ଦୁର୍ଗମ ଅଞ୍ଚଳରେ ବିକାଶ କୁ ପ୍ରାଥମିକତା, ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଲେ ବିଡ଼ିଓ

ରାଇକିଆ,୩।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବିଡିଓ ସବ୍ୟସାଚୀ ସାହୁ ବ୍ଲକର ବିଭିନ୍ନ ଅପହଞ୍ଚ ଇଲାକାରେ ପହଞ୍ଚି ଉନ୍ନୟନ କାର୍ଯ୍ୟ ତଦାରଖ କରୁଛନ୍ତି । ବିଶେଷ କରି କରଡ଼ା, ଇନ୍ଦ୍ରଗଡ଼, ରଣବା ଭଳି ଦୁର୍ଗମ ପଞ୍ଚାୟତର ଆଭ୍ୟନ୍ତରୀଣ ଅଞ୍ଚଳରେ ସଧାରଣ ସୁବିଧା ପାଇଁ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ପ୍ରାଥମିକତା ଭିତ୍ତିରେ ସମାଧାନ ପାଇଁ ଏହି ସବୁ ଅଞ୍ଚଳକୁ ନିୟମିତ ଗସ୍ତ କରୁଛନ୍ତି ବିଡ଼ିଓ । ବୁଧବାର ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି […] The post ଦୁର୍ଗମ ଅଞ୍ଚଳରେ ବିକାଶ କୁ ପ୍ରାଥମିକତା, ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଲେ ବିଡ଼ିଓ appeared first on Dharitri Odia News.

ଦୁର୍ଗମ ଅଞ୍ଚଳରେ ବିକାଶ କୁ ପ୍ରାଥମିକତା, ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଲେ ବିଡ଼ିଓ

ରାଇକିଆ,୩।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବିଡିଓ ସବ୍ୟସାଚୀ ସାହୁ ବ୍ଲକର ବିଭିନ୍ନ ଅପହଞ୍ଚ ଇଲାକାରେ ପହଞ୍ଚି ଉନ୍ନୟନ କାର୍ଯ୍ୟ ତଦାରଖ କରୁଛନ୍ତି । ବିଶେଷ କରି କରଡ଼ା, ଇନ୍ଦ୍ରଗଡ଼, ରଣବା ଭଳି ଦୁର୍ଗମ ପଞ୍ଚାୟତର ଆଭ୍ୟନ୍ତରୀଣ ଅଞ୍ଚଳରେ ସଧାରଣ ସୁବିଧା ପାଇଁ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ପ୍ରାଥମିକତା ଭିତ୍ତିରେ ସମାଧାନ ପାଇଁ ଏହି ସବୁ ଅଞ୍ଚଳକୁ ନିୟମିତ ଗସ୍ତ କରୁଛନ୍ତି ବିଡ଼ିଓ । ବୁଧବାର ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ବିଭନ୍ନ ଯୋଜନା ରେ ର୍ନିମାଣାଧୀନ ପ୍ରକଳ୍ପ କାର୍ଯ୍ୟ ର ସମୀକ୍ଷା କରିବା ସହ ଜନ ସାଧାରଣ ଙ୍କ ଆବଶ୍ୟକତାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି । ବିଡ଼ିଓ ଙ୍କ ସମେତ ସହକାରୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ବିକାଶ ନାୟକ, ବ୍ଲକ ପ୍ରୋଗ୍ରାମ କୋର୍ଡିନେଟର କମଲ ନାୟକ ଏବଂ ପଞ୍ଚାୟତ ର୍ନିବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

The post ଦୁର୍ଗମ ଅଞ୍ଚଳରେ ବିକାଶ କୁ ପ୍ରାଥମିକତା, ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଲେ ବିଡ଼ିଓ appeared first on Dharitri Odia News.