Anti-Drone Technology: ଶ୍ରୀମନ୍ଦିର ସୁରକ୍ଷାକୁ ନୂଆ ବଳ, ଏଣିକି ଡ୍ରୋନ ଉଡିଲେ ଧାଏଁ କରି ଖସାଇବ ଆଣ୍ଟି ଡ୍ରୋନ ଟେକ୍ନୋଲୋଜି
ଶ୍ରୀମନ୍ଦିର ସୁରକ୍ଷାରେ ଆଗେ ରକ୍ଷକ ଭେଇକିଲ୍ ମୁତୟନ ହେଲା ତ ଏବେ ଲାଗିବ ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି । ପୋଲିସ ବିଭାଗ ସହ ଏନେଇ ଆଲୋଚନା ବି କରିଛି ଆଇନ୍ ବିଭାଗ । ଭାରତ-ପାକିସ୍ତାନ ଉତ୍ତେଜନାତ୍ମକ ସ୍ଥିତିରେ ଆତଙ୍କୀ ଆକ୍ରମଣ ଡର ହେଉ ବା ପାକ୍ ଗୁପ୍ତଚର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଭିଡିଓ ଉତ୍ତୋଳନ କରିବା ଘଟଣା, ଏସବୁ ରୋକିବାକୁ ରାଜ୍ୟ ସରକାର ସଜାଗ ହୋଇ ପଡ଼ିଛନ୍ତି।