କାଉଡୋଳା ଗ୍ରାମ ରେ ଷୋହଳ ପ୍ରହାର ଅଖଣ୍ଡ ନାମଯଜ୍ଞ ଉପଲକ୍ଷେ ଅଧିବାସ ସହ କଳସ ଯାତ୍ରା ।

କଳାହାଣ୍ଡି:୨୭/୧୧ କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ସରାବୁ ପଡା ରେ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଅଧିବାସ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂଜାକର୍ତ୍ତା ଭାବେ ରଜନୀକାନ୍ତ ସରାବୁ ପତ୍ନୀ ପାଞ୍ଚାଳି ସରାବୁ ପୂଜାବିଧି ତୁଲାଇବେ। ବୁଧବାର ଏହି ଅବସରରେ ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ମହିଳା,ଯୁବତୀ ମାନେ କଳସ ଧାରଣ କରି ପୂଜା ମଣ୍ଡପ ରେ ପହଞ୍ଚି ଏକ ଭବ୍ୟ ଭକ୍ତିମୟ ପରିବେଶ ମଧ୍ୟରେ ସଂକୀର୍ତ୍ତନ […] The post କାଉଡୋଳା ଗ୍ରାମ ରେ ଷୋହଳ ପ୍ରହାର ଅଖଣ୍ଡ ନାମଯଜ୍ଞ ଉପଲକ୍ଷେ ଅଧିବାସ ସହ କଳସ ଯାତ୍ରା । appeared first on Odisha.News.

କାଉଡୋଳା ଗ୍ରାମ ରେ ଷୋହଳ ପ୍ରହାର ଅଖଣ୍ଡ ନାମଯଜ୍ଞ ଉପଲକ୍ଷେ ଅଧିବାସ ସହ କଳସ ଯାତ୍ରା ।

କଳାହାଣ୍ଡି:୨୭/୧୧
କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ସରାବୁ ପଡା ରେ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଅଧିବାସ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂଜାକର୍ତ୍ତା ଭାବେ ରଜନୀକାନ୍ତ ସରାବୁ ପତ୍ନୀ ପାଞ୍ଚାଳି ସରାବୁ ପୂଜାବିଧି ତୁଲାଇବେ। ବୁଧବାର ଏହି ଅବସରରେ ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ମହିଳା,ଯୁବତୀ ମାନେ କଳସ ଧାରଣ କରି ପୂଜା ମଣ୍ଡପ ରେ ପହଞ୍ଚି ଏକ ଭବ୍ୟ ଭକ୍ତିମୟ ପରିବେଶ ମଧ୍ୟରେ ସଂକୀର୍ତ୍ତନ ଦଳ ସହିତ ନଗର ପରିକ୍ରମା ପୂର୍ବକ ନଦୀ ରୁ ପବିତ୍ର ଜଳ ନେଇ ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ। ଗୁରୁବାର ସକାଳ ରୁ ନାମ ଆରମ୍ଭ ହୋଇ ଶନିବାର ସକାଳ ରେ ନାମ ସମାପନ ଓ ଦହିହାଣ୍ଡି ଭଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ମୋର ୮ ଗୋଟି ସଂକୀର୍ତ୍ତନ ଦଳ ଏହି ଅଖଣ୍ଡ ନାମଯଜ୍ଞ ରେ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି। ଷୋହଳ ପ୍ରହର ନାମଯଜ୍ଞ ପାଇଁ କାଉଡୋଳା ଗ୍ରାମ ରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି।

The post କାଉଡୋଳା ଗ୍ରାମ ରେ ଷୋହଳ ପ୍ରହାର ଅଖଣ୍ଡ ନାମଯଜ୍ଞ ଉପଲକ୍ଷେ ଅଧିବାସ ସହ କଳସ ଯାତ୍ରା । appeared first on Odisha.News.