ବିଲରେ ପଡିଛି ଦୁଇ ଯୁବକଙ୍କ ମୃତଦେହ, ଦୁର୍ଘଟଣା ପରେ ପାଣିରେ ପଡି ମୃତ୍ୟୁ ହୋଇଥିବା ସନ୍ଦେହ

ମୋରଡ଼ା :  ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡା – ଦାନ୍ତିଆମୁହାଁ ରାସ୍ତାରେ ଥିବା ପାରିଆଉଡା ହାତୀଗଳାପୋଲ ବାଙ୍କ ନିକଟ ରାସ୍ତା କଡ ବିଲରେ ପଡିଛି ଦୁଇ ଯୁବକଙ୍କ ମୃତଦେହ। ଦୁଇ ଜଣ ଯୁବକ ବାଇକରେ ଦୁର୍ଘଟଣା ଘଟି ମୃତ୍ୟବରଣ କରିଥିବାର ଜଣାପଡୁଛି, ହେଲେ ଦୁଇ ଯୁବକଙ୍କ ପରିଚୟ ମିଳିପାରିନି। ଆଜି ସକାଳେ ସ୍ଥାନୀୟ ଲୋକମାନେ ପାଣି ଭର୍ତ୍ତି ବିଲ ଭିତରେ ବାଇକ୍‌ ଦେଖିଥିଲେ । ଏହାପରେ ପାଣି ଭିତରେ ଖୋଜାଖୋଜି କରିବାରୁ ଦୁଇ ଯୁବକଙ୍କୁ […]

ବିଲରେ ପଡିଛି ଦୁଇ ଯୁବକଙ୍କ ମୃତଦେହ, ଦୁର୍ଘଟଣା ପରେ ପାଣିରେ ପଡି ମୃତ୍ୟୁ ହୋଇଥିବା ସନ୍ଦେହ
dead bodies of two youths and a bike found in the land

ମୋରଡ଼ା :  ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡା – ଦାନ୍ତିଆମୁହାଁ ରାସ୍ତାରେ ଥିବା ପାରିଆଉଡା ହାତୀଗଳାପୋଲ ବାଙ୍କ ନିକଟ ରାସ୍ତା କଡ ବିଲରେ ପଡିଛି ଦୁଇ ଯୁବକଙ୍କ ମୃତଦେହ। ଦୁଇ ଜଣ ଯୁବକ ବାଇକରେ ଦୁର୍ଘଟଣା ଘଟି ମୃତ୍ୟବରଣ କରିଥିବାର ଜଣାପଡୁଛି, ହେଲେ ଦୁଇ ଯୁବକଙ୍କ ପରିଚୟ ମିଳିପାରିନି।

ଆଜି ସକାଳେ ସ୍ଥାନୀୟ ଲୋକମାନେ ପାଣି ଭର୍ତ୍ତି ବିଲ ଭିତରେ ବାଇକ୍‌ ଦେଖିଥିଲେ । ଏହାପରେ ପାଣି ଭିତରେ ଖୋଜାଖୋଜି କରିବାରୁ ଦୁଇ ଯୁବକଙ୍କୁ ଦେଖିବାକୁ ପାଇଥିଲେ।ସ୍ଥାନୀୟ ଲୋକେ ତୁରନ୍ତ ଏ ନେଇ ପୁଲିସ୍ କୁ ଜଣାଇବା ପରେ ଘଟଣା ସ୍ଥଳରେ ପୁଲିସ ଏବଂ ଦମକଳ ବାହିନୀ ପହଞ୍ଚି ଦୁଇ ଯୁବକଙ୍କୁ ମୃତ ଅବସ୍ଥାରେ ପାଣି ଭିତରୁ ଉଦ୍ଧାର କରିଥିଲେ। ଦୁଇ ଯୁବକଙ୍କ ପରିଚୟ ମିଳିପାରିନି।

ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଦୁଇ ଯୁବକଙ୍କ ବାଇକ୍ ରାସ୍ତା କଡ଼ରେ ଥିବା ଏକ ଖଜୁରୀ ଗଛରେ ଧକ୍କା ହୋଇ ବିଲକୁ ଛିଟିକି ଥାଇପାରେ ବୋଲି ଅନୁମାନ କରାଯାଉଛି। ଓଡ଼ି୧୧ଏଜ୪୭୭୧ ହିରୋ ବାଇକ ରେ ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ବିଲ ତଳକୁ ଖସି ପଡ଼ିବା ପରେ ଦୀର୍ଘ ସମୟ ଧରି ପାଣି ରେ ବୁଡି ରଥିବାରୁ ମୃତ୍ୟ ହୋଇଥିବାର ଜଣାପଡୁଛି। ଘଟଣା ଗତକାଲି ବିଳମ୍ବିତ ରାତିର ବୋଲି ଅନୁମାନ କରାଯାଉଥିବା ବେଳେ ପୁଲିସ୍‌ ଗାଡି ନମ୍ବର ଯାଞ୍ଚ କରି ଦୁଇ ମୃତକଙ୍କ ପରିଚୟ ପାଇବାକୁ ଚେଷ୍ଟା କରୁଛି।