ଦୋକାନ ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ଖଲ୍ଲିକୋଟ : ରାକ୍ଷୀ ପର୍ଣ୍ଣିମାରେ ଘଟିଛି ଅଭାବନୀୟ ଘଟଣା । ଦୋକାନ ଭିତରୁ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ତ୍ରୀଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ସ୍ୱାମୀଙ୍କର ମୃତଦେହ ତଳେ ପଡିଥିବାର ଦେଖାଯାଇଥିଲା । ଏଭଳି ଘଟଣା ଘଟିଛି ଗଞ୍ଜାମ ୧୬ ନମ୍ବର ଜାତୀୟ ରାଜପଥ ଲଙ୍ଗଳେଶ୍ୱର କଳାଝରନଇ ନିକଟରେ । ମୃତକ ହେଲେ ଦିଲ୍ଲୀପ ଦଳେଇ ଏବଂ ରଶ୍ମିତା ଦଳେଇ । ଉଭୟ ଦମ୍ପତିଙ୍କର ୨ ଛୋଟ ପିଲା ଅଛନ୍ତି । […]

ଖଲ୍ଲିକୋଟ : ରାକ୍ଷୀ ପର୍ଣ୍ଣିମାରେ ଘଟିଛି ଅଭାବନୀୟ ଘଟଣା । ଦୋକାନ ଭିତରୁ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ତ୍ରୀଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ସ୍ୱାମୀଙ୍କର ମୃତଦେହ ତଳେ ପଡିଥିବାର ଦେଖାଯାଇଥିଲା । ଏଭଳି ଘଟଣା ଘଟିଛି ଗଞ୍ଜାମ ୧୬ ନମ୍ବର ଜାତୀୟ ରାଜପଥ ଲଙ୍ଗଳେଶ୍ୱର କଳାଝରନଇ ନିକଟରେ । ମୃତକ ହେଲେ ଦିଲ୍ଲୀପ ଦଳେଇ ଏବଂ ରଶ୍ମିତା ଦଳେଇ । ଉଭୟ ଦମ୍ପତିଙ୍କର ୨ ଛୋଟ ପିଲା ଅଛନ୍ତି । ସ୍ୱାମୀ ସେଠାରେ ଏକ ଚା ଦୋକାନ କରିଥିବାବେଳେ ସ୍ତ୍ରୀ କୃଷି ମିତ୍ର ଭାବରେ କାର୍ଯ୍ୟ କରୁଥିଲେ । ପ୍ରାଥମିକ ଭାବରେ ଋଣଭାର ଯୋଗୁଁ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହାର କାରଣ ବି ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।