ଆଉ ୨ଦିନ ପରେ ଯୁଦ୍ଧ? ବ୍ରିଟେନ ସହ କଥା ହେଲା ପାକିସ୍ତାନ…

ଇସଲାମବାଦ,୧୬।୫: ଆତଙ୍କବାଦୀଙ୍କ ସ୍ବର୍ଗ ପାକିସ୍ତାନ ଭାରତଠାରୁ ପରାଜୟର ସମ୍ମୁଖୀନ ହେବା ପରେ, ପାକ୍‌ ଏବେ ଶାନ୍ତି ଚୁକ୍ତି ପାଇଁ ନିବେଦନ କରୁଛି। ଏହି ସମୟରେ, ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇସାକ ଦାର ଶୁକ୍ରବାର ଇସଲାମାବାଦରେ ବ୍ରିଟିଶ ବୈଦେଶିକ ସଚିବ ଡେଭିଡ ଲାମିଙ୍କୁ ଭେଟିଛନ୍ତି। ଦୁଇ ନେତା ପାକିସ୍ତାନ-ଭାରତ ଯୁଦ୍ଧବିରତି ସମେତ ଆଞ୍ଚଳିକ ବିକାଶ ଉପରେ ଆଲୋଚନା କରିଛନ୍ତି। ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ ସମ୍ପର୍କକୁ ମଜବୁତ କରିବା ଉପରେ ଆଲୋଚନା କରିଥିଲେ। ଇଶାକ ଦାର […] The post ଆଉ ୨ଦିନ ପରେ ଯୁଦ୍ଧ? ବ୍ରିଟେନ ସହ କଥା ହେଲା ପାକିସ୍ତାନ… appeared first on Dharitri Odia News.

ଆଉ ୨ଦିନ ପରେ ଯୁଦ୍ଧ? ବ୍ରିଟେନ ସହ କଥା ହେଲା ପାକିସ୍ତାନ…

ଇସଲାମବାଦ,୧୬।୫: ଆତଙ୍କବାଦୀଙ୍କ ସ୍ବର୍ଗ ପାକିସ୍ତାନ ଭାରତଠାରୁ ପରାଜୟର ସମ୍ମୁଖୀନ ହେବା ପରେ, ପାକ୍‌ ଏବେ ଶାନ୍ତି ଚୁକ୍ତି ପାଇଁ ନିବେଦନ କରୁଛି। ଏହି ସମୟରେ, ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇସାକ ଦାର ଶୁକ୍ରବାର ଇସଲାମାବାଦରେ ବ୍ରିଟିଶ ବୈଦେଶିକ ସଚିବ ଡେଭିଡ ଲାମିଙ୍କୁ ଭେଟିଛନ୍ତି। ଦୁଇ ନେତା ପାକିସ୍ତାନ-ଭାରତ ଯୁଦ୍ଧବିରତି ସମେତ ଆଞ୍ଚଳିକ ବିକାଶ ଉପରେ ଆଲୋଚନା କରିଛନ୍ତି।

ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ ସମ୍ପର୍କକୁ ମଜବୁତ କରିବା ଉପରେ ଆଲୋଚନା କରିଥିଲେ। ଇଶାକ ଦାର ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ବାଣିଜ୍ୟିକ ସହଯୋଗ ବୃଦ୍ଧି କରିବା ଉପରେ ମଧ୍ୟ ଆଲୋଚନା ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମେ ୧୫ରେ ଭାରତ ସହିତ ଶାନ୍ତି ଆଲୋଚନା କରିବାକୁ ଚାହୁଁଛନ୍ତି। ସେହିପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଅନେକ ଥର ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ସହିତ ଆଲୋଚନା କେବଳ ଆତଙ୍କବାଦ ଏବଂ ପିଓକେ ଉପରେ ହେବ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ଅଲ ଜାଜିରାକୁ ଦେଇଥିବା ଏକ ସାକ୍ଷାତକାରରେ ପାକିସ୍ତାନ ଯୁଦ୍ଧବିରତି ପାଇଁ ଆମେରିକା ସହିତ ଯୋଗାଯୋଗ କରିଥିବା କଥାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ଭାରତ ଆମେରିକା ସହିତ ଯୋଗାଯୋଗ କରିଛି କି ନାହିଁ ତାହା ସେ ଜାଣିନାହାଁନ୍ତି। ଇଶାକ ଦାର କହିଛନ୍ତି ଯେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ନେତୃତ୍ୱରେ ଆମର ବନ୍ଧୁ ଦେଶଗୁଡ଼ିକ ଆମ ସହିତ ଯୋଗାଯୋଗ କରୁଛନ୍ତି।

ଅପରେସନ ସିନ୍ଦୂର ଅଧୀନରେ, ଭାରତୀୟ ସେନା ପାକିସ୍ତାନରେ ପ୍ରବେଶ କରି ଏପରି ଏକ ବାର୍ତ୍ତା ଦେଇଛି ଯେ ପଡ଼ୋଶୀ ଦେଶ ଏହାକୁ ଶତାବ୍ଦୀ ଧରି ଭୁଲିପାରିବ ନାହିଁ। ପାକିସ୍ତାନ ସରକାର ନିଜ ଲୋକଙ୍କୁ ଖୁସି କରିବା ପାଇଁ ଭାରତ ବରୋଧରେ ଅନେକ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ଭାରତ ସରକାର ଇଣ୍ଟରନେଟରେ ପାକିସ୍ତାନ ଦ୍ୱାରା ପ୍ରସାରିତ ପ୍ରଚାରର ନିରନ୍ତର ପର୍ଦ୍ଦାଫାସ କରୁଛନ୍ତି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର (୧୫ ମଇ, ୨୦୨୫) ଭାରତ-ପାକିସ୍ତାନ ଯୁଦ୍ଧବିରତି ମଧ୍ୟସ୍ଥତା କରିବାର ତାଙ୍କର ପୂର୍ବ ଦାବିରୁ ଓହରି ଯାଇ କହିଛନ୍ତି ଯେ ସେ ଦୁଇ ଦେଶକୁ ଶାନ୍ତ କରିବାରେ ସାହାଯ୍ୟ କରିଛନ୍ତି।

The post ଆଉ ୨ଦିନ ପରେ ଯୁଦ୍ଧ? ବ୍ରିଟେନ ସହ କଥା ହେଲା ପାକିସ୍ତାନ… appeared first on Dharitri Odia News.