ଯୁବ ସାମ୍ବାଦିକ ହିରଣ୍ୟ ବେହେରାଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ ।

କଳାହାଣ୍ଡି:୦୯/୧୧ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଯୁବ ସାମ୍ବାଦିକ ହିରଣ୍ୟ ବେହେରାଙ୍କୁ ମର୍ଯ୍ୟାଦାଜନକ ‘ଦେବଗିରି ବାର୍ତ୍ତା ସମ୍ମାନ-୨୦୨୪’ ପ୍ରଦାନ କରାଯିବ। କୋକସରା ବ୍ଲକ ଅନ୍ତର୍ଗତ କୁସୁମଖୁଣ୍ଟିର ଯଶୋଦା ବେହେରା ଓ ଯୋଗିନ୍ଦ୍ର ବେହେରାଙ୍କ ସୁପୁତ୍ର ହିରଣ୍ୟ ୨୦୧୭ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଆ ବାର୍ତ୍ତାର କୋକସରା ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟରତ। ଏହାସହ ହିରାଞ୍ଚଳ ଖବର କାଗଜର ପ୍ରତିନିଧି ଭାବେ ଜନତାଙ୍କ ସ୍ବରକୁ ପ୍ରଶାସନ ପାଖରେ ପ୍ରଭାବି ଢଙ୍ଗରେ ଉପସ୍ଥାପନ କରି ଆସୁଛନ୍ତି। ଉତ୍କୃଷ୍ଟ ମାନର ସମ୍ବାଦ […] The post ଯୁବ ସାମ୍ବାଦିକ ହିରଣ୍ୟ ବେହେରାଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ । appeared first on Odisha.News.

ଯୁବ ସାମ୍ବାଦିକ ହିରଣ୍ୟ ବେହେରାଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ ।

କଳାହାଣ୍ଡି:୦୯/୧୧
ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଯୁବ ସାମ୍ବାଦିକ ହିରଣ୍ୟ ବେହେରାଙ୍କୁ ମର୍ଯ୍ୟାଦାଜନକ ‘ଦେବଗିରି ବାର୍ତ୍ତା ସମ୍ମାନ-୨୦୨୪’ ପ୍ରଦାନ କରାଯିବ। କୋକସରା ବ୍ଲକ ଅନ୍ତର୍ଗତ କୁସୁମଖୁଣ୍ଟିର ଯଶୋଦା ବେହେରା ଓ ଯୋଗିନ୍ଦ୍ର ବେହେରାଙ୍କ ସୁପୁତ୍ର ହିରଣ୍ୟ ୨୦୧୭ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଆ ବାର୍ତ୍ତାର କୋକସରା ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟରତ। ଏହାସହ ହିରାଞ୍ଚଳ ଖବର କାଗଜର ପ୍ରତିନିଧି ଭାବେ ଜନତାଙ୍କ ସ୍ବରକୁ ପ୍ରଶାସନ ପାଖରେ ପ୍ରଭାବି ଢଙ୍ଗରେ ଉପସ୍ଥାପନ କରି ଆସୁଛନ୍ତି। ଉତ୍କୃଷ୍ଟ ମାନର ସମ୍ବାଦ ସହ ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳର ଖବର ପରିବେଷଣ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି। ଏହାସହ ଜଣେ ଯୁବ ସଂଗଠକ ଭାବେ ସେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ହୋଇ ଆସୁଛନ୍ତି। ଆସନ୍ତା ନଭେମ୍ବର ୧୩ରୁ ୧୫ ତାରିଖ ଯାଏଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦରଠାରେ ହେବାକୁ ଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ଗୋସିଙ୍ଗ ଦୈତ୍ୟ ଦରବାରରେ ଶ୍ରୀ ବେହେରାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

The post ଯୁବ ସାମ୍ବାଦିକ ହିରଣ୍ୟ ବେହେରାଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ । appeared first on Odisha.News.