ବାଇକ୍‌କୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌: ଦୁଇ ବିଆର୍‌ସି ଗୁରୁତର

ରୁପ୍ରାରୋଡ,୭।୬(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲା ଥାନା ବୁଢିପଦର-ଶବରପଡ଼ା ତାରିଣୀ ମନ୍ଦିର ଛକ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଅଣ୍ଡା ବୋଝେଇ ପିକଅପ୍‌ ଭ୍ୟାନ୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ଗୁଲଭେଲା ବିଆର୍‌ସି ପ୍ରଦ୍ୟୁମ୍ନ ଭୋଇ ଏବଂ ଟିଟିଲାଗଡ଼ ବିଆରସି ପ୍ରକାଶ ଚନ୍ଦ୍ର ଡାକୁଆ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ବିଆର୍‌ସି ପ୍ରଦ୍ୟୁମ୍ନ ଏବଂ ପ୍ରକାଶ ନିଜ କର୍ମ କ୍ଷେତ୍ରକୁ ଏକ ବାଇକ୍‌ ଯୋଗେ ଯାଉଥିବା ବେଳେ ଏକ ଅଣ୍ଡା ବୋଝେଇ ପିକଅପ୍‌ […] The post ବାଇକ୍‌କୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌: ଦୁଇ ବିଆର୍‌ସି ଗୁରୁତର appeared first on Dharitri Odia News.

ବାଇକ୍‌କୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌: ଦୁଇ ବିଆର୍‌ସି ଗୁରୁତର

ରୁପ୍ରାରୋଡ,୭।୬(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲା ଥାନା ବୁଢିପଦର-ଶବରପଡ଼ା ତାରିଣୀ ମନ୍ଦିର ଛକ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଅଣ୍ଡା ବୋଝେଇ ପିକଅପ୍‌ ଭ୍ୟାନ୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ଗୁଲଭେଲା ବିଆର୍‌ସି ପ୍ରଦ୍ୟୁମ୍ନ ଭୋଇ ଏବଂ ଟିଟିଲାଗଡ଼ ବିଆରସି ପ୍ରକାଶ ଚନ୍ଦ୍ର ଡାକୁଆ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ବିଆର୍‌ସି ପ୍ରଦ୍ୟୁମ୍ନ ଏବଂ ପ୍ରକାଶ ନିଜ କର୍ମ କ୍ଷେତ୍ରକୁ ଏକ ବାଇକ୍‌ ଯୋଗେ ଯାଉଥିବା ବେଳେ ଏକ ଅଣ୍ଡା ବୋଝେଇ ପିକଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଫଳରେ ବିଆର୍‌ସି ପ୍ରଦ୍ୟୁମ୍ନଙ୍କ ବାମ ଗୋଡ ଆଣ୍ଠୁ ହାଡ଼ ଭାଙ୍ଗି ଯାଇଛି। ସେହିଭଳି ପ୍ରକାଶଙ୍କ ଗୋଡ଼ ମଧ୍ୟ ଭାଙ୍ଗି ଯାଇଛି।

ଘଟଣାସ୍ଥଳରେ ବୁଢିପଦର ଓ ଶବରପଡାର ଯୁବକମାନେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ପ୍ରଥମେ ନର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି।

The post ବାଇକ୍‌କୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌: ଦୁଇ ବିଆର୍‌ସି ଗୁରୁତର appeared first on Dharitri Odia News.