ଆମେଠିରେ କଂଗ୍ରେସକୁ ପରାଜୟ ଭୟ ଘାରିଛି: ସ୍ମୃତି ଇରାନୀ
ନୂଆଦିଲ୍ଲୀ,୭।୩: ଲୋକ ସଭା ନିର୍ବାଚନ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ। ଏହାପୂର୍ବରୁ ଭାଜପା-କଂଗ୍ରେସ ସମେତ ସମସ୍ତ ଦଳ ପ୍ରାର୍ଥୀ ବାଛିବାରେ ବ୍ୟସ୍ତ ଅଛନ୍ତି। ୧୯୫ଟି ଆସନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ଏହାର ପ୍ରାର୍ଥୀ ଘୋଷଣା କରିନାହିଁ। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ କଳ୍ପନାଜଳ୍ପନା ଚାଲିଛ। ଗତଥର ଭଳି ସେ କେରଳର ୱାୟାନାଡ ଏବଂ ୟୁପିରେ ଆମେଠିରୁ ନିର୍ବାଚନ ଲଢିବେ। ଆମେଠିର ବର୍ତ୍ତମାନର ଏମ୍ପି ସ୍ମୃତି […] The post ଆମେଠିରେ କଂଗ୍ରେସକୁ ପରାଜୟ ଭୟ ଘାରିଛି: ସ୍ମୃତି ଇରାନୀ appeared first on Dharitri Odia News.
ନୂଆଦିଲ୍ଲୀ,୭।୩: ଲୋକ ସଭା ନିର୍ବାଚନ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ। ଏହାପୂର୍ବରୁ ଭାଜପା-କଂଗ୍ରେସ ସମେତ ସମସ୍ତ ଦଳ ପ୍ରାର୍ଥୀ ବାଛିବାରେ ବ୍ୟସ୍ତ ଅଛନ୍ତି। ୧୯୫ଟି ଆସନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ଏହାର ପ୍ରାର୍ଥୀ ଘୋଷଣା କରିନାହିଁ। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ କଳ୍ପନାଜଳ୍ପନା ଚାଲିଛ। ଗତଥର ଭଳି ସେ କେରଳର ୱାୟାନାଡ ଏବଂ ୟୁପିରେ ଆମେଠିରୁ ନିର୍ବାଚନ ଲଢିବେ। ଆମେଠିର ବର୍ତ୍ତମାନର ଏମ୍ପି ସ୍ମୃତି ଇରାନୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି।
ସ୍ମୃତି ଇରାନୀ କହିଛନ୍ତି, ସେମାନେ କୁହନ୍ତି ଆମେଠି କଂଗ୍ରେସର ଗଡ଼। ଯଦି ଏହା ହୁଏ, ତେବେ ସେମାନେ ଏଠାରେ ଜଣେ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ କାହିଁକି ବିଳମ୍ବ କରୁଛନ୍ତି? ଏହା ସେମାନଙ୍କର ଆତ୍ମବିଶ୍ୱାସର ଅଭାବ ଦର୍ଶାଉଛି। ମୁଁ ଜାଣେ ନାହିଁ ଆମେଠିରୁ ନିର୍ବାଚନରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ, କିନ୍ତୁ କଂଗ୍ରେସ ଲୋକମାନେ ଏଠାରୁ ପ୍ରାର୍ଥୀ ଘୋଷଣା କରିବାକୁ ସାହସ କରିପାରୁ ନାହାଁନ୍ତି, ଏଥିରୁ ଜଣାପଡୁଛି ଯେ ସେମାନେ ଆମେଠିର ଶକ୍ତି ଅନୁଭବ କରିସାରିଛନ୍ତି। ସେମାନଙ୍କୁ ପୂର୍ବରୁ ପରାଜୟର ଭୟ ଘାରିଛି।
୨୦୧୯ ଲୋକ ସଭା ନିର୍ବାଚନରେ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ ୫୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ସ୍ମୃତି ଇରାନୀଙ୍କୁ ୪ ଲକ୍ଷ ୬୮ ହଜାରରୁ ଅଧିକ ଭୋଟ ମିଳିଥିଲା। ରାହୁଲ ଗାନ୍ଧୀଙ୍କୁ ୪ ଲକ୍ଷ ୧୩ ହଜାର ଭୋଟ ମିଳିଥିଲା।
The post ଆମେଠିରେ କଂଗ୍ରେସକୁ ପରାଜୟ ଭୟ ଘାରିଛି: ସ୍ମୃତି ଇରାନୀ appeared first on Dharitri Odia News.