ହଂକଂର ‘କଫିନ ହାଉସ’, ଯେଉଁଠି ପିଞ୍ଜରାରେ ରୁହନ୍ତି ଲୋକ
ଦୁନିଆରେ ଏପରି କିଛି ଦେଶ ଅଛି ଯେଉଁଠାରେ ଲୋକମାନେ ଗରିବୀ, ଦାରିଦ୍ର ଭିତରେ ବସବାସ କରୁଛନ୍ତ। କିନ୍ତୁ ଆମେ ଆପଣଙ୍କୁ ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯାହା ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସବୁଠି ଚର୍ଚ୍ଚାରେ ରହୁଥିବାବେଳେ ଏହାର ଏକ ଅନ୍ୟ ଚେହେରା ଆପଣଙ୍କୁ ଚକିତ କରିଦେବ। ଯାହା ଆଜି ବି ଅଛପା ଓ ଅସ୍ପୃଶ୍ୟ ଭାବରେ ରହିଛି। ଆମେ ହଂକଂର ଏପରି ଏକ ଅଛପା ବାସ୍ତବ କାହାଣୀ କହିବାକୁ ଯାଉଛୁ ଯାହା ବିଳାସପୂର୍ଣ୍ଣ ଅଟ୍ଟାଳିକା ଭିତରେ […] The post ହଂକଂର ‘କଫିନ ହାଉସ’, ଯେଉଁଠି ପିଞ୍ଜରାରେ ରୁହନ୍ତି ଲୋକ appeared first on Dharitri Odia News.
ଦୁନିଆରେ ଏପରି କିଛି ଦେଶ ଅଛି ଯେଉଁଠାରେ ଲୋକମାନେ ଗରିବୀ, ଦାରିଦ୍ର ଭିତରେ ବସବାସ କରୁଛନ୍ତ। କିନ୍ତୁ ଆମେ ଆପଣଙ୍କୁ ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯାହା ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସବୁଠି ଚର୍ଚ୍ଚାରେ ରହୁଥିବାବେଳେ ଏହାର ଏକ ଅନ୍ୟ ଚେହେରା ଆପଣଙ୍କୁ ଚକିତ କରିଦେବ। ଯାହା ଆଜି ବି ଅଛପା ଓ ଅସ୍ପୃଶ୍ୟ ଭାବରେ ରହିଛି। ଆମେ ହଂକଂର ଏପରି ଏକ ଅଛପା ବାସ୍ତବ କାହାଣୀ କହିବାକୁ ଯାଉଛୁ ଯାହା ବିଳାସପୂର୍ଣ୍ଣ ଅଟ୍ଟାଳିକା ଭିତରେ ଥିବା ପଞ୍ଜୁରୀ ବିଷୟରେ କହିବ।
ହଂକଂର ଏହିସବୁ ଚିତ୍ରଗୁଡିକ ଦେଖି ଆପଣଙ୍କ ଛାତି ଥରି ଉଠିବ। ହଠାତ୍ ଆପଣ ବିଶ୍ୱାସ କରିପାରିବେନି। ପ୍ରଶ୍ନ କରିପାରନ୍ତି ଏପରି କ’ଣ ମଣିଷ ବସବାସ କରନ୍ତି? ହଁ ଏପରି ହିଁ ଏଠାକାର ଜନତା ଏପରି ଭାବେ ବସବାସ କରୁଛନ୍ତି। ହଂକଂର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭିତରେ ଏପରି ଏକ ଆପାର୍ଟମେଣ୍ଟ ରହିଛି ଯେଉଁଠି ଲୋକମାନେ ପିଞ୍ଜରା, ଜନ୍ତା ଭିତରେ ବସବାସ କରୁଛନ୍ତି। ପଶୁପକ୍ଷୀ ନୁହେଁ ଏମାନେ ମଣିଷ, ହେଲେ ଏମାନେ ପିଞ୍ଜରାରେ ହିଁ ରହିଥାନ୍ତି।
