ବର୍ତ୍ତମାନ ସମୟରେ ଦୁନିଆର ୨ ସର୍ବଶ୍ରେଷ୍ଠ ଲେଗ୍‌ ସ୍ପିନର କିଏ? ଇମରାନ ତାହିର କହିଲେ…

ନୂଆଦିଲ୍ଲୀ,୧୦।୧: ଦକ୍ଷିଣ ଆଫ୍ରିକା ପୂର୍ବତନ ସ୍ପିନର୍‌ ଇମରାନ୍‌ ତାହିର ବିଶ୍ୱର ୨ ସର୍ବଶ୍ରେଷ୍ଠ ସ୍ପିନରଙ୍କୁ ନେଇ ନିଜର ରାୟ ଦେଇଛନ୍ତି। ଭାରତର କୁଲଦୀପ ଯାଦବ ଏବଂ ଦକ୍ଷିଣ ଆଫ୍ରିକା ତବରେଜ ଶମ୍‌ସିଙ୍କୁ ସେ ଶ୍ରେଷ୍ଠ ବୋଲି ବାଛିଛନ୍ତି। ପିଟିଆଇ ସହ ସାକ୍ଷାତକାରରେ ତାହିର କହିଛନ୍ତି, ‘ମୋତେ ଲାଗୁନାହିଁ ଯେ ଯୁଜବେନ୍ଦ୍ର ଚହଲଙ୍କୁ ଖରାପ ଫର୍ମକୁ ନେଇ ବାହାର କରାଯାଇଛି। ସେ ଭଲ ବୋଲିଂ କରୁଛନ୍ତି। ହେଲେ କୁଲଦୀପ ଜବରଦସ୍ତ ଫର୍ମରେ ଅଛନ୍ତି। ସେ ରବିନ୍ଦ୍ର ଜାଡେଜାଙ୍କ ସହ […] The post ବର୍ତ୍ତମାନ ସମୟରେ ଦୁନିଆର ୨ ସର୍ବଶ୍ରେଷ୍ଠ ଲେଗ୍‌ ସ୍ପିନର କିଏ? ଇମରାନ ତାହିର କହିଲେ… appeared first on Dharitri Odia News.

ବର୍ତ୍ତମାନ ସମୟରେ ଦୁନିଆର ୨ ସର୍ବଶ୍ରେଷ୍ଠ ଲେଗ୍‌ ସ୍ପିନର କିଏ? ଇମରାନ ତାହିର କହିଲେ…

ନୂଆଦିଲ୍ଲୀ,୧୦।୧: ଦକ୍ଷିଣ ଆଫ୍ରିକା ପୂର୍ବତନ ସ୍ପିନର୍‌ ଇମରାନ୍‌ ତାହିର ବିଶ୍ୱର ୨ ସର୍ବଶ୍ରେଷ୍ଠ ସ୍ପିନରଙ୍କୁ ନେଇ ନିଜର ରାୟ ଦେଇଛନ୍ତି। ଭାରତର କୁଲଦୀପ ଯାଦବ ଏବଂ ଦକ୍ଷିଣ ଆଫ୍ରିକା ତବରେଜ ଶମ୍‌ସିଙ୍କୁ ସେ ଶ୍ରେଷ୍ଠ ବୋଲି ବାଛିଛନ୍ତି।

ପିଟିଆଇ ସହ ସାକ୍ଷାତକାରରେ ତାହିର କହିଛନ୍ତି, ‘ମୋତେ ଲାଗୁନାହିଁ ଯେ ଯୁଜବେନ୍ଦ୍ର ଚହଲଙ୍କୁ ଖରାପ ଫର୍ମକୁ ନେଇ ବାହାର କରାଯାଇଛି। ସେ ଭଲ ବୋଲିଂ କରୁଛନ୍ତି। ହେଲେ କୁଲଦୀପ ଜବରଦସ୍ତ ଫର୍ମରେ ଅଛନ୍ତି। ସେ ରବିନ୍ଦ୍ର ଜାଡେଜାଙ୍କ ସହ ବୋଲିଂରେ ଭଲ ତାଳମେଳ ରଖି ଆସୁଛନ୍ତି। ହେଲେ ମୁଁ କହିବି ଯେ କୁଲଦୀପ ଦୁନିଆର ସର୍ବଶ୍ରେଷ୍ଠ ଲେଗ୍‌ ସ୍ପିନରଙ୍କ ମଧ୍ୟରୁ ଜଣେ। ସେ ଗତ ବର୍ଷ ଏବଂ ତା ପୂର୍ବରୁ ଯେଉଁ ଉପଲବ୍ଧି ହାସଲ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ। ବୋଲି ସେ କହିଛନ୍ତି।

The post ବର୍ତ୍ତମାନ ସମୟରେ ଦୁନିଆର ୨ ସର୍ବଶ୍ରେଷ୍ଠ ଲେଗ୍‌ ସ୍ପିନର କିଏ? ଇମରାନ ତାହିର କହିଲେ… appeared first on Dharitri Odia News.