ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର

ଟୋକିଓ,୧୧।୧୦: ଜାପାନର ସଂଗଠନ ନିହୋନ ହିଡାନକିୟୋକୁ ୨୦୨୪ର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ଆଣବିକ ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଯତ୍ନ ସୁନିଶ୍ଚିତ କରେ (ହିବାକୁଶା ନାମରେ ମଧ୍ୟ ଜଣାଶୁଣା)। ଏହି ଜାପାନୀ ସଂଗଠନ ସେହି କଥା ଉପରେ ଧ୍ୟାନ ରଖି କାର୍ଯ୍ୟ କରୁଛି ଯେ ପରମାଣୁ ଅସ୍ତ୍ର ଆଉ ବ୍ୟବହାର କରାଯିବା ଉଚିତ ନୁହେଁ। ୧୯୫୬ ମସିହାରେ ଜାପାନର ସଂଗଠନ ନିହୋନ ହିଡାନକିୟୋ ଗଠନ କରାଯାଇଥିଲା, ଯାହାର […] The post ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର appeared first on Dharitri Odia News.

ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର

ଟୋକିଓ,୧୧।୧୦: ଜାପାନର ସଂଗଠନ ନିହୋନ ହିଡାନକିୟୋକୁ ୨୦୨୪ର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ଆଣବିକ ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଯତ୍ନ ସୁନିଶ୍ଚିତ କରେ (ହିବାକୁଶା ନାମରେ ମଧ୍ୟ ଜଣାଶୁଣା)। ଏହି ଜାପାନୀ ସଂଗଠନ ସେହି କଥା ଉପରେ ଧ୍ୟାନ ରଖି କାର୍ଯ୍ୟ କରୁଛି ଯେ ପରମାଣୁ ଅସ୍ତ୍ର ଆଉ ବ୍ୟବହାର କରାଯିବା ଉଚିତ ନୁହେଁ।

୧୯୫୬ ମସିହାରେ ଜାପାନର ସଂଗଠନ ନିହୋନ ହିଡାନକିୟୋ ଗଠନ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି ଆଣବିକ ଅସ୍ତ୍ର ଦ୍ୱାରା ହୋଇଥିବା କ୍ଷତି ବିଷୟରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବା। ଆଣବିକ ଅସ୍ତ୍ର ବିରୋଧରେ ସ୍ବର ଉତ୍ତୋଳନ କରିଥିବାରୁ ନୋବେଲ କମିଟି ନିହୋନ ହିଡାନକିୟୋଙ୍କୁ ପ୍ରଶଂସା କରିଥିଲେ।
ଆସନ୍ତା ବର୍ଷ ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ବୋମା ପକାଇବାର ୮୦ ବର୍ଷ ପୂରଣ ହେବ, ଯେଉଁଥିରେ ପ୍ରାୟ ୧ ଲକ୍ଷ ୨୦ହଜାର ଲୋକ ମୃତ୍ୟୁ ବରଣ କରିଛନ୍ତି। ପରବର୍ତ୍ତୀ ବର୍ଷଗୁଡିକରେ, ଆଘାତ ଏବଂ ବିକିରଣର ସଂସ୍ପର୍ଶରେ ଆସି ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ନୋବେଲ କମିଟି କହିଛି ଯେ ନିହୋନ ହିଡାନକିୟୋଙ୍କୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନରେ ଆମେ ସେହି ସମସ୍ତ ବଞ୍ଚିଥିବା ଲୋକଙ୍କୁ ସମ୍ମାନିତ କରିବାକୁ ଚାହୁଁଛୁ, ଯେଉଁମାନେ ଯନ୍ତ୍ରଣାଦାୟକ ସ୍ମୃତି ସତ୍ତ୍ୱେ ଶାନ୍ତି ବାଛିଥିଲେ।

ନରୱେ ନୋବେଲ କମିଟି ଚଳିତ ବର୍ଷ ଶାନ୍ତି ପୁରସ୍କାର ପାଇଁ ମୋଟ ୨୮୬ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରିଥିଲା, ସେଥିମଧ୍ୟରୁ ୮୯ ଟି ସଂଗଠନ ଥିଲା। ୨୦୨୩ରେ ଇରାନର ସାମ୍ବାଦିକ ତଥା ମାନବାଧିକାର କର୍ମୀ ନର୍ଗିସ ମହମ୍ମଦଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଇରାନରେ ତାଙ୍କ ସଂଗଠନ ଡିଫେଣ୍ଡର ଅଫ ମାନବ ଅଧିକାର କେନ୍ଦ୍ର ଉପରେ ପ୍ରତିବନ୍ଧକ ଲଗାଯାଇଛି।

The post ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର appeared first on Dharitri Odia News.