କୌଣସି ଧନୀ ଲୋକ କିମ୍ବା ସାଧାରଣ ମଣିଷ ନୁହନ୍ତି ଏହି ଜନ୍ତା ଗରିବ ଲୋକଙ୍କ ପାଇଁ। ତଥାପି ଏହି ଜନ୍ତା ଖଣ୍ଡିକ କିଣିବା ପାଇଁ ସେମାନଙ୍କୁ ହଜାର ହଜାର ଟଙ୍କା ଦେବାକୁ ପଡେ।
ଦିଲ୍ଲୀ-ମୁମ୍ବାଇରେ, ଆପଣ ଆପାର୍ଟମେଣ୍ଟ ପାଇଁ ୨୦ହଜାର କିମ୍ବା ତା’ଠାରୁ ଅଧିକ ଟଙ୍କା ଦେଉଥିବେ। କିନ୍ତୁ ଏଠାରେ ଏହି ସାମାନ୍ୟ ଜନ୍ତା ପାଇଁ ମାସକୁ ପ୍ରାୟ ୩୨ହଜାର ଟଙ୍କା ଦେବାକୁ ପଡିଥାଏ।
ବସ୍ତିରେ ରହୁଥିବା ଲୋକଙ୍କ ପାଇଁ ଟଙ୍କା ଦେବାକୁ ପଡି ନ ଥାଏ କି କେହି ଅଳ୍ପଟଙ୍କା ମଧ୍ୟ ଭଡା ଦେଇଥାନ୍ତି। କିନ୍ତୁ ଏହି ଲୁହା ତାର ଥିବା ଜନ୍ତା ପାଇଁ ୩୦ହଜାରରୁ ଅଧିକ ଟଙ୍କା ଦେବାକୁ ପଡିଥାଏ। ଏହି ଆପାର୍ଟମେଣ୍ଟକୁ ସଠାରେ କଫିନ ଆପାର୍ଟମେଣ୍ଟ କୁହାଯାଏ। ଗୋଟିଏ ଆପାର୍ଟମେଣ୍ଟ ଭିତରେ ଏଠି ୧୦୦-୧୦୦ ଲେକ ବାଧ୍ୟତାରେ ବସବାସ କରନ୍ତି। ଜନ୍ତା ସହ ଲୋକଙ୍କ ପାଇଁ ଆପାର୍ଟମେଣ୍ଟରେ କେବଳ ୨ଟି ଶୌଚାଳୟ ରହିଛି। ସୋସାଇଟି ଫର କମ୍ୟୁନିଟି ଅର୍ଗାନାଇଜେଶନ ଅନୁଯାୟୀ, ବର୍ତ୍ତମାନ ହଂକଂର ଏଭଳି ଘରେ ଏକ ଲକ୍ଷରୁ ଅଧିକ ଲୋକ ବାସ କରୁଛନ୍ତି। ରୋଷେଇ ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁକିଛି ଏହି ୧୫ବର୍ଗଫୁଟର ଜନ୍ତାରେ କରିବାକୁ ପଡିଥାଏ। ଏଠାରେ ରହୁଥିବା ଅଧିକାଂଶ ଲୋକ ରେଷ୍ଟୁରାଣ୍ଟ କିମ୍ବା ଘରେ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି।
ତେବେ, ଏହିି ଆପାର୍ଟମେଣ୍ଟଗୁଡିକ କେବଳ ହଂକଂରେ ନୁହେଁ, ଦକ୍ଷିଣ କୋରିଆ, ସିଓଲ, ଲସ ଆଞ୍ଜେଲସରେ ମଧ୍ୟ ରହିଛି। ତେବେ ଏହି ଜନ୍ତା ବା ପିଞ୍ଜରାଗୁଡିକ ବଡ ଆକାରର ମିଳି ନ ଥାଏ। ଏଗୁଡିକ ବହୁତ ଛୋଟ ଥାଏ। ଯେଉଁଥିରେ ଲୋକଙ୍କୁ ସାମାନ୍ୟ ଗଦି ପକାଇବାକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।
The post ହଂକଂର ‘କଫିନ ହାଉସ’, ଯେଉଁଠି ପିଞ୍ଜରାରେ ରୁହନ୍ତି ଲୋକ appeared first on Dharitri Odia News.