ଘର ଭଡା ପାଇଁ ଦେବାକୁ ପଡୁଛି ଇଣ୍ଟରଭ୍ୟୁ, ପ୍ରଶ୍ନ UPSC ଠୁ ବି କଠିନ

ବେଙ୍ଗାଲୁର,୭।୨: ଭଡା ନେବା ପୂର୍ବରୁ ପ୍ରଥମେ ଘର ଦେଖିବା ପରେ ପସନ୍ଦ ଆସିଲେ ଆପଣ ଘର ମାଲିକଙ୍କୁ ଟଙ୍କା ଦେଇ କଥା ଫଇସଲା କରିଥା’ନ୍ତି। କିନ୍ତୁ ଘର ପାଇଁ ଯଦି ଆପଣଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ପଡେ? ଏପରି ଘଟଣା ଘଟିଛି ଦେଶର ସିଲିକନ ଭ୍ୟାଲି କୁହାଯାଉଥିବା ବେଙ୍ଗାଲୁରରେ। ଜଣେ ୟୁଜର୍ସ ସୋସିଆଲ ମିଡିଆ ଏକ୍ସରେ ନିଜ ଇଣ୍ଟରଭ୍ୟୁ କଥା ବଖାଣିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଇସୁ ନାମକ ପ୍ରୋଫାଇଲରେ ଏକ ହ୍ବାଟସଅପ ସ୍କ୍ରିନସଟ୍‌ ସେୟାର କରାଯାଇଛି। ଇସୁ […] The post ଘର ଭଡା ପାଇଁ ଦେବାକୁ ପଡୁଛି ଇଣ୍ଟରଭ୍ୟୁ, ପ୍ରଶ୍ନ UPSC ଠୁ ବି କଠିନ appeared first on Dharitri Odia News.

ଘର ଭଡା ପାଇଁ ଦେବାକୁ ପଡୁଛି ଇଣ୍ଟରଭ୍ୟୁ, ପ୍ରଶ୍ନ UPSC ଠୁ ବି କଠିନ

ବେଙ୍ଗାଲୁର,୭।୨: ଭଡା ନେବା ପୂର୍ବରୁ ପ୍ରଥମେ ଘର ଦେଖିବା ପରେ ପସନ୍ଦ ଆସିଲେ ଆପଣ ଘର ମାଲିକଙ୍କୁ ଟଙ୍କା ଦେଇ କଥା ଫଇସଲା କରିଥା’ନ୍ତି। କିନ୍ତୁ ଘର ପାଇଁ ଯଦି ଆପଣଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ପଡେ? ଏପରି ଘଟଣା ଘଟିଛି ଦେଶର ସିଲିକନ ଭ୍ୟାଲି କୁହାଯାଉଥିବା ବେଙ୍ଗାଲୁରରେ। ଜଣେ ୟୁଜର୍ସ ସୋସିଆଲ ମିଡିଆ ଏକ୍ସରେ ନିଜ ଇଣ୍ଟରଭ୍ୟୁ କଥା ବଖାଣିଛନ୍ତି।
ସୋସିଆଲ ମିଡିଆ ଏକ୍ସରେ ଇସୁ ନାମକ ପ୍ରୋଫାଇଲରେ ଏକ ହ୍ବାଟସଅପ ସ୍କ୍ରିନସଟ୍‌ ସେୟାର କରାଯାଇଛି। ଇସୁ ପୋଷ୍ଟରେ କହିଛନ୍ତି, ଘର ପାଇଁ ତାଙ୍କୁ ଏକ ଇଣ୍ଟରଭ୍ୟୁର ସାମ୍ନା କରିବାକୁ ପଡିଛି। ଘର ମାଲିକଙ୍କ ତରଫରୁ ଇସୁଙ୍କୁ ଏକ ହ୍ବାଟସଅପ ମେସେଜ ଆସିଥିଲା। ସେଥିରେ ମାଲିକ କହିଛନ୍ତି, ଆଜି ଆପଣଙ୍କୁ ଭେଟି ଖୁସି ଲାଗିଲା। ତେବେ ସାକ୍ଷାତ ସମୟରେ ମୁଁ କହିଥିଲି, ଯେଉଁମାନେ ଏହି ଘରର ମାଲିକାନାକୁ ନିଜର କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ମୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରୁଛି।
ମୁଁ ଠିକ୍‌ କରିସାରିଛି। କିଏ ଏହି ଘରର ସଠିକ୍‌ ଭାବେ ଧ୍ୟାନ ରଖିପାରିବ। ଏଥିପାଇଁ ଗୋଟିଏ ସର୍ଟଲିଷ୍ଟ ପ୍ରସ୍ତୁତ କରିଛି। ଯେଉଁଥିରେ ଆପଣଙ୍କ ନମ୍ବର ପ୍ରଥମରେ ରହିଛି। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ମାନିବାକୁ ପଡିବ ବୋଲି ଘରର ମାଲିକ କହିଛନ୍ତି।
ତେବେ ଏହି ପୋଷ୍ଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, ଇଏ ୟୁପିଏସସି ଇଣ୍ଟରଭ୍ୟୁ ଠାରୁ ମଧ୍ୟ କଠିନ। ଆଉ ଜଣେ ୟୁଜର୍ସ ଇସୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କମେଣ୍ଟରେ ଇସୁ ସେହି ଘରକୁ ରିଜେକ୍ଟ କରିଥିବା ଉଲ୍ଲେଖ କରିଛନ୍ତି।

The post ଘର ଭଡା ପାଇଁ ଦେବାକୁ ପଡୁଛି ଇଣ୍ଟରଭ୍ୟୁ, ପ୍ରଶ୍ନ UPSC ଠୁ ବି କଠିନ appeared first on Dharitri Odia News.