ସବୁକିଛି ହରାଇଥିବା କହିଛନ୍ତି।
The post ଗାଜାରେ ଯୁଦ୍ଧବିରତି: ଚୁକ୍ତି ଅନୁଯାୟୀ ୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍ appeared first on Dharitri Odia News